ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

କଳାହାଣ୍ଡି ଜିଲ୍ଲାସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ

ଜାତୀୟ ଭେକ୍ଟର ଜନିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ,ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କଳାହାଣ୍ଡି ଆନୁକୂଲ୍ୟରେ ସ୍ଥାନୀୟ କାମଠଣା (ଭବାନୀପାଟଣା ) ନର୍ସିଂ ମହାବିଦ୍ୟାଳୟ ଠାରେ ଏପ୍ରିଲ ୨୫ ତାରିଖ ଦିନ ଜିଲ୍ଲାସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇ ଯାଇଛି।ଏଥିରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ( ପରିବାର କଲ୍ୟାଣ ), କଳାହାଣ୍ଡି, ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ, ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ (ଭେକ୍ଟର ବାହିତ ରୋଗ ), ଅଧ୍ୟକ୍ଷା, ନର୍ସିଂ ମହାବିଦ୍ୟାଳୟ, କାମଠଣା, ଜିଲ୍ଲା ଜନସମ୍ପ୍ରସାରଣ ଅଧିକାରୀ ପ୍ରମୁଖ ଯୋଗଦାନ କରି ମ୍ୟାଲେରିଆ ରୋଗର ଭୟାବହତା ଉପରେ ଆଲୋକପାତ କରି ଥିଲେ..।

ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶଦାତା ସନ୍ତୋଷ ବାଗ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମ୍ୟାଲେରିଆ ସୁପରଭାଇଜର, ଜୁନାଗଡ଼ ପ୍ରିୟରଞ୍ଜନ ମୁଣ୍ଡ ସ୍ୱାଗତ ଅଭି ଭାଷଣ ରଖି ଥିବା ସହିତ ମଶାରୀ ବ୍ୟବହାର ସଚେତନତା ଉପରେ କବିତା ମାଧ୍ୟମରେ ଉପସ୍ଥାପନା କରିଥିଲେ..।

ନର୍ସିଂ ମହାବିଦ୍ୟାଳୟ ଛାତ୍ରୀ ମାନଙ୍କ ଦ୍ୱାରା ମ୍ୟାଲେରିଆ ନିରାକରଣ ଉପରେ ଏକାଙ୍କିକା ପରିବେଷଣ କରା ଯାଇ ଥିଲା.. ଜିଲ୍ଲା ର ସମସ୍ତ ବ୍ଲକ ର ସମସ୍ତ ମ୍ୟାଲେରିଆ କର୍ମୀ ଙ୍କୁ ବିଗତ ବର୍ଷ ର ସଫଳ କାର୍ଯ୍ୟ ପାଇଁ ଜିଲ୍ଲା ତରଫରୁ ପୁରସ୍କୃତ କରାଯାଇଥିଲା.

କାର୍ଯ୍ୟକ୍ରମ ଶେଷ ରେ ମ. ରାମପୁର ସୁପରଭାଇଜରର ଜ୍ଞାନେନ୍ଦ୍ର ଭୋଇ ମ୍ୟାଲେରିଆ ଉପରେ ଘୁମୁରା ଗୀତ ଗାଇ ଥିବା ବେଳେ ଅନ୍ୟତମ ସୁପରଭାଇଜର ବିଶ୍ୱନାଥପୁର ସଞ୍ଜୟ ଦାସ ଧନ୍ୟବାଦ ଅର୍ପଣ କରି ଥିଲେ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

୧୨ ବର୍ଷ ଶିକୁଳିରେ ବନ୍ଧା ପଡ଼ିଥିଲେ ବାରବଖରା ଗାଁ ର ୨ ଭାଇ,ଘଟଣା ର ୩ ବର୍ଷ ଚିକିତ୍ସା ପରେ ସୁସ୍ଥ ହୋଇ ଗାଁ କୁ ଫେରିଲେ

Sunil Chandra Nayak

ଜଗନ୍ନାଥ ସେବା ସମିତି ପକ୍ଷ ରୁ ମାଗଣା ସ୍ଵାସ୍ଥ୍ୟ ଶିବିର

Sunil Chandra Nayak

୨୦୨୪ ସୁଦ୍ଧା ବିଜାତଳା ବ୍ଲକକୁ “ଯକ୍ଷ୍ମା ମୁକ୍ତ “ଅଂଚଳ ପ୍ରୟାସ ନେଇ ଜିଲ୍ଲା ଯକ୍ଷ୍ମା କେନ୍ଦ୍ର ଓ ‘ରିଚ’ଅନୁଷ୍ଠାନ ତରଫରୁ କର୍ମଶାଳା

Sunil Chandra Nayak

Leave a Comment

error: Content is protected !!