ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ତାଜା ଖବର

୭୧ ହଜାର ଯୁବକଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର ରେ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ଧର୍ମେନ୍ଦ୍ର ପ୍ରଧାନ….

କେନ୍ଦ୍ର ସରକାର ଦେଶର ୧୦ଲକ୍ଷ ବେରୋଜଗାରଙ୍କୁ ସରକାରୀ ନିଯୁକ୍ତି ଦେବାନେଇ ଏକ ମିଶନ ଆରମ୍ଭ କରିଛନ୍ତି । ଏହି କ୍ରମରେ ଆଜି ଦ୍ୱିତୀଥର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୭୧ ହଜାର ବେରୋଜଗାରଙ୍କୁ ସରକାରୀ ଚାକିରୀ ପାଇଁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି । ଏହି କ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି କି ଦେଶର ଶିକ୍ଷିତ ବେରୋଜଗାରମାନଙ୍କୁ ନିଯୁକ୍ତି ଦେଇ ସରକାର ନିଜ ସୁଶାସନର ପରିଚୟ ଦେଇଛନ୍ତି । ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପାଳନ କରୁଛନ୍ତି ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି କି, ଯୋଗ୍ୟତା ତୁଳନାରେ ନିଯୁକ୍ତି ଓ ପଦୋନ୍ନତୀ ଫଳରେ ଯୁବକମାନଙ୍କର ଭରସା ଜାଗ୍ରତ ହୋଇଥାଏ । ଏହି ପାରଦର୍ଶିତା ସେମାନଙ୍କୁ ପ୍ରତିଯୋଗିତାରେ ଭାଗ ନେବାକୁ ପ୍ରେରିତ କରିଥାଏ । ଆମ ସରକାର ଦେଶ ଭିତରେ ନିରନ୍ତର ଭାବେ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି ।

କେନ୍ଦ୍ର ସରକାର ଆଜି ବଣ୍ଟନ କରିଥିବା ୭୧ ହଜାର ନିଯୁକ୍ତି ପତ୍ରରେ ସାରା ଦେଶର ବିଭିନ୍ନ ସରକାରୀ ବିଭାଗର କନିଷ୍ଠ ଅଭିଜ୍ଞତା , ଲୋକପାଇଲଟ, ଟେକ୍ନିସୟାନ, ନିରୀକ୍ଷକ, ଉପ ନିରୀକ୍ଷକ, କନେଷ୍ଟବଳ, ଗ୍ରମୀଣ ଡାକସେବକ ଭଳି ପଦ ପାଇଁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମୁତାବକ ରୋଜଗାର ମେଳା ଦେଶରେ ରୋଜଗାର ସୃଜନକୁ ପ୍ରାଥମିକତା ଦେବାରେ ସରକାର ପ୍ରତିଶ୍ରୁତିବଦ୍ଧ, ଏହା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନିଆଯାଇଥିବା ଏକ ବଡ ପଦକ୍ଷେପ । କହିରଖୁ କି ଗତବର୍ଷ ଅକ୍ଟୋବର ମାସରେ ବି ରୋଜଗାର ମେଳାର ଆରମ୍ଭ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ୭୫ ହଜାର ଶିକ୍ଷିତ ବେକାର ଯୁବକଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯାଇଥିଲା

ଆଜି ଭୁବନେଶ୍ୱରରେ ରୋଜଗାର ମେଳା: 

ଦେଶରେ ନିଯୁକ୍ତି ଆଶାୟୀ ପ୍ରତିଭାବାନ ଯୁବକଯୁବତୀଙ୍କୁ ସରକାରୀ ଚାକିରି ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତ ସରକାର ବିଭିନ୍ନ ସ୍ଥାନରେ ରୋଜଗାର ମେଳା ଆୟୋଜନ କରୁଛନ୍ତି। ଆଜି (ଶୁକ୍ରବାର) ଓଡ଼ିଶାରେ ଚଳିତ ବର୍ଷର ପ୍ରଥମ ରୋଜଗାର ମେଳା ଅନୁଷ୍ଠିତ ହେଉଛି। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର ରୋଜଗାର ମେଳାରେ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ସରକାରୀ ଚାକିରିର ନିଯୁକ୍ତିପତ୍ର ବାଣ୍ଟିବେ। ଏମାନଙ୍କୁ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗରେ ନିଯୁକ୍ତି ମିଳିବ। ଭୁବନେଶ୍ୱର ଆଚାର୍ଯ୍ୟ ବିହାରସ୍ଥିତ ସିଏସ୍‌ଆଇଆର୍‌-ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଏମ୍‌ଏମ୍‌ଟି)ରେ ଏହି ମେଳା ଅନୁଷ୍ଠିତ ହୋଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବିଶାଖାପଟନମ୍ ହେବ ଆନ୍ଧ୍ର ପ୍ରଦେଶର ନୂତନ ରାଜଧାନୀ, ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ଘୋଷଣା

Sunil Chandra Nayak

ପ୍ରକାଶ ପାଇଲା ଆଇଏଏସ-୨୦୨୨ , ଇଶିତା କିଶୋର ଟପ୍ପର, ପ୍ରଥମ ୪ଟି ସ୍ଥାନରେ ଝିଅ

ଏଥର ବିନା ପ୍ରମାଣ ପତ୍ରରେ ହେବ ଆଧାର ଅପଡେଟ୍

Sunil Chandra Nayak

Leave a Comment

error: Content is protected !!