ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଗିଂ: ତିନି ମହଲାରୁ ସହପାଠୀ ଛାତ୍ରଙ୍କୁ ଠେଲିଦେବା ଅଭିଯୋଗ। ଗୁରୁତର ଛାତ୍ର ଡାକ୍ତରଖାନାରେ ଭର୍ତ୍ତି…

ରାଗିଂ: ତିନି ମହଲାରୁ ସହପାଠୀ ଛାତ୍ରଙ୍କୁ ଠେଲିଦେବା ଅଭିଯୋଗ।

ଗୁରୁତର ଛାତ୍ର ଡାକ୍ତରଖାନାରେ ଭର୍ତ୍ତି…

କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ବିନାୟକ ବେସରକାରୀ କଲେଜରୁ ରାଗିଂର ଭୟାନକ ଚିତ୍ର ପଦାକୁ ଆସିଛି । ଯୁକ୍ତ ୨ କଳା ଶେଷ ବର୍ଷର ଜଣେ ଛାତ୍ରଙ୍କୁ କେତେଜଣ ସହପାଠୀ ପ୍ରାୟ ୭ଦିନ ଧରି ଅକଥନୀୟ ନିର୍ଯାତନା ଦେବା ସହ ତିନି ମହିଲା ଛାତରୁ ତଳକୁ ଠେଲି ଦେଇଥିବା ଅଭିଯୋଗ ହୋଇଛି।

ଗୁରୁତର ଛାତ୍ର ସଦର ଥାନା ଅନ୍ତର୍ଗତ ଗବରା ଗାଁର ଅଜ୍ଞେଶ ବାଗ୍ (୧୬)ଙ୍କୁ ସହିଦ ରେଣ୍ଡା ମାଝି ମେଡିକାଲ କଲେଜ ତଥା ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ସର୍ଜରୀ ୱାର୍ଡରେ ଭର୍ତ୍ତି କରାଯାଇଛି । ଏନେଇ ଛାତ୍ରଙ୍କ ବାପା ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।

ଛାତ୍ରଙ୍କ ପରିବାର ଲୋକଙ୍କ କହିବା କଥା,ଅଙ୍କେଶ ବିନାୟକ ବେସରକାରୀ କଲେଜ ଛାତ୍ରାବାସରେ ରହି ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷ କଳାରେ ପାଠ ପଢୁଥିଲେ।ହେଲା କଲେଜର ୮-୯ଜଣ ସହପାଠୀ ତାଙ୍କୁ କୌଣସି କାରଣରୁ ରାଗିଂ କରୁଥିଲେ। ନିସ୍ତୁକ ପିଟି ଭିଡିଓ ରେକର୍ଡିଂ କରିଥିଲେ ତେବେ ଅଙ୍କୁଶ କୌଣସି ପ୍ରକାରେ ଉକ୍ତ ଭିଡିଓ ସଂଗ୍ରହ କରିନେଇଥିଲେ।ସେ ନଇ କଲେଜ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିବା ସତ୍ତ୍ବେ ସୁଫଳ ମିଳି ନଥିଲା। ସହପାଠୀଙ୍କ ନିର୍ଯାତନା ବଢ଼ିବାରୁ ସେ ଉକ୍ତ ଭିଡିଓକୁ ଜୟପୁରରେ ରହୁଥିବା ସାନଭାଇଙ୍କ ନିକଟକୁ ପଠାଇଥିଲେ। ସାନ ଭାଇଙ୍କ ଠାରୁ ଘର ଲୋକେ ଏ ସଂକ୍ରାନ୍ତରେ ସୂଚନା ପାଇଥିଲେ।

ଏହି ଘଟଣା ପ୍ରଘଟ ହେବା ପରେ ରାଗିଂ ରେ ସମ୍ପୃକ୍ତ ଛାତ୍ରଙ୍କୁ ଘାରିଥିଲା କାର୍ଯ୍ୟାନୁଷ୍ଠାନର ଭୟ । ସେମାନେ ଅକେଶଙ୍କୁ ଉକ୍ତ ଭିଡିଓ ଡିଲିଟ୍ କରିବାକୁ ଚାପ ପକାଇଥିଲେ। ରବିବାର ରାତି ପ୍ରାୟ ୯ଟରେ ସେମାନେ ତାଙ୍କୁ ହଷ୍ଟେଲର ୩ମହଲା କୋଠା ଉପରକୁ ଟାଣି ନେଇଥିଲେ । ସେଠାରେ ମଧ୍ୟ ଭିଡିଓ ଡିଲିଟ୍ କରିବା କଥା କହିଥିଲେ। ଏଥିରେ ପ୍ରତିବାଦ କରିବାରୁ ଅକେଶଙ୍କୁ ତଳକୁ ଠେଲି ଦେଇଥିଲେ।ସୂଚନା ପାଇ କଲେଜ କର୍ତ୍ତୃପକ୍ଷ ପହଞ୍ଚି ଗୁରୁତର ଅବସ୍ଥାରେ ଛାତ୍ର ଅଙ୍କେଶ ଙ୍କୁ ଡାକ୍ତରଖାନାକୁ ଆଣିଥିଲେ। ହେଲେ ପୁଲିସ୍‌ ଭୟରେ କର୍ମଚାରୀମାନେ ଛାତ୍ରଙ୍କୁ ଛାଡ଼ିପଳାଇଥିଲେ। ସୂଚନା ପାଇ ଘର ଲୋକେ ଡାକ୍ତରଖାନାରେ ପହଞ୍ଚିଥିଲେ। ଏହାକୁ ନେଇ ଡାକ୍ତରଖାନାରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। କଲେଜ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ପୁଅ ଏଭଳି ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।

ଅଙ୍କେଶଙ୍କ ଦୁଇ ଗୋଡ଼ରେ ଗୁରୁତର ଆଘାତ ଲାଗିଛି। ସେ ଚାଲି ପାରୁନାହାନ୍ତି । ଡାକ୍ତର ତାଙ୍କର ପରୀକ୍ଷା କରୁଛନ୍ତି । ଅନ୍ୟପଟେ ଅଙ୍କେଶଙ୍କ ବାପାଙ୍କଠାରୁ ସୂଚନା ପାଇବା ପରେ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସରସ୍ଵତୀ ଶିଶୁ ମାଣ୍ଡିଆ ର ଖାଦ୍ୟମେଳା ଅନୁଷ୍ଠିତ

masiha

RAYAGADA: MAFIA SMUGGLES VALUABLE TIMBER AMIDST FOREST FIRE UNDER RAYAGADA FOREST RANGE

masiha

ନର୍ଲାବ୍ଲକ୍ ର ବିଭିନ୍ନ ସ୍ଥାନରେ ୭୭ତମ ସ୍ଵାଧୀନତା ଦିବସ ପାଳିତ

masiha

Leave a Comment

error: Content is protected !!