ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳା ମୃତ୍ୟୁ 

ବାଗପୁର ଗ୍ରାମର ବେଣୁଧର ଗୌଡଙ୍କ ପତ୍ନୀ ଚମ୍ପା ଗୌଡ କପା ତୋଳିବାକୁ ଯାଇ ଦନ୍ତାହାତୀର ଶିକାର ହେଲେ

ରୁପ୍ରା, ୨୦/୧ (ମ ନି ସ) : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନ ବାଗପୁର ଗ୍ରାମରେ ଆଜି ସକାଳୁ ଏକ ଦୁଃଖଦ ଘଟଣା ଘଟିଥିବା ଦେଖାଯାଇଛି। ସୂଚନାଯୋଗ୍ୟ ବାଗପୁର ଗ୍ରାମର ବେଣୁଧରଙ୍କ ପତ୍ନୀ ଚମ୍ପା ନିଜର କପା ତୋଳିବା ପାଇଁ ସକାଳୁ ଜମିକୁ ଯାଇଥିଲେ, ଏହି ସମୟରେ ଏକ ଦନ୍ତାହାତୀ ଆସି ତାଙ୍କୁ ଶୁଣ୍ଢରେ ଟେକି କଚାଡି ଦେଇଥିବା ବେଳେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ନିକଟରେ ଥିବା କିଛି ପ୍ରତ୍ୟକ୍ଷ ଦର୍ଶୀ ଏହି ଘଟଣା ସମ୍ପର୍କରେ ଗ୍ରାମବାସୀ ତଥା ପରିବାର ବର୍ଗଙ୍କୁ ଖବର ଦେଇଥିଲେ। ଏହି ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ଜନସମାଗମ ହେବାସହ ଲୋକେ ଉତ୍ୟକ୍ତ ହୋଇ ଭବାନୀପାଟଣା ଭାୟା ନର୍ଲା ବାଲିପଡା ଦେଇ ମ. ରାମପୁର ଯାଇଥିବା ରାଜ୍ୟ ରାଜପଥରେ ଟାୟାର ଜାଳି ତଥା କାଠଗଣ୍ଡି ପକାଇ ରାସ୍ତା ଅବରୋଧ କରିଥିଲେ। ଲୋକଙ୍କ ଦାବୀ ମୁତାବକ ଜଙ୍ଗଲ କର୍ମଚାରୀ ଠିକ୍ ଭାବରେ ନିଜ ଡ୍ୟୁଟି କରୁନଥିବାରୁ ଆଜି ଏହି ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି। ଏଣୁ ମୃତ ଚମ୍ପାଙ୍କ ପରବାର ଜଣକୁ ସରକାରୀ ଚାକିରି ପ୍ରଦାନ, ଆବଶ୍ୟକ କ୍ଷତିପୂରଣ ଦେବାକୁ ଦାବି ରଖି ରାଜ୍ୟ ରାଜପଥକୁ ଆଜି ସକାଳୁ ଅବରୋଧ କରି ରଖିଛନ୍ତି, ଫଳରେ ରସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଯାନବାହାନ ଅଟକି ରହି ପଥଚାରୀ ମାନେ ଅନେକ ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଥିଲା, ନର୍ଲା ଥାନାଧିକାରୀ ଗଙ୍ଗାଧର ମେହେର ଆନ୍ଦୋଳନ କାରି ମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଗ୍ରାମବାସୀ କିଛି ନଶୁଣି ନିଜ ଜିଦରେ ଅଟଳ ରହିଛନ୍ତି। ଖବର ଲେଖା ହେଲା ବେଳକୁ ଆନ୍ଦୋଳନ ଜାରି ରହିଛି। ପ୍ରସାଶନ ତରଫରୁ ପ୍ରତିଶୃତି ଲିଖିତ ଆକାରରେ କିଛି ନମିଳିଲେ ଆନ୍ଦୋଳନ ଜାରି ରହିବ ବୋଲି ସୂଚନା ମିଳିଛି। ଘଟଣାସ୍ଥଳରେ ନର୍ଲା ବିଡିଓ ବାସନ୍ତୀ ସେଠୀ, ତହସିଲଦାର ଶଙ୍କର ବାଗଙ୍କ ସମେତ ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ଆଲୋଚନା ଜାରି ରଖିଛନ୍ତି।

ରୁପ୍ରା, ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ନବରଙ୍ଗପୁର ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଐତିହ୍ୟ ଗଣ ଦୌଡ଼ 

masiha

ବାଳ ଗୋପାଳ ସେବା ନିକେତନ ଶିଶୁମାନଙ୍କ ଅଭିନବ ପ୍ରୟାସ ,  ଭାରତୀୟ ସେନାଙ୍କୁ ସ୍ଵହସ୍ତ ପ୍ରସ୍ତୁତ ରାକ୍ଷୀ ପ୍ରେରଣ

masiha

ମୋଟର ସାଇକେଲ ଦୁର୍ଘଟଣା, ୪ ଆହତ 

masiha

Leave a Comment

error: Content is protected !!