ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ତିର୍ତୋଲ ଅବକାରୀ ଥାନା ଅଧିକାରୀଙ୍କ ବଡ ସଫଳତା, ନକଲିମଦ ଜବତ ସାଙ୍ଗକୁ,ଜଣେ ଗିରଫ

  ତିର୍ତ୍ତୋଲ :- 20/01/23 ସମାଜର କ୍ଷତି ଘଟାଉଥିବା ମଦର ଚୋରା କାରବାର ରୋକିବାକୁ ଅବକାରୀ ଥାନାର ପ୍ରୟାସ ଜୋରସୋର ଭାବେ ଚାଲିଥିବା ବେଳେ,ସମଗ୍ର ତିର୍ତୋଲ ଅଞ୍ଚଳ ରେ ଦୀର୍ଘ ବର୍ଷ ଧରି ଚୋରା ନକଲି ମଦ କାରବାର ର ଏକ ବଡ଼ ରାକେଟ ବଜାର ଓ ଗାଁ ଗହଳି ରେ ବ୍ୟାପକ ନିଶା କାରବାର ଚଳାଇ ଆସୁଥିଲା | ଏହି ରକେଟ କୁ ଧରିବାକୁ ଦୀର୍ଘ ଦିନ ଧରି ତିର୍ତୋଲ ଅବକାରୀ ଥାନା ବିଫଳ ହୋଇ ଆସୁଥିଲେ ବି ବିଭାଗୀୟ ଅଧିକାରୀ ମାନେ ତୀକ୍ଷଣ ଦୃଷ୍ଟି ରଖି ଆସୁ ଥିଲେ | ତେବେ ଜାନୁଆରୀ ୨୦ ତାରିଖ ଦିନ ଏହି ରାକେଟ କୁ ଧରିବା କ୍ଷେତ୍ରରେ ଅବକାରୀ ପୋଲିସ କୁ ଏକ ବଡ଼ ସଫଳତା ମିଳିଗଲା ! ଅନୁସନ୍ଧାନରୁ ଜଣାଯାଇଛି, ଜଗତସିଂହପୁର ଜିଲ୍ଳାର,ତିର୍ତୋଲ ଥାନା ଅନ୍ତର୍ଗତ ତୁଳଙ୍ଗ ପଞ୍ଚାୟତ ଅଧିନ ପୋଇଓ ଗ୍ରାମର ଜିତୁ ରଞ୍ଜନ ପାତ୍ର ନାମକ ଜଣେ ଯୁବକର ଘର ଚତୁଃପାର୍ଶ୍ଵ କୁ ତିର୍ତ୍ତୋଲ ଅବକାରୀ ଥାନାର ଭାରପ୍ରାପ୍ତ ଅଧିକାରୀ ଶୁଭେନ୍ଦୁ କୁମାର ପୁହାଣ, ଏ. ଏସ. ଆଇ. ବଳରାମ ଦାଶ ଙ୍କ ସହିତ କନେଷ୍ଟବଳ ମନୋଜ କୁମାର ପରିଡା, ସୁମନ୍ତ କୁମାର ମହନ୍ତ, ଲକ୍ଷ୍ମୀ ନାରାୟଣ ମଲ୍ଲିକ, ଓ କଲ୍ୟାଣୀ ସେଠୀ ନିଶା ବେପାରୀଙ୍କ ଘରେ ପଶି ବିପୁଳ ପରିମାଣର ନକଲି ମଦ କୁ ଜବତ କରିବା,ସହିତ ଜିତୁ କୁ ରେଡହ୍ୟାଣ୍ଡ ରେ ଧରି ଗିରଫ କରିଛନ୍ତି | ଜବତ ହୋଇଥିବା ବିଦେଶୀ ନକଲି ମଦ ର ପରିମାଣ ଏଗାର ଲିଟର ସାତଶହ ମିଲି ଲିଟର ,ଯାହାର ଆନୁମାନିକ ମୂଲ୍ୟ ୮୧୯୦ ଟଙ୍କା ହେବ ! ଏହା ସହିତ ନଗଦ ୧୭୫୦ ଟଙ୍କା ଆସାମୀ ପାଖରୁ ଜବତ କରା ଯାଇ ଆସାମୀକୁ ଗିରଫ କରିଥିଲେ | ତେବେ ଏହି ନକଲି ମଦ କାରବାର ର ରାକେଟ ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ କରିବାକୁ କୋର୍ଟ ର ଅନୁମତି କ୍ରମେ ଆସାମୀକୁ ଅଟକ ରଖି ଘଟଣା ର ଅନୁସନ୍ଧାନ ଜାରି ରଖିଛି ତିର୍ତୋଲ ଅବକାରୀ ପୋଲିସ। 

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

 

Related posts

ମଦ ଜବତ, ୨ ଗିରଫ

Sunil Chandra Nayak

ବେଆଇନ ବାଲିଖାଦା ରେ ବସ୍ତା ପୁଲିସ ର ଚଢାଉ ୩ଟ୍ରାକ୍ଟର ଜବତ

masiha

ଗହଣା ସଫେଇ ଆଳରେ ଜୈନିକ ବ୍ୟବସାୟୀଙ୍କ ଘରୁ ଲୁଟ୍।  ଦୁଇଟି ସୁନା ଚୁଡ଼ି, ମୁଦି ଓ ସୁନା ଚେନ ନେଇ ଦୁଇ ଦୃର୍ବୁତ୍ତ ଫେରାର…

masiha

Leave a Comment

error: Content is protected !!