ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ସୁଭସ୍ମିତା ମୁଦୁଲି ଙ୍କ କବିତା // ମିଠା ଅନୁଭୂତି

ମିଠା ଅନୁଭୂତି

ପ୍ରଥମ ଦେଖାର ମିଠା ଅନୁଭୂତି 
ହୋଇଗଲା ଇତିହାସ 
ଛଅଗୁଣ ହେଲା ପ୍ରେମର ଫଗୁଣ 
ମେଣ୍ଟିଗଲା ସବୁ ଶୋଷ ll 
ତମସା ଭିତରେ ଇନ୍ଦୁଟିଏ ସାଜି 
କରିଦେଲା ଆଲୋକିତ
ଜୀବନ ମରୁରେ ବର୍ଷାଟୋପା ତୁମେ 
ହସ ଲକ୍ଷେ ପାରିଜାତ ll 
ବଦଳିଗଲା ଏ ଜୀବନର ମୋଡ଼ 
ବଦଳିଗଲା ଭାଗ୍ୟରେଖା 
ସ୍ମୃତି ସାଜିଲା ରାସ୍ତା କଡରେ 
ଆମ ସେ ପହିଲି ଦେଖା ll 
ପ୍ରୀତି ଉହାଡ଼ରୁ ଲାଗୁଥିଲ ତୁମେ 
ଶିଳ୍ପୀଅଙ୍କା ପ୍ରତିମୂର୍ତ୍ତୀ
ଇଛା ହେଉଥିଲା ନଜରବନ୍ଦୀରେ 
କାଟିବାକୁ ସବୁରାତି ll 
ପଡୁ ନଥିଲା ମୋ ନୟନ ପଲକ
ଲାଗୁ ଥିଲା ବୋଧେ ଭ୍ରମ 
ପାଦ ଥାପିଥିଲି ସ୍ଵର୍ଗରେ ସତେକି 
ମାଦକଭରା ଏ ପ୍ରେମ ll 
ସରି ଯାଇଥିଲା ଦିନର ଆୟୁଷ 
ପାରୁନଥିଲି ମୁଁ ଜାଣି 
ଫେରିଗଲ ତୁମେ ଅଫେରା ରାଇଜ 
ହଜାରେ ସପନ ବୁଣି ll

ସୁଭସ୍ମିତା ମୁଦୁଲି 

ଜଟଣୀ , ଖୋର୍ଦ୍ଧା

Related posts

ବିଳାସିନୀ ପୃଷ୍ଟି ଙ୍କ କବିତା = ଶ୍ରମିକର ଅନ୍ତର୍ଦାହ

ନର୍ମଦା ନାୟକ ଙ୍କ କବିତା l l କାଉଁରୀ କନ୍ୟା l l

Sunil Chandra Nayak

ଡ଼.ଭବାନୀ ଶଙ୍କର ନିଆଲ  ଙ୍କ କବିତା = ବାହାନଗା କରମଣ୍ଡଳ

Leave a Comment

error: Content is protected !!