ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଶଲା ମାଳୀ ସମାଜର ଜିଲ୍ଲା କମିଟି ପୁନଃ ଗଠିତ, ସମାଜ ଭବନ ନିର୍ମାଣ ଅନୁଦାନ ପାଇଁ ମୁଖ୍ୟ ମନ୍ତ୍ରୀଙ୍କୁ କୃତଜ୍ଞତା

ଭବାନୀପାଟଣା– କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ତରାପୁର ମହାଭାରତ ପଡ଼ିଆଠାରେ ରବିବାର କଳାହାଣ୍ଡି ଜିଲ୍ଲା କୋଶଲା ମାଳୀ (ପଟେଲ) ସମାଜର ଜିଲ୍ଲା କମିଟି ପୁନଃ ଗଠିତ ହୋଇଯାଇଛି । ସ୍ଥାନୀୟ ଶିବ ମନ୍ଦିରଠାରୁ ଏକ ବିରାଟ ମଶାଲ ଶୋଭାଯାତ୍ରା ଗାଁ ପରିକ୍ରମା କରି ମଞ୍ଚକୁ ମଶାଲ ପହଞ୍ଚିବା ପରେ ସେଠାରେ ମଶାଲ ସ୍ଥାପନ କରାଯାଇଥିଲା। ପରେ ମା’ କୋଶଲେଶ୍ବରୀଙ୍କୁ ପୂଜା ସହ ମହାତ୍ମା ଜ୍ୟୋତି ରାଓ ଫୁଲେ ଓ ସାବିତ୍ରୀ ବାଇଫୁଲେଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ସଞ୍ଜୟ କୁମାର ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୌଷଧୀ ବାଗ ଯୋଗଦେଇ ଶିକ୍ଷା, ସଂସ୍କୃତି ଉପରେ ଆଲୋକପାତ କରିଥିଲେ। ସମ୍ମାନୀତ ଅତିଥି ଭାବେ ଧର୍ମଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ଧିରଜ କୁମାର ଚୋପଦାର, ମଞ୍ଚାସୀନ ଅତିଥି ବନବିହାରୀ ନାଏକ, ମସ୍ତରାମ ପଟେଲ, ବଳରାମ ନାଏକ, ଡିଙ୍ଗର ପଟେଲ, ଘନଶ୍ୟାମ ପଟେଲ, ଲକ୍ଷ୍ମଣ ପଟେଲ, ବସନ୍ତ ନାଏକ, ବିନୋଦ ପଟେଲ, ଯୋଗୀନ୍ଦ୍ର ପଟେଲ, ଜୟକର ପଟେଲ, ସଚିଦାନନ୍ଦ ପଟେଲ ପ୍ରମୁଖ ମଞ୍ଚାସୀନ ହେଇଥିଲେ। ପଟେଲ ସମାଜ ଭବନ ନିର୍ମାଣ ପାଇଁ ୫୦ ଲକ୍ଷ ଟଙ୍କା ଅନୁଦାନ ଦେଇଥିବାରୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ପଟେଲ ସମାଜ। କୋଶଲା ମାଳୀ (ପଟେଲ) ସମାଜର କର୍ମକର୍ତ୍ତା ମାନଙ୍କ ୫ବର୍ଷ କାର୍ଯ୍ୟକାଳ ସରିଥିବା ବେଳେ ଜିଲ୍ଲା କମିଟି ପୁନଃ ଗଠନ ପାଇ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ ଜିଲ୍ଲା ସଭାପତି ଭାବେ ଦୁର୍ଯୋଧନ ପଟେଲ, ଉପସଭାପତି ଧର୍ମୁ ପଟେଲ, ସମ୍ପାଦକ ପବିତ୍ର କୁମାର ପଟେଲ, ସହ ସମ୍ପାଦକ ଜୟହରୀ ପଟେଲ ଓ କୋଷାଧ୍ୟକ୍ଷ ଭାବେ ପ୍ରଦୀପ ପଟେଲ ନିର୍ବାଚିତ ହୋଇଛନ୍ତି। ମଞ୍ଚକୁ ଜୟହରୀ ପଟେଲ ପରିଚାଳନା କରିଥିବାବେଳେ ଚିନ୍ତାମଣି ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ଜିଲ୍ଲାର ୨୫ଟି କେନ୍ଦ୍ରରୁ ଶତାଧିକ ମହିଳା ଓ ପୁରୁଷ ଯୋଗଦେଇ ଥିଲେ।

ସହ ସମ୍ପାଦକ ଅର୍ଜୁନ ପଟ୍ଟନାୟକ ଙ୍କ ରିପୋର୍ଟ

Related posts

ଲାଇସେନ୍ସ ପ୍ରାପ୍ତ ବିହନ ବିକ୍ରେତା ମାନଙ୍କୁ ନେଇ ବୈଠକ

masiha

ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୫

masiha

ଲେଡି ଲାୟନ ର ଦୁଇଦିନିଆ ଶିଶୁ ମହୋତ୍ସବ ସମ୍ପନ୍ନ

masiha

Leave a Comment

error: Content is protected !!