ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମା ଠାକୁରାଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ପାପଡାହାଣ୍ଡି,23/1, ମନିସ –ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ପଞ୍ଚାୟତ ଅନ୍ତର୍ଗତ ରାବଣଗୁଡା ଠାରେ ଚାଲିଥିବା ମାଠାକୁରାଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସୋମବାର ଉଦଯାପିତ ହୋଇଯାଇଛି । ଫାଇନାଲ ଖେଳରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧକ୍ଷ ତଥା ଆରସିଏମଏସ ସଭାପତି ସୁଶାନ୍ତ କୁମାର ବେହେରା ଉପସ୍ଥିତ ଥାଇ ଉଭୟ ଦଳକୁ ଟ୍ରଫି ପ୍ରଦାନ କରିଥିଲେ ।ଗତ ୧୫ ତାରିଖରୁ ଏହି ଟୁର୍ନାମେଣ୍ଟ ଆରମ୍ଭ ହୋଇଥିଲା । ମୋଟ ୧୬ ଗୋଟି ଦଳ ଭାଗ ନେଇ ଥିବା ବେଳେ ଫାଇନାଲରେ ଜଟାବାଲ ଓ ପାଇକ କତରା ମଧ୍ୟରେ ଖେଳା ଯାଇଥିଲା ।ଫାଇନାଲ ଖେଳରେ ଜଟାବାଲ ଦଳ ବିଜୟ କରିଥିଲେ ।ବିଜୟ ଦଳକୁ ୧୨୦୦୦ ଟଙ୍କା ସହ ଟ୍ରଫି ଓ ପରାଜୟ ଦଳକୁ ୮୦୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ସରପଞ୍ଚ ଚନ୍ଦ୍ରଧ୍ଵଜ ମାଝୀ ଓ ଗ୍ରାମବାସୀ ଉପସ୍ଥିତ ରହିଥିଲେ ।ଏହି ଖେଳକୁ ଗ୍ରାମ କମିଟି ଦ୍ୱାରା ଆୟୋଜନ କରାଯାଇଥିଲା ।

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ

masiha

ମହୁଲଡିହା ପଡ଼ିଆରେ ୫ ଦୀବହସୀୟ ୨୪ ତମ ଆନ୍ତଃରାଜ୍ୟ ଦୀପକ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ରାଉରକେଲା ଚମ୍ପିୟାନ 

Sunil Chandra Nayak

ମାଁ ରାଏଗଡେନ୍ ସ୍ପୋଟ୍ସ କ୍ଲବ୍ ଦ୍ଵାରା ଟି-ଟେନ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!