ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନମନ୍ତ୍ରୀ ଆବାସ ସମ୍ଭାବ୍ଯ ତାଲିକା ପ୍ରକାଶ ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ

ଥୁଆମୂଳ ରାମପୁର:୨୦/୦୧ – (ମ.ନି.ସ):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁରରୁ ଆସିଥିବା ଏହି ଦୃଶ୍ଯ। ଏହେଉଛି ଥୁଆମୂଳ ରାମପୁର ବ୍ଳକ ସ୍ଥିତ ଗ୍ରାମପଞ୍ଚାୟତ ଦୃଶ୍ୟ। ପଞ୍ଚାୟତ କାର୍ଯ୍ଯାଳୟ କାନ୍ଥରେ ପ୍ରକାଶ ପାଇଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ପାଇଁ ସମ୍ଭାବ୍ଯ ଯୋଗ୍ଯ ହିତାଧିକାରୀଙ୍କ ତାଲିକା। ତାଲିକାରେ ନାଁ ଅଛି କି ନାହିଁ ଦେଖିବା ପାଇଁ ପଞ୍ଚାୟତ କାର୍ଯ୍ଯାଳୟରେ ଭିଡ ବଢିଥିଲା। ଏଥିରୁ ବାଦ ପଡିଥିବା ଯୋଗ୍ଯ ହିତାଧିକାରୀ ଅସନ୍ତୋଷ ପ୍ରକାଶ କରି ପଞ୍ଚାୟତ କାର୍ଯ୍ଯାଳୟ ସମ୍ମୁଖ ଗେଟ୍ କୁ ତାଲା ମାରିଥିଲେ। ଯେଉଁ ଯୋଗ୍ଯ ହିତାଧିକାରୀ ଘର ଖଣ୍ତିକ ପାଇବା ଆଶା ନେଇ ବର୍ଷ ବର୍ଷ ଅପେକ୍ଷା କରିଥିଲେ ଓ ସେମାନେ ଘର ପାଇବା ଆଶା ରଖିଥିଲେ। କିନ୍ତୁ ସେମାନଙ୍କ ନାମ ଏହି ତାଲିକାରେ ଅନ୍ତର୍ଭୁକ୍ତ ହେଲା ନାହିଁ। ସେଥିପାଇଁ ଅସନ୍ତୋଷ ପ୍ରକାଶ କରି ବାଧ୍ୟ ହୋଇ ଗତ ତା ୧୯/୦୧/୨୦୨୩ ରିଖ ଦିନ ତାଲାବନ୍ଦ କରି ପୁଣି ଆଜି ଯଥା ତା ୨୦/୦୧/୨୦୨୩ ରିଖ ଦିନ ବିଡିଓ ଶ୍ରୀ ଶୁଭକାନ୍ତ ନାଏକଙ୍କ ପାଖରେ ଫେରାଦ ହୋଇଥିବା ବିଷୟ ପ୍ରକାଶ କରିଛନ୍ତି। ଯୋଗ୍ଯ ହିତାଧିକାରୀଙ୍କୁ ସରକାରଙ୍କ ପକ୍ଷରୁ ଆସବ ଯୋଜନାରେ ସାମିଲ କରି ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଯାଉ ବୋଲି ଅଡିବସିଛନ୍ତି। ଯେଉଁ ମାନେ ଗରିବ ସେମାନଙ୍କ ଭଲ ଘର ଖଣ୍ତେ ନାହିଁ ସେମାନଙ୍କୁ ଘର ଖଣ୍ତେ ମିଳିପାରୁନାହିଁ, ସେଭଳି ହିତାଧିକାରୀଙ୍କ ନାମ ଏହି ତାଲିକାରୁ ବାଦ ପଡିଥିବା ଜଣାପଡିଛି। ଯେଉଁ ମାନଙ୍କର ଚଳପ୍ରଚଲରେ ଭଲ ଅଛି ସେଭଳି ଲୋକଙ୍କ ନାମ ତାଲିକାରେ ଉହ୍ଲେଖ ରହିବା ଭଳି ଘଟଣା ଉପରେ ଜୋର ଧରିଛି। ଏହାକୁ ନେଇ ତଦନ୍ତ କରାଯାଇ ଯେଉଁ ହିତାଧିକାରୀଙ୍କ ତାଲିକାରୁ ବାଦପଡିଛନ୍ତି ତାଙ୍କର ନାଁ ଗୁଡିକ ପୁଣି ଥରେ ତାଲିକା ଅନ୍ତର୍ଭୁକ୍ତ କରାଯାଉ ବୋଲି ଦାବି କରିଛନ୍ତି।

ଥୁଆମୂଳ ରାମପୁର ବ୍ଳକର ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ବିଚ୍ଛିନ୍ନାଞ୍ଚଳ ଟେକାଲିରେ ପୁରାତନ ରାଧାମାଧବ ପୀଠରେ ସପ୍ତାହ ବ୍ୟାପି ଭାଗବତ ପ୍ରବଚନ ଓ ସନ୍ଥ ସମ୍ମିଳନୀ

masiha

ଵହଳଦା ବଜାର ରାସ୍ତା ମରଣଯନ୍ତା; ମରାମତି ପାଇଁ ସାଧାରଣରେ ଦାଵି

masiha

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ଵର୍ଗତ ଡଃ ମନମୋହନ ସିଂହ ଙ୍କ ଶୋକ ଦିବସ ପାଳିତ 

masiha

Leave a Comment

error: Content is protected !!