ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ କନ୍ୟାଶ୍ରମ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଜୁନାଗଡ଼ /ଚିଲିଗୁଡା // ଜୁନାଗଡ଼ ବ୍ଲକ ସରକାରୀ କନ୍ୟାଶ୍ରମ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ବିଦ୍ୟଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ବୀଣା ପାଣି ସାମନ୍ତଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ବାର୍ଷିକ ଉତ୍ସବ ରେ ଛାତ୍ରୀ ମାନଙ୍କୁ ଉତ୍ସ।ହିତ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବରେ ଜୁନାଗଡ଼ ନଗର ପାଳ ମୁକେଶ ଅଗ୍ରୱାଲ ,ଜିଲ୍ଲା ମଙ୍ଗଳାଧିସ କମଳା କାନ୍ତ ପ୍ରହରାଜ ,ଜୁନାଗଡ଼ ଉପ କୋଷାଗାର ଅଧିକାରୀ ଜୟଦେବ ଶବର ,କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟଳୟର ପ୍ରଧାନ ଶିକ୍ଷକ ହୃଷୀକେଶ ମେହେର ,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ଦାସ ,ବିଦ୍ୟଳୟ ପରିଚାଳନା କମିଟିର ସଭାପତି ନେପାଳ ଶବର ପ୍ରମୁଖ ଯୋଗଦାନ କରି ବାର୍ଷିକ ଉତ୍ସବ ସମ୍ପର୍କରେ ଛାତ୍ରୀ ମାନଙ୍କୁ ଅବଗତ କରିଥିଲେ ।ବାର୍ଷିକ କ୍ରୀଡା ଅବସରରେ ବିଜ୍ଞାନ ମେଳା ଏବଂ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା ।ଏହାକୁ ବିଜ୍ଞାନ ଶିକ୍ଷକ ଘନଶ୍ୟାମ ନ।ଏକ ଙ୍କ ମାର୍ଗଦର୍ଶନ ରେ ୨୮ ଗୋଟି ପ୍ରକଳ୍ପ କୁ ନେଇ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା ।ସେହିପରି ଖେଳ ଶିକ୍ଷକ ସୀତାକାନ୍ତ ପ୍ରଧାନଙ୍କ ସହାୟତାରେ ଚିତ୍ରକଳା ପ୍ରଦର୍ଶନୀ କୁନି କୁନି ଛାତ୍ରୀ ମାନେ ଆୟୋଜନ କରିଥିଲେ । ଏଥିରେ ଶିକ୍ଷୟତ୍ରୀ ସ୍ଵର୍ଣପ୍ରଭା ସାହୁ ,ଶଙ୍କର। ଭୋଇ ,ସରୋଜିନୀ ଷଡଙ୍ଗୀ ,ପ୍ରତିମା ମୟୀ ପଣ୍ଡା ,ଜନ ମତି ନ।ଏକ ଶିକ୍ଷକ ଲଷ୍ମୀଧର ବୋଡ଼ କିଆ ,ବିଭୁତି ଭୂଷଣ ନ।ଏକ ପ୍ରମୁଖ ଉତ୍ସବ ପରିଚାଳନା ରେ ସହଯୋଗ କରିଥିଲେ ।କାର୍ଯ୍ୟକ୍ରମ ରେ ଶିକ୍ଷୟତ୍ରୀ ସଂଯୁକ୍ତା କହଁର ଏବଂ ସାରଦା ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । ଶ୍ରୀମତୀ ମଞ୍ଜୁମାଲ। ଜଗତ ଏବଂ ବିନୋଦିନି ବେହେରାଙ୍କ ସହାୟତାରେ କୁନି କୁନି ଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗ।ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା । ଯାହାକି ବହୁ ସଂଖ୍ୟାରେ ଉପସ୍ଥିତ ସ୍ଥାନୀୟ ଦର୍ଶକ ଏବଂ ଅଭିଭାବକ ମାନେ ମନ ଭରି ଉପଭୋଗ କରିଥିଲେ। ଶେଷରେ ବିଦ୍ୟଳୟର ପ୍ରଧାନ ଶିକ୍ଷୟତ୍ରୀ ବୀଣା ପାଣି ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

କୋଦୋଗୁଡା ପିଡବ୍ଲୁଡି ରାସ୍ତାରୁ କୁସୁମଜୋର ରାସ୍ତା ଶୋଚନୀୟ

masiha

ରାୟଗଡା ଠାରେ ଜିଲ୍ଳାସ୍ତରୀୟ ୮୮ତମ ଓଡିଶା ଦିବସ ପାଳିତ

Sunil Chandra Nayak

ସ୍ଵାଧୀନତା ଦିବସରେ ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟ ୧୯୯୮ ମ୍ଯାଟ୍ରିକ ସହପାଠୀଙ୍କ ତରଫରୁ ଵୀର୍ସା ମୁଣ୍ଡା ବୃଦ୍ଧା ଶ୍ରମ ଅନ୍ତେଵାସୀଙ୍କୁ ସହାୟତା ବଣ୍ଟନ

Sunil Chandra Nayak

Leave a Comment

error: Content is protected !!