ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆତ୍ମା କମିଟି ତରଫରୁ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ବିହନ ଟଙ୍କା ପ୍ରଦାନ

ଗୋଲାମୁଣ୍ଡା,୨୧|୦୧(ସମିସ ) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ଆଜି ଆତ୍ମା କମିଟି ଆନୁକୂଲ୍ୟରେ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ତରଫରୁ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ବିହନ ଟଙ୍କା ବା ଘୂର୍ଣ୍ଣନ ପାଣ୍ଠି ଚେକ ମାଧ୍ୟମରେ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ଆତ୍ମା କମିଟି ଅଧ୍ୟକ୍ଷ ଇଂ. ଦିନେଶ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଗୋଲାମୁଣ୍ଡା ସହକାରୀ କୃଷି ଅଧିକାରୀ ଲିଙ୍ଗରାଜ ମେହେର, ବିଟିଏମ ବିରେନ୍ଦ୍ର ତାଣ୍ଡେକର ଓ ଏଟିଏମ ଅଭିନ୍ନ କୁମାର ନାଏକ, ସୁବ୍ରତ କୁମାର ରାଉତ ପ୍ରମୁଖ ଯୋଗଦେଇ କାର୍ଯ୍ୟ ପରିଚାଳନା କରିଥିଲେ । ଚେକ ବଣ୍ଟନ ସମୟରେ ମିଶନଶକ୍ତି ର ବ୍ଲକ ସଂଯୋଜିକା ଯଶୋବନ୍ତି ନାଏକ ଉପସ୍ଥିତ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ବ୍ଲକ ର ୧୦ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ କୁ ଚେକ ବଣ୍ଟନ କରାଯାଇଛି । ପ୍ରତ୍ୟେକ ସ୍ବୟଂ ସହାୟକ ଗୋଷ୍ଠୀ ଙ୍କୁ ୧୦ହଜାର ଟଙ୍କା ଚେକ ମାଧ୍ୟମରେ ଦିଆଯାଇଛି । ଦ୍ଵିତୀୟ ପର୍ଯ୍ୟାୟରେ ବ୍ଲକ ର ବାକିତକ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ଏହି ଯୋଜନା ରେ ସାମିଲ କରାଯାଇ ଚେକ ପ୍ରଦାନ କରାଯିବ ବୋଲି ଆତ୍ମା କମିଟି ଅଧ୍ୟକ୍ଷ ଶ୍ରୀ ରାଉତ ପ୍ରକାଶ କରିଛନ୍ତି।

.
ଦାମୋଦର ଦାସ ଙ୍କ ରିପୋର୍ଟ୍ 

Related posts

ଏକତ୍ର ର ସ୍ବାଗତ ସମ୍ବର୍ଦ୍ଧନା ଓ ବଂଧୁମିଳନ ଉତ୍ସବ

Sunil Chandra Nayak

ଶିକ୍ଷାଦାନ କ୍ଷେତ୍ରରେ ନାଇସ ଇନଷ୍ଟିଚ୍ୟୁଟର ସଫଳତା 

କୌଶିକ ବାବା +୩ ମହାବିଦ୍ୟାଳୟରେ କାର୍ଗିଲ ବିଜୟ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!