ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରରେ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ରେ ୩୯ ଟି ଅଭିଯୋଗର ଶୁଣାଣି

ଡାବୁଗାଁ, ୨୪/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କାର୍ଯ୍ୟ|ଳୟର ଅଭିଯୋଗ ପ୍ରକୋଷ୍ଠରେ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ନବରଙ୍ଗପୁର ଅତିରିକ୍ତ ଜିଲାପାଳ ଭାସ୍କର ରଇତ ଙ୍କ ଦ୍ଵାରା ୩୯ ଟି ଅଭିଯୋଗ ର ଶୁଣାଣି କରି ତାର ସମାଧାନ ନିମନ୍ତେ ଜିଲାର ଯେଉଁ ବିଭାଗର ଅଭିଯୋଗ ସେହି ବିଭାଗ ଅଧିକାରୀଙ୍କୁ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ୩୯ ଟି ଅଭିଯୋଗ ମଧ୍ୟରୁ ୧୬ ଟି ଅଭିଯୋଗ ବ୍ୟକ୍ତିଗତ ୨୩ ଟି ଅଭିଯୋଗ ଗୋଷ୍ଠୀଗତ ହୋଇ ଥିବା ବେଳେ କହକାଗୁଡା ଗ୍ରାମର ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି, ସରାଗୁଡା, କୁରୁପା, ନନ୍ଦପୁରା ଗ୍ରାମରେ ପାନୀୟ ଜଳ ଯୋଗାଣ, ମେଞ୍ଜର, ନନ୍ଦପୁରା ହୁଣ୍ଡାରଗୁଡା ଗ୍ରାମରେ ରାସ୍ତା ଉନ୍ନତି କରଣ ଓ ବିଦ୍ୟାଳୟରେ ନୂତନ ଶ୍ରେଣୀ ଗୃହ ନିର୍ମାଣ, ଧନସରା ଗ୍ରାମରେ ନୂତନ ଟ୍ରାନ୍ସଫର୍ମର ଯୋଗାଣ, ତାଳବେଢା ଗ୍ରାମ ପାଖରେ ନିର୍ମାଣ ହେଉଥିବା ଭାରତମାଳା ରାସ୍ତା ଉପରେ ପୋଲ ଉଚ୍ଚତା ବଢାଇବା ପାଇଁ, ପାପଡାହାଣ୍ଡି ବ୍ଲକ ଅଧୀନ ରାଜାମାଟୁ ଗ୍ରାମର ଲୋକଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ, ଝରିଗାଁ ବ୍ଲକ କରମରି ଗ୍ରାମ ବିଦ୍ୟାଳୟ ରେ ଶିକ୍ଷକ ନିଯୁକ୍ତି ଓ ନୂତନ ଶ୍ରେଣୀ ଗୃହ ନିର୍ମାଣ ଆଦି ମୁଖ୍ୟ ସମସ୍ୟା ରହି ଥିବା ବେଳେ ଦିବ୍ୟାଙ୍ଗ ୨ଜଣ ଙ୍କୁ ଭିନ୍ନକ୍ଷମ ସହାୟତା ଯୋଜନାରେ ରୁଣ ପ୍ରଦାନ, ୨୬ ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ ଓ ୨୩ ଜଣଙ୍କୁ ମଧୁବାବୁ ପେନସନ ଯୋଜନାରେ ଭତ୍ତା ଅତିରିକ୍ତ ଜିଲାପାଳ ଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା | ଏଥିରେ ଭାରପ୍ରାପ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମଳୟ କୁମାର ତ୍ରିପାଠୀ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର , ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ବେଣୁଧର ଶବର, ଜିଲା ସମାଜ କଲ୍ୟାଣ ଅଧିକାରୀ ସ୍ଵର୍ଣ୍ଣଲତା ବିଶ୍ଵାସ, ଜିଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ରେଶମଲାଲ ନାୟକ, ଜିଲା ମତ୍ସ୍ୟ ଅଧିକାରୀ ଜି. ଜଗଦୀଶ ରାଓ, ଜିଲା ମୁଖ୍ୟ କୃଷି ଅଧିକାରୀ ଜି. ଭେଙ୍କେଟ ରେଡ୍ଡୀଜିଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର, ଡାବୁଗାଁ ବିଡିଓ ଶରତ ମାଝି, ତହସିଲଦାର କୃଷ୍ଣ ଚନ୍ଦ୍ର ଦାସ, ସିଡିପିଓ ଗୀତାଞ୍ଜଳି ମହାରଣା, ଡାବୁଗାଁ ବନାଞ୍ଚଳ ଅଧିକାରୀ ସେତୁରଞ୍ଜନୀ ଗମାଙ୍ଗ, ଏବିଡିଓ ପଦ୍ମନାଭ ତ୍ରିପାଠୀ, ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ରାଉତ, ଭାରପ୍ରାପ୍ତ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ସାରସ୍ଵତ ସାହୁ, ବନପାଳ ମଧୁସୂଦନ ପାତ୍ର, ସବଇନିସ୍ପେକ୍ଟର ଚନ୍ଦନ ସାହୁ ଓ ଜିଲା ଏବଂ ବ୍ଲକର ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ 

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବଡପଳସାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ

ଓଡ଼ିଶା ଡ୍ରାଇଭର ସଙ୍ଘ ପକ୍ଷରୁ ୧୦ ଦଫା ଦାବି କୁ ନେଇ କନ୍ଧମାଳ ରେ ଆନ୍ଦୋଳନ

Sunil Chandra Nayak

ପଶ୍ଚିମ ଓଡିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଙ୍କ ମୋହନଗିରି ସ୍ଥିତ ଐତିହାସିକ ଧବଳେଶ୍ଵର ଶୈବପୀଠ ପରିଦର୍ଶନ

masiha

Leave a Comment

error: Content is protected !!