ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅସହାୟ ବୃଦ୍ଧ,ବୃଦ୍ଧା, ଚୈତନ୍ୟ ବାଗ, ଗନଦେଇ, ବେଳମତି ବାଗ, ଏବଂ କସ୍ତୁରୀ ବନ୍ଦି ଛୋଡ ଙ୍କୁ ସରକାରୀ ଭତ୍ତା ମିଲିବ କେବେ ?? 

ଗୋଳାମୁଣ୍ଡା/୧୭/୧/ମସିହା/କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗରିବ ଲୋକମାନଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତା ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉ ଥିବା ବେଳେ ପ୍ରକୁତ ଗରିବ ଅସହାୟ ବୃଦ୍ଧ,ବୃଦ୍ଧା ଲୋକ ମାନେ ଆଜି ମଧ୍ୟ ସରକାରୀ ଭତ୍ତା ପାଇବାରେ ବିଫଳ ହୋଇଛନ୍ତି। ଆମ୍ଭେ କହୁ ନାହିଁ ନିଜେ ବୃଦ୍ଧ,ବୃଦ୍ଧା ହିତାଧିକାରୀ ଗଣମାଧ୍ୟମ ପ୍ରତିନିଧି ଠାରେ  ଏହା ପ୍ରକାଶ କରିଛନ୍ତି । ତାହା ହେଉଛି ଗୋଳାମୁଣ୍ଡା ବ୍ଲକର ବୋରଗୁଡା ପଞ୍ଚାୟତର ପୁଟିଆଚୋରା ଗ୍ରାମର ଚୈତନ୍ୟ ବାଗ,ଓ ତାଙ୍କର ଦୁହେଁ ସ୍ତ୍ରୀ ହେଉଛି ଗନଦେଇ,ଓ ବେଳମତି ବାଗ,ସ୍ୱାମୀଚୈତନ୍ୟ ବାଗ ଉଭୟେ ତିନି ଜଣ ଏକ ଗରିବ ଶ୍ରେଣୀୟର ଅଟନ୍ତି। ଚୈତନ୍ୟ ଅତି ବୃଦ୍ଧ ବୟସହେତୁ ଚାଲି ବୁଲି ପାରୁ ନାହିଁ, ସବୁବେଳେ ଦୌଡ଼ିଆ ଖଟରେ ବସି  ରହୁଛନ୍ତି, ତାଙ୍କର ପୁଅ ଝିଅ ନ ଥିବା ବେଳେ କେବଳ ଦୁଇଟି ସ୍ତ୍ରୀ ଦୈନିକ କୁଳି ମଞ୍ଜୁରୀ କଲେ ଚୁଲି ଜଳେ ନଚେତ ଭୋକ ଉପାସରେ ଆଶ୍ରୟ ନେଇ ଥାନ୍ତି ବୋଲି ସ୍ଥାନୀୟ ଲୋକମାନେ ମଧ୍ୟ କହିଛନ୍ତି। ସରକାରୀ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଅନେକ ଥର ପଞ୍ଚାୟତରେ କାଗଜପତ୍ର ଦେଇ ଥିବା ଓ ଗତକିଛି ଦିନ ତଳେ ପଞ୍ଚାୟତରେ ଜନଶୁଣାଣି ରେ ବି ଦରଖାସ୍ତ କରି ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାର ଙ୍କ ସୁଦୃଷ୍ଟି ପଡ଼ିନାହିଁ।   ହେଲେ ଏବେ କାହାକୁ ଗୁହାରି କରିବୁ ବୋଲି ବୃଦ୍ଧ ବୃଦ୍ଧା ଦୁଃଖରେ ଭାଙ୍ଗି ପଡି ମେଡିଆ ସମ୍ମୁଖରେ କହିଛନ୍ତି। ତତ ସହିତ ସେହି ଗ୍ରାମର କସ୍ତୁରୀ ବନ୍ଦିଛୋଡ ମହିଳା ମଧ୍ୟ ଭତାପାଇଁ ପଞ୍ଚାୟତ ରେ ଆବଶ୍ୟକ କାଗଜପତ୍ର ଓ ଜନଶୁଣାଣି ଶିବିରରେ ଆବେଦନ ପତ୍ର ପ୍ରଦାନ କରିଛନ୍ତି ବୋଲି କହିଛନ୍ତି, ହେଲେ ଏହି ସମ୍ପର୍କରେ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଲେଖ ସାଙ୍କୁ ଫୋନ ଯୋଗେ ଯୋଗା ଯୋଗ କରିବାରୁ ସେ କହିଛନ୍ତି ଯେ ବ୍ଲକରେ ତାଙ୍କର ଆବଶ୍ୟକ କାଗଜପତ୍ର ପ୍ରଦାନ କରାଯାଇଛି, ପେନସନ ବିଭାଗଙ୍କୁ ପରାମର୍ଶ କରନ୍ତୁ ବୋଲି କହିଛନ୍ତି, ଏଣୁ ବ୍ଲକ ପ୍ରଶାସନିକ ଅଧିକାରୀ ଏ ସମ୍ପର୍କରେ ଦୃଷ୍ଟି ଆକର୍ଷଣ ନେବା ଓ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ଥାନୀୟ ଜନସାଧାରଣ ଅନୁରୋଧ କରିଛନ୍ତ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

କାଠପାଙ୍ଗରା ଗ୍ରାମରେ ତିନିଦିନ ବ୍ୟାପି ବିଶ୍ଵ ଶାନ୍ତି ଦେଵୀ ମହାଯଜ୍ଞ ମହା ଆଡ଼ମ୍ବରରେ ଅନୁଷ୍ଠିତ

masiha

ସହିଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବସ ଏବଂ ଜୟ ତେନ୍ତୁଳିଖୁଣ୍ଟି ମାନବ ସେବା ଗ୍ରୁପର ତୃତୀୟ ସ୍ୱନକ୍ଷତ୍ର ଦିବସ

Sunil Chandra Nayak

ବିଶ୍ୱ ଦାନ କଳା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!