ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ଜିଲ୍ଲା ସ୍ତରୀୟ କର୍ତ୍ତବ୍ୟବୋଧ ଦିବସ -୨୦୨୩ ପାଳିତ 

ଢେଙ୍କାନାଳ ( ମ ସୀ ହା )ରାଷ୍ଟ୍ରବାଦୀ ଶୈକ୍ଷିକ ପରିଷଦ,ଓଡିଶା ,ଢେଙ୍କାନାଳ ଜିଲ୍ଲା ଶାଖା ତରଫରୁ ସ୍ବାମୀ ବିବେକାନନ୍ଦ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଉପଲକ୍ଷେ ଢେଙ୍କାନାଳ-ସାନ୍ଧ୍ୟ ମହାବିଦ୍ୟାଳୟ ପରିସରରେ ତା.୨୧.୦୧.୨୦୨୩ ରିଖରେ ଜିଲ୍ଲା ସ୍ତରୀୟ କର୍ତ୍ତବ୍ୟବୋଧ ଦିବସ ପାଳିତ ହୋଇଯାଇଛି। ଏଥିରେ ସଭାପତିତ୍ବ କରିଥିଲେ ଅଧ୍ୟକ୍ଷ ଡକ୍ଟର ସମୀର କୁମାର ସାହୁ। ଉଭୟ ମହାପୁରୁଷଙ୍କ ଦେଶ ପ୍ରତି ଥିବା କର୍ତ୍ତବ୍ୟବୋଧତାର ପରାକାଷ୍ଠା ବିଷୟରେ ବକ୍ତାମାନେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଲୋକନାଥ ଷଡଙ୍ଗୀ, ସମ୍ମାନିତ ଅତିଥି ଦେବରାଜ ସାହୁ, ମୁଖ୍ୟ ବକ୍ତା ଡକ୍ଟର ନିରଞ୍ଜନ ଦାଶ, ସମ୍ମାନିତ ବକ୍ତା ଶଶାଙ୍କ ଶେଖର ଦାଶ, ଅଧ୍ଯାପକ ସମୀର କୁମାର ମଲ୍ଲିକ, ଅଧ୍ଯାପିକା ସ୍ବର୍ଣ୍ଣପ୍ରଭା ମାହାଲିକ , ଭକ୍ତିଲତା ଆଚାର୍ଯ୍ୟ, ଡ଼ଃ ଅନୁପମା ମିଶ୍ର ପ୍ରଭୃତି ଛାତ୍ର ଛାତ୍ରୀ ମାନଙ୍କୁ କର୍ତ୍ତବ୍ୟତା ପ୍ରତି ଅନୁପ୍ରାଣିତ ହେବାକୁ ଉଦ୍ ବୋଧନ ଦେଇଥିଲେ। ପରିଶେଷରେ ଡା. ଦେବୀ ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଲାଞ୍ଜିଗଡ଼ରୋଡ଼ ରେଳ ଜଙ୍କସନରେ ରହିଲା ଜୁନାଗଡ଼ ରୋଡ଼-ଭୁବନେଶ୍ବର ଏକ୍ସପ୍ରେସ୍ ଟ୍ରେନ୍

ଫାଇଭ୍-ଟି ରୂପାନ୍ତରଣରେ ସାମିଲ ହେଲା କମର୍ଦ୍ଧା ହାଇସ୍କୁଲ

ସେମେଲ ପଦର ଗ୍ରାମଠାରେ ଉତ୍ତର ବନଖଣ୍ତ ତରଫରୁ ୭୪ ତମ ବନମୋହତ୍ସ ଅନୁଷ୍ଠିତ

Leave a Comment

error: Content is protected !!