ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

କୋକସରା ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିବା ପରେ ଚେଇଁଲା ପ୍ରଶାସନ, ସ୍ଥିତି ଅନୁଧ୍ୟାନ କଲେ ବିଡ଼ିଓ, ବ୍ଲକ ଉପାଧ୍ୟକ୍ଷ ଓ ମେଡ଼ିକାଲ ଟିମ 

କୋକସରା,୧୯/୧- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର କୋକସରା ଗ୍ରାମ ପଞ୍ଚାୟତ କୋକସରା ଗ୍ରାମରେ ଗତ କିଛି ଦିନ ହେବ ଝାଡ଼ାବାନ୍ତିରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଝାଡ଼ାବାନ୍ତି ବ୍ୟାପିବାର ମୁଖ୍ୟ କାରଣ ଦୂଷିତ ପାନୀୟ ଜଳ ବୋଳି ପ୍ରାଥମିକ ସୂଚନାରୁ ଜଣାପଡିଛି। ପରେ ବ୍ଲକ ପ୍ରଶାସନ ତ୍ୱରିତ ପଦକ୍ଷେପ ଗ୍ରହଣ କରି ବୁଧବାର ସ୍ଥିତି ଅନୁଧ୍ୟାନ କରିବାକୁ କୋକସରା ଗ୍ରାମର ବିଭିନ୍ନ ପଡାକୁ ବିଡ଼ିଓ ଉତ୍ତମ ବାଗ, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଗ୍ରାମ୍ୟ ପରିମଳ କନିଷ୍ଠ ଯନ୍ତ୍ରୀ ଯଶୋବନ୍ତି ଭୋଇ,।କୋକସରା ସରପଞ୍ଚ କିଶୋର ପ୍ରଧାନୀ, ମେଡ଼ିକାଲ ଟିମରୁ ଡ଼. ତତ୍ୱଦର୍ଶୀ ଦାସ, ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଚିଦାନନ୍ଦ ପଣ୍ଡା, ବିପିଏମଓ ମାନସ ରଞ୍ଜନ ସ୍ୱାଇଁ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ଓ ଯୋଗାଣ ହେଉଥିବା ପାନୀୟ ଜଳ ପାଇପ ଲାଇନ ଅନେକ ସ୍ଥାନ ରେ ଡ୍ରେନରେ ମିଶିଥିବା କାରଣରୁ ଝାଡ଼ାବାନ୍ତି ହେଉଥିବା କହିଛନ୍ତି ଓ ପାଣି ନମୁନା ସଂଗ୍ରହ କରି ପଠାଇଛନ୍ତି। ସ୍ୱାସ୍ଥ୍ୟ କର୍ମି, ଆଶା କର୍ମି ମାନେ ଘରକୁ ଘର ବୁଲି ସଚେତନତା କରୁଥିବା ଦେଖିବାକୁ ମିଳିଛି। ଡ୍ରେନ ଦେଇ ଯାଇଥିବା ପାଇପ ଲାଇନକୁ ଶୀଘ୍ର ସମ୍ପ୍ରସାରଣ କରାଯିବ ବୋଳି ବିଡ଼ିଓ କହିଛନ୍ତି।

ମସିହା ନିଉଜ ସର୍ଭିସ୍ 

Related posts

ଯୋରାଡବରା ଛକରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ 

Sunil Chandra Nayak

ଚିଙ୍ଗୁଡ଼ିପାସ ଗ୍ରାମରେ ଝାଡାବାନ୍ତି ଆତଙ୍କ ଜଣେ ମୃତ, ୨ ଜଣ ଗୁରୁତର, ଜଣେ ଆକ୍ରାନ୍ତ

Sunil Chandra Nayak

ଜଗନ୍ନାଥ ସେବା ସମିତି ପକ୍ଷ ରୁ ମାଗଣା ସ୍ଵାସ୍ଥ୍ୟ ଶିବିର

Sunil Chandra Nayak

Leave a Comment

error: Content is protected !!