ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଞ୍ଚଟି ସନ୍ତାନ କୁ ଛାଡି ମା ଘରଛାଡି ପଳାଇଛନ୍ତି,ମା କୁ ଝୁରି ହେଉଛନ୍ତି ପିଲାମାନେ

ବାଲିଆପାଳ -21/1/23 ( ମ ନି ସ ) ମା ତୁଯେଉଁଠି ଅଛୁ ଘରକୁ ପଳାଇ ଆସ୍।ତୋବିନା ଆମେ ବଞ୍ଚିପାରୁନୁ। ହଁ ଆଜ୍ଞା ଏ କୌଣସି ଫିଲ୍ମ ବା ଯାତ୍ରାର ସଂଳାପ ନୁହେଁ।ଦୀର୍ଘ 22 ଦିନ ହେବ ଜଣେ ମାଁ ଯାହାରକି ପାଞ୍ଚଜଣ ଛୋଟ ଛୋଟ ପିଲା ରହିଛନ୍ତି ସେ ଘରଛାଡି କୁଆଡେ ପଳାଇ ଯାଇଛନ୍ତି। ତାଙ୍କର ଦୁଇ ବର୍ଷ ପାଞ୍ଚମାସର ପୁଅଟିଏ ମଧ୍ୟ ରହିଛି। ତେବେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲିଆପାଳ ବ୍ଲକ ରତାଇ ପଞ୍ଚାୟତର ସଂକରପୁର ଗ୍ରାମରେ। ଦୀର୍ଘ 13 ବର୍ଷ ତଳେ ଜୟନ୍ତ ମାଝୀ କୁମ୍ଭାରୀ ଗ୍ରାମର ସସ୍ମିତା ମାଝୀଙ୍କୁ ବୈଦିକ ରୀତିରେ ବିବାହ କରିଥିବା ବେଳେ ଚାରୋଟି ଝିଅ ଓ ଗୋଟାଏ ପୁଅକୁ ମିଶାଇ ପାଞ୍ଚଟି ସନ୍ତାନ ଥାଇ ବେସ୍ ହସଖୁସିରେ ସଂସାର ଚାଲିଥିବା ବେଳେ ସଂସାର ଉପରେ ଘୋଟି ଆସିଲା କଳାବାଦଲ୍।ଗତ 22 ଦିନ ପୂର୍ବରୁ ସଶ୍ମିତା ନିଜ ସ୍ବାମୀ ଓ ଛୋଟ ଛୋଟ ପିଲା ମାନଙ୍କୁ ଛାଡି କେଉଁ ଆଡେ ପଳାଇଛନ୍ତି। ସ୍ବାମୀ ଜୟନ୍ତ ସଂପର୍କୀୟ ତଥା ବିଭିନ୍ନ ସ୍ଥାନରେ ଖୋଜିବା ପରେ ନିରାଶ ହୋଇ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ତେବେ ସବୁଠାରୁ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ମାଁ କୁ ଝୁରି ହେଉଛନ୍ତି ଛୋଟ ଛୋଟ ପିଲାମାନେ।ମା ବିନା ସେମାନେ ଯେମିତି ପ୍ରତି ମୁହୂର୍ତ୍ତରେ ଛଟପଟ ହେଉଛନ୍ତି। ତେବେ ସସ୍ମିତା ଯେଉଁଠି ବି ଥାନ୍ତୁନା କାହିଁକି ତୁରନ୍ତ ଘରକୁ ଫେରି ଆସିବାକୁ ଆକୁଳ ନିବେଦନ କରିଛନ୍ତି ସ୍ବାମୀ,ଶାଶୁ, ପଡୋଶୀ ଓ ପିଲାମାନେ। ତେବେ ଯଦି କେହି ସହୃଦୟ ବ୍ୟକ୍ତି ସସ୍ମିତା ମାଝୀଙ୍କ ସନ୍ଧାନ ପାନ୍ତି ତେବେ ମୋବାଇଲ୍ ନମ୍ବର୍ 8984163137 ରେ ଯୋଗାଯୋଗ କରିବାକୁ ନିବେଦନ।

ବାଲିଆପାଳ ରୁ ଦିଲ୍ଲୀପ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ସମ୍ବର୍ଦ୍ଧିତ ହେଲେ ବିଏଲଓ ସୁପରଭାଇଜର ଭରତ ସାହୁ

masiha

ଧନଞ୍ଜୟ ମହାନ୍ତିଙ୍କୁ ସଚେତନ ନାଗରିକ ମଞ୍ଚ ତରଫରୁ ଶ୍ରଦ୍ଧାଞ୍ଜଳି

ବନ୍ଦ ସ୍କୁଲ ଭିତରେ ଶହ ଶହ କ୍ୱିଣ୍ଟାଲ ମାଣ୍ଡିଆ ଗଚ୍ଛିତ, ମଣ୍ଡି ବାହାନାରେ ଚାଲିଛି କି ଦଲାଲଙ୍କ ମସୁଧା

Sunil Chandra Nayak

Leave a Comment

error: Content is protected !!