ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କନ୍ଧମାଳ ଜିଲ୍ଲା ଜି . ଉଦୟଗିରି ଥାନା ଅନ୍ତର୍ଗତ କଙ୍ଗିଆ ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ ଓ ଜଣେ ଗୁରୁତର

ଆଜି କଳିଙ୍ଗା ଘାଟିରେ ଭାରସାମ୍ୟ ହରାଇ ଜଣେ ଯୁବକ ର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଯୁବକ ଗୁରୁତର ହୋଇ ଜି ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି। ସୂଚନାଯୋଗ୍ୟ ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ମଙ୍ଗଳପୁର ବାଟୁଳି ସାହିର ଦୀପକ କୁମାର ପରିଡା ୧୭ ଓ ସୁଶାନ୍ତ କୁମାର ପରିଡା ୨୯ ହିରୋ ସ୍ପେଲଣ୍ଡର ଓ ଡି ୦୭ ଏ ୦୧୮୫ ବାଇକ ଯୋଗେ ଗଞ୍ଜାମ ଜିଲ୍ଲା ବୁଗୁଡା ଅଞ୍ଚଳ ରୁ କନ୍ଧମାଳ ଜିଲ୍ଲା ଜି ଉଦୟଗିରି କୁ ବାର୍ଥ ଡେ କେକ ନେବା ପାଇଁ ଆସିଥିଲେ। ସେମାନେ କେକ ନେଇ ଭଞ୍ଜନଗର ଅଭିମୁଖେ ଫେରୁଥିବା ବେଳେ କଳିଙ୍ଗା ଘଟି ଅନ୍ଧାର କୁଟ ନିକଟରେ ବାଇକ ଭାରସାମ୍ୟ ହରାଇ ରାସ୍ତା ର ଗାର୍ଡୱାଲ ରେ ଧକ୍କା ହୋଇ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ର ଖବର ପାଇ ଟିମ ହ୍ୟୁମାନିଟି ର ସଦସ୍ୟ ଜି ଉଦୟଗିରି ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ ଏବଂ ଏସ ଆଇ ବିନୟ କୁମାର ମହାରଣା ଘଟଣା ଘଟଣାସ୍ଥଳରେ ପହଂଚି ଗୁରୁତର ଆହତ ହୋଇଥିବା ଯୁବକ ଦୁଇ ଜଣ କୁ ଚିକିତ୍ସା ନିମନ୍ତେ ଜି ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କୁ ଆଣି ଭର୍ତ୍ତି କରିଥିଲେ । କଳିଙ୍ଗା ସମାଜସେବୀ ଅମନ ନାୟକ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କାର୍ଯ୍ୟ ରେ ସାହାର୍ଯ୍ୟ ସହଯୋଗ କରିଥିଲେ।ଜି ଉଦୟଗିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ଼ାକ୍ତର ଅଶୋକ ପ୍ରଧାନ ଦୀପକ କୁମାର ପରିଡ଼ା ୧୭ ଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ ସୁଶାନ୍ତ କୁମାର ପରିଡ଼ା ୨୯ ଗୁରୁତର ଆହତ ହୋଇ ଜି ଉଦୟଗିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି।

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

ଫାଇଲେରିଆ ନିରାକରଣ ଓ ସାର୍ବଜନୀନ ବାତଜ୍ୱର ଔଷଧ ସେବନ ବାବଦରେ ସଚେତନତା ରାଲି ଅନୁଷ୍ଠିତ 

Sunil Chandra Nayak

ବିଜାତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ତମାଖୁ ମୁକ୍ତ ଅଭିଯାନ

Sunil Chandra Nayak

ଧିରେ ଧିରେ ଲୋପ ପାଇବାକୁ ବସିଲାଣି କଂସା ବାସନ ଶିଳ୍ପ 

Sunil Chandra Nayak

Leave a Comment

error: Content is protected !!