ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୀରନରସିହପୁର ଦୁମୁରିମୁଣ୍ଡା ମାହେଶ୍ୱରୀ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ

ବୌଦ୍ଧ-23-01-ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବୀରନରସିଂହପୁର ପଂଚାୟତ ଦୂମୁରିମୁଣ୍ଡା ଠାରେ ନବ ନିର୍ମିତ ମାହେଶ୍ୱରୀ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା l ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଆ ସିନେମାର ନିର୍ଦ୍ଦେଶକ ବନମାଳୀ ରଣା, ମୁଖ୍ୟ ବକ୍ତା ଭାବେ ସାହିତିକ ରମେଶ ପ୍ରସାଦ ମେହେର ଯୋଗଦେଇ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ କରି କଳାକାର ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତି ଓ ଅନୁଷ୍ଠାନ ମାନଙ୍କୁ ସମ୍ମାନିତ କରାଯାଉଥିବା ହେତୁ ପ୍ରତିଷ୍ଠାତା ଧରଣୀଧର ମେଣ୍ଡୁଲି ଙ୍କୁ ପ୍ରସଂଶା କରିଥିଲେ l ଏହି ଅବସରରେ ରଂଜନ କୁମାର ସାହୁ ଙ୍କ ସଂକୀର୍ତ୍ତନ ଦଳ ଓ ବାଞ୍ଛାନିଧି ପ୍ରଧାନ ଓ ସାଥିଙ୍କ ଦ୍ୱାରା ପାଳା ପରିବେଷଣ କରିଥିଲେ l ଏହି ଅବସରରେ ସାମାଜିକ ସଂଗଠକ ଗର୍ଜନ ସେନା ର ମୁଖ୍ୟ ବାଲ୍ମୀକି ମହାକୁଡ ଓ ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଅରୁଣ କୁମାର ମେଣ୍ଡିଲି ଓ ସଂଯୋଜନା କରିଥିଲେ ନାଟ୍ୟ ନିର୍ଦ୍ଧେଶକ ସୁରେନ୍ଦ୍ର କର୍ଣ୍ଣ l କାର୍ଯ୍ୟକ୍ରମ ରେ ଉପସ୍ଥିତି ଥିଲେ ଯୁବସମାଜସେବୀ ଇ. ବିକାଶ ଚନ୍ଦ୍ର ମହାକୁଲ , ବୌଦ୍ଧ ଜିଲ୍ଲା ବଜରଙ୍ଗ ଦଳ ସଭାପତି ସମ୍ବିତ ପଟ୍ଟନାୟକ, ସଦସ୍ୟ ମାନ ଭଞ୍ଜନ ମାହାଣା, ହରଭଙ୍ଗା ବ୍ଲକ ପେନସନ ଧାରୀ କଳାକାର ସଂଘ ସଭାପତି ବୈଷ୍ଣବ ମହାକୁଡ, କୃତ୍ତିବାସ ପଲିଆ ଓ ନିର୍ଗୁଣ ମହାକୁଡ l ଏହି କାର୍ଯ୍ୟକ୍ରମ ଆସନ୍ତା ୨୪ତାରିଖ ରେ କଳସ ଯାତ୍ରା,୨୫ ତାରିଖରେ ଅଷ୍ଟପ୍ରହରୀ ନାମ ଯଜ୍ଞ, ବ୍ରହ୍ମ ଯଜ୍ଞ, ଓ ୨୬ ତାରିଖରେ ବିଗ୍ରହ ସ୍ଥାପନ ଓ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଆୟୋଜକ ମାନଙ୍କ ସୂତ୍ରରୁ ପ୍ରକାଶ l

ବୌଦ୍ଧ ରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ବସ୍ ଧକ୍କା ରେ କଲେଜ ଛାତ୍ରୀ ଙ୍କ ମୃତ୍ୟୁ, ଜଣେ ଗୁରୁତର

Sunil Chandra Nayak

ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ ପକ୍ଷରୁ ୨୩ତମ ଓଡିଶା ରାଜ୍ୟ ସମ୍ମିଳନୀ

Sunil Chandra Nayak

ତେରେସିଂହାରେ ବନ ମହୋତ୍ସବ ପାଳିତ

masiha

Leave a Comment

error: Content is protected !!