ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ପ୍ରଜ୍ଞା ମେମୋରିଆଲ ରାଜ୍ୟ ‌ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ କନ୍ଧମାଳ ବିଜୟୀ

 ‌‌‌‌‌‌‌‌‌‌‌ନର୍ଲା (ମନିସ) ନର୍ଲା ଠାରେ ଚାଲିଥିବା ପ୍ରଜ୍ଞା ମେମୋରିଆଲ ରାଜ୍ୟ ‌ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଏକ ରୋମାଞ୍ଚକର ଖେଳ କଣ୍ଟାବାଞ୍ଜି ଦଳ ଓ କନ୍ଧମାଳ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ନିର୍ଦ୍ଧାରିତ ସମୟରେ ପ୍ରଥମେ କଣ୍ଟାବାଞ୍ଜି ଗୋଲ ଦେଇ ୨-୦ ଗୋଲରେ ଆଗୁଆ ଥିବା ବେଳେ କନ୍ଧମାଳ ଦ୍ଵିତୀୟାର୍ଦ୍ଧରେ ୨ ଗୋଲ ଦେଇ ମ୍ୟାଚକୁ ବରାବର କରି ପେନାଲଟିକରେ କନ୍ଧମାଳ ୩-୨ ଗୋଲରେ ବିଜୟୀ ହୋଇ ଫାଇନାଲକୁ ଯିବା ବେଳେ ବଲାଙ୍ଗୀର ହଷ୍ଟେଲ ସହ ଫାଇନାଲ ଖେଳିବ। ଆଜିର ଖେଳଟିକୁ ପରିଚାଳନା କରିଥିଲେ ସନ୍ତୋଷନନ୍ଦ ନାଏକ, ଲାଇନରେ ଅଞ୍ଚଳ ମାଝୀ, ସୁରେଶ ନାଏକ, ବିଶ୍ବମ୍ବର ପ୍ରଧାନ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଳକ ଉପାଧ୍ୟକ୍ଷ ଦୂର୍ଗା ପ୍ରସାଦ ମହାନ୍ତି ଯୋଗଦାନ କରି ଖେଳାଳିଙ୍କୁ ଉତ୍ସାହିତ କରି ବିଜୟୀ ଦଳର ପ୍ରଶଂସା କରିଥିଲେ।

ଦୀପକ କୁମାର ଠାକୁର ନର୍ଲା ମସୀହା ପ୍ରତିନିଧି

Related posts

ଏମବିପିଏଲ ସିଜନ-୩ କ୍ରିକେଟ ଉଦଯାପିତ ,ଧର୍ମଗଡ ଲାୟନ ଚାମ୍ପିଅନ

Sunil Chandra Nayak

ସ୍ବର୍ଗତ ବାସୁଦେବ ସାହୁ ମେମୋରିଆଲ ଫୁଟବଲ , ଧର୍ମଗଡ ଏକାଦଶ କୁ ହରାଇ ଡହଗାଁ ଏକାଦଶ ଚମ୍ପିୟାନ

Sunil Chandra Nayak

ଚନ୍ଦୁ ସହାଣୀ ମେମୋରିଆଲ ଅଲ ଓଡିଶା କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ ଜୟପୁରଏକାଦଶ

masiha

Leave a Comment

error: Content is protected !!