ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରାଇରଙ୍ଗପୁର ମା ‘ତାରିଣୀ ପୀଠ ର ପ୍ରତିଷ୍ଠା ଦିବସ ଅନୁଷ୍ଠିତ  

 ମୟୂରଭଞ୍ଜ -୨୧/୧/୨୩ (ମସିହା)୦୮/୦୭/ ୨୦୦୮ ମସିହାରେ ପ୍ରତିଷ୍ଠିତ ହୋଇଥିବା ରାଇରଙ୍ଗପୁର ସହର ସନ୍ନିକଟ ୧୩ ନମ୍ବର ଓ୍ବାର୍ଡ ମହିଳା ମହାବିଦ୍ୟାଳୟ ପଛପଟେ ଵଣସାହିରେ ମା’ତା୍ରୀଣୀଙ୍କ ଶ୍ରଦ୍ଧାଳୁଙ୍କ ଦ୍ବାରା ତାରିଣୀ ପୀଠର ପ୍ରତିଷ୍ଠା ଉତ୍ସବ ପ୍ରତିବର୍ଷ ଭଳି ମହାଧୁମଧାମରେ ପାଳିତ ହୋଇଯାଇଛି |ସୁଦୂର ବାଲେଶ୍ବରର ସୋରରୁ ଆସି ନନାମାନେ ପୂଜାର୍ଚ୍ଚନା କରିବା ସହିତ ମନ୍ଦିର ପୀଠରେ ପୂଜା,ହୋମ ଓ ଆରତୀ କରିଥିଲେ |ମନ୍ଦିରର ମୁଖ୍ୟ ପୂଜକ ଭୀମସେନ ପଲେଇଙ୍କ କହିବା ଅନୁଯାୟୀ ପ୍ରତିବର୍ଷ ଭଳି ଆଜିର ଦିନରେ ଭକ୍ତମାନେ ଆସିଥାନ୍ତି | ମା’ଙ୍କ ପାଖରେ କେହି ନିଷ୍ଫଳା ହୁଅନ୍ତି ନାହିଁ ।ମା’ ସବୁରି ଗୁହାରି ଶୁଣନ୍ତି ।ସେଥିଲାଗି ଶ୍ରଦ୍ଧାଳୁ, ମାନସିକଧାରୀ, ଭକ୍ତ ବୃନ୍ଦ ସୁଦୂର ରୁ ଛୁଟି ଆସନ୍ତି |ମା ତାରିଣୀ ପୀଠରେ ଆଜି ଭକ୍ତମାନଙ୍କର ପ୍ରବଳ ଗହଳି ସମାଗମ ଦେଖାଯାଇଥିଲା |ମନ୍ଦିର କମିଟୀର ନବୀନ ରାମ,ବିକାଶ ମହାନ୍ତ, ପ୍ରଦୀପ୍ତ ମିଶ୍ର, ସୁଶାନ୍ତ ମିଶ୍ର ନିରୋଜ ପଣ୍ଡା,ଦୁଷ୍ମନ୍ତ ବସା,ଜଗନ୍ନାଥ ମଲ୍ଲିକ ତଥା ଅନ୍ୟାନ୍ୟ କର୍ମକର୍ତ୍ତାମାନେ ସାହାଯ୍ୟ ଓ ସହଯୋଗ କରିଥିଲେ | କର୍ତାଭାବେ ଇଞ୍ଜିନିୟର ପ୍ରଦୀପ ମିଶ୍ର ପୂଜାରେ ବସିଥିଲେ । ମୁଖ୍ୟ ପୂଜକ ଭାବେ ରବିନାରାୟଣ ଶତପଥୀ ରୀତିନୀତି ସହ କଳସ ପ୍ରତିଷ୍ଠା, ସୂର୍ଯ୍ୟ ପୂଜା,ହୋମ, ଯଜ୍ଞ, ଷୋଡ଼ଶ ପୂଜା ଉପଚାର, ପୂଜାର୍ଚ୍ଚନା କରିଥିଲେ । ଆଜି ତାରିଣୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଭକ୍ତମାନଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କମିଟୀ ପକ୍ଷରୁ କରାଯାଇଥିଲା |ସେହିପରି ଆଜି ଏଠାରେ ମାଙ୍କର ଭକ୍ତମାନଙ୍କର ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଗହଳିଚହଳି ପରିଲକ୍ଷିତ ହୋଇଥିଲା ସଂପୁର୍ଣ୍ଣ ଅଂଚଳରେ ଏକ ଶକ୍ତିମୟୀ ପରିବେଶ ହୋଇ ଉଠିଥିଲା । ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ବେଲଖଣ୍ଡି ରେ ଶିବରାତ୍ରି ଜାଗର ରାତ୍ରୀ

Sunil Chandra Nayak

ରାଇରଙ୍ଗପୁର ପ୍ରସିଦ୍ଧ ୩୩ ତମ ରଥଯାତ୍ରା ପାଇଁ ଜଗନ୍ନାଥ ମନ୍ଦିରରେ ରଥକାଠ ଅନୁକୂଳ

Sunil Chandra Nayak

ସାରସପଡ଼ା ରେ ୮ତମ ମାଁ ବିନ୍ଧ୍ୟ ବାସିନୀ ଙ୍କ ବାର୍ଷିକ ପୂଜାନୋତ୍ସବ ମହାସମାରୋହରେ ଅନୁଷ୍ଠିତ 

masiha

Leave a Comment

error: Content is protected !!