ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶେଷ ହେଲା ଖଡ଼ିଆଲ ମହୋତ୍ସବ

ନୂଆପଡା//, ନୂଆପଡା ଜିଲ୍ଲା ଖଡ଼ିଆଳ ରାଜା ଅର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ କଲା, ସଂସ୍କୃତି,ଐତିହ୍ୟ, ସାହିତ୍ୟ ତଥା ଲୋକ କଳାର ବାର୍ତ୍ତା ବହ ସାଜିଥିବା ଖଡ଼ିଆଳ ମହୋତ୍ସବ ୨୦୨୩  ଗୁରୁବାର ଷ୍ଟାର ନାଇଟ ସହ ଉଦଯାପିତ ହୋଇଯାଇଛି । ଖଡ଼ିଆଳ ମହୋତ୍ସବର ବିଶ୍ୱେଶ୍ୱତ ହେଉଛି ଏହି ମହୋତ୍ସବ ବେସରକାରୀ ଭାବରେ ହେଉଛି । ଏହି ମହୋତ୍ସବ ପାଳନ ପାଇଁ କୌଣସି ସରକାରୀ ପାଣ୍ଠିର ଅର୍ଥ ଲାଗିନ ଥାଏ । ଅନୁଦାନ କୌଣସିମହୋତ୍ସବର ସଭାରେ ସଭାପତିତ୍ବ କରିଥିଲେ, ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ମୂଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ବାଣିଜ୍ୟ ପରିବହନ ଓ ଜଳ ସମ୍ପଦ ମନ୍ତ୍ରୀ ଓଡ଼ିଶା ସରକାର, ସଂମ୍ମାନିତ ମାନ୍ୟବର ସାଂସଦ କଳାହାଣ୍ଡି ବସନ୍ତ ପଣ୍ଡା, ଆଗାମୀ ଦିନରେ ଖଡ଼ିଆଳକୁ କିପରି ରେଳ ଲାଇନ ସଂଯୋଗ ହୋଇ ପାରିବ ସେନେଇ ଉଦ୍ୟମ ଜାରି ଆସିପାରିବ ସେନେଇ ନିଜ ମତ ଦେଇଥିଲେ । ରେଳ ଲାଇନ ଖଡ଼ିଆଳ, କଣ୍ଟାବାଞ୍ଜି ଓ ଧର୍ମଗଡ଼ ଦେଇ ଯିବାକୁ ପ୍ରସ୍ତାବ ହୋଇଛି ବୋଲି ପ୍ରକାଶ କରିଥିଲେ ।  ଅବକାରୀ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଛତିଶଗଡ଼ ମାନ୍ୟବର ମନ୍ତ୍ରୀ କବାସୀ ଲକ୍ଷ୍ମ।, ବିଧାୟକ ଜୟପୁର ତାରାପ୍ରସାଦ ବାହିନୀପତି, ଅଧକ୍ଷ ଖଡ଼ିଆଳ ଏନ ଏ ସି ଉଜ୍ଜଳ ଗୁପ୍ତା, ସ୍ୱାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ବିଜୁ ପଟ୍ଟନାୟକ ମହାବିଦ୍ୟାଳୟ ବୋଡେ଼ନ ପ୍ରାଧ୍ୟାପକ ସମୁଏଲ ଦାନୀ । ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ଖଡ଼ିଆଳ ସଂସ୍କୃତିକ ଅନୁଷ୍ଠାନ । ଏହି ଅବସରରେ ତିନି ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସେମାନଙ୍କ ଉଲ୍ଲେଖନିୟ କାର୍ଯ୍ୟ ପାଇଁ ସଂମ୍ମାନିତ କରିଥିଲେ ଖଡ଼ିଆଳ ଏସ ଡି ପିଓ ସନ୍ତକ ଜେନା, ମଞ୍ଚ ଶିଳ୍ପୀ ଅମିତ ମେହେର ଡୁଆଝର, ଖଡ଼ିଆଳ ମହୋତ୍ସବ କମିଟିର ସଭାପତି ନାଟ୍ୟକାର ଜିତେନ୍ଦ୍ରନାଥ ପଟ୍ଟନାୟକ ଙ୍କୁ ସଂମ୍ମାନିତ କରିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ ମହୋତ୍ସବ କମିଟିର ସମ୍ପାଦକ ସୁନୀଲ କୁମାର ସାହୁ । ଷ୍ଟାର ନାଇଟରେ ବଲିଉଡର ପ୍ରସିଦ୍ଧ ଗାୟକ ଉଦିତ ନାରାୟଣ ଯୋଗଦେଇ ଦର୍ଶକଙ୍କ ମନମୁଗ୍ଧ କରିଥିଲେ । ମହୋତ୍ସବ କମିଟିର ସମସ୍ତ ସଦସ୍ୟ ସମେତ ଖଡ଼ିଆଳ ଅଞ୍ଚଲର ସମସ୍ତ ଜନସାଧାରଣ ସହଯୋଗ କରିଥିଲେ ।

ଖଡ଼ିଆଳ, ୧୯/୧/ ନୂଆପଡା ଜିଲ୍ଲା ଖଡ଼ିଆଳ ଠାରେ ଜାନୁଆରୀ ୧୫ ରୁ ୧୯ ତାରିଖ ପର୍ଯ୍ୟନ୍ତ ହେଉଥିବା ଖଡ଼ିଆଳ ମହୋତ୍ସବ ୨୦୨୩ ପାଇଁ ଜିଲ୍ଲା ପୁଲିସ ପକ୍ଷରୁ କଡା ସୁରକ୍ଷା ଯୋଗାଇ ଦେଇଛି । ଖଡ଼ିଆଳ ସହର ପ୍ରତ୍ୟେକ ଛକ ମୁଖ୍ୟ ରାସ୍ତା ତଥା ମହୋତ୍ସବ ପଡିଆକୁ ପୁଲିସ ଛାଉଣୀରେ ରଖାଯାଇ ପ୍ରତ୍ୟେକ ଦିନ କିପରି ସୁରକ୍ଷା ଯୋଗାଇ ଦିଆଯିବ ସେନେଇ ଦୁଇ ଜଣ ଏସ୍ଡିପିଓ ଓ ପାଞ୍ଚଟି ଥାନା ଅଧିକାରୀ, ସାତ ପୁଲିସ ଅଫିସର, ଆଠ ପ୍ଲାଟୁନ ପୁଲିସ ସହିତ ସମସ୍ତ ପୁଲିସ କର୍ମୀ ସହଯୋଗ କରିଥିଲେ । 

     ମହୋତ୍ସବ ଉଦଘାଟନୀ ଦିନ ରାଜା ଅର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ବିଧାୟକ ପାଣ୍ଠିରୁ ୫୪ ଲକ୍ଷ ଟଙ୍କାରେ ଆଲୋକି କରଣ ପାଇଁ ହାଇମେକ୍ସ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀଙ୍କ ଦ୍ୱାରା ଉଦଘାଟନ କରି ଜଳିବା ପରେ ମହୋତ୍ସବ ପଡିଆ ଦିନକି ରାତି ଜଣା ନପଡିବା ଚର୍ଚ୍ଚାର ଜୋର ଧରିଥିଲା । ଏହି ହାଇମେକ୍ସ ବିଜୁଳି କେବଳ ଖଡ଼ିଆଳର ବିଭିନ୍ନ ରାତ୍ରିକାଳୀନ କାର୍ଯ୍ୟକ୍ରମ ତଥା ରାତ୍ରିକାଳୀନ ଖେଳ ପାଇଁ ବ୍ୟବହାର ହେବ ବୋଲି ବିଧାୟକ ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବିବାହିତା ମହିଳାଙ୍କ ଆତ୍ମହତ୍ୟା

masiha

ବିଶ୍ୱ ପୋଲିଓ ଦିବସ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ — ରୋଟାରି ଓ ଇଣ୍ଟରାକ୍ଟ କ୍ଲବ ର ସଫଳ ସଂଯୁକ୍ତ ପ୍ରୟାସ

Sunil Chandra Nayak

ଡ଼. ମୌମିତା ଦେବନାଥଙ୍କୁ ନ୍ୟାୟ ପ୍ରଦାନ ଦାବିରେ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ, ସଚେତନ ନାଗରିକ ମଞ୍ଚ ପକ୍ଷରୁ ପ୍ରତିବାଦ ଓ ଶୋଭାଯାତ୍ରା

masiha

Leave a Comment

error: Content is protected !!