ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ କନ୍ୟା ସନ୍ତାନ ଦିବସ  ପାଳିତ

ଭବାନୀପାଟଣା:୨୪/୦୧ – (ମ.ନି.ସ):- ଆଜି ଯଥା ତା – ୨୪/୦୧/୨୦୨୩ ରିଖ ମଙ୍ଗଳବାର ଦିନ କଳାହାଣ୍ଡି ଜିଲ୍ଲା ସଦର ମହୋକୁମା ଭବାନୀପାଟଣା ଠାର ଜାତୀୟ କନ୍ଯା ସନ୍ତାନ ଦିବସ ୨୦୨୩ ମହାସମାରୋହରେ ପାଳିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ଶିଶୁସୁରକ୍ଷା ୟୁନିଟ୍ ପକ୍ଷରୁ ଆୟୋଜିତ ଏହି କାର୍ଯ୍ଯକ୍ରମ ଅବସରରେ ସକାଳ ୯ ଘଟିକା ସମୟରେ ସ୍ଥାନୀୟ ଗାନ୍ଧୀଛକ ପାଖରୁ ଏକ ସଚେତନତା ରଥ ଏବଂ ରାଲିର ଆୟୋଜନ କରାଯାଇଥିଲା। ଏହି ରାଲିରେ ଏଏନଏମ୍ ଟ୍ରେନିଂ ସେଣ୍ଟର ର ଶିକ୍ଷାର୍ଧ୍ଯୀ,ଅଙ୍ଗନଓ୍ବାଡି କର୍ମୀ, ସୟଂସହାୟୀକା ଗୋଷ୍ଠୀ, ଶିଶୁଯନ୍ନ ଅନୁଷ୍ଠାନ ର ‘ ବାଳିକା ଅନ୍ତେବାସୀ ‘ ମାନେ ଭାଗନେଇଥିଲେ। ସଚେତନତା ରଥ ଏବଂ ରାଲିକୁ ଶୁଭ ଉଦଘାଟନ କରିଥିଲେ ଅତିରିକ୍ତ ଜିଲ୍ଲାପାଳ କଳାହାଣ୍ଡି ଶ୍ରୀ ସୁଶାନ୍ତ କୁମାର ପଟେଲ, ଅନ୍ଯମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ମହାପାତ୍ର, କ୍ରୀଡା ଅଧିକାରୀ ଶ୍ରୀ ରମେଶ କୁମାର ପାଢୀ, ଆଇସିଡିଏସ ର ପ୍ରୋଗ୍ରାମ ଅଫିସର ତଥା ଜିଲ୍ଲା ଶିଶୁ ସୁରକ୍ଷା ଅଫିସର ସମସ୍ତ କର୍ମକର୍ତ୍ତା ଏବଂ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କର୍ମକର୍ତ୍ତା ସମସ୍ତ ଉପସ୍ଥିତ ଥିଲେ।

       ରାଲିଟି ଗାନ୍ଧୀ ଛକ ଠାରୁ ସହର ପରିକ୍ରମା ପୂର୍ବକ ରେଡକ୍ରସ କଲ୍ଯାଣ ମଣ୍ତପ ପର୍ଯ୍ୟନ୍ତ ଯାଇ ସେଠାରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ ସଭାରେ ଯୋଗଦେଇଥିଲେ। ଉଦଘାଟନି ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପରିଷଦ କଳାହାଣ୍ଡିର ଅଧ୍ଯକ୍ଷ ଶ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ ଯୋଗଦେଇ ଏହି ଦିବସ ପାଳନର ଉଦ୍ଦେଶ୍ୟ ଓ କନ୍ୟା ସନ୍ତାନ ମାନଙ୍କର ସମାଜରେ ଥିବା ତାରତମ୍ୟ ସମ୍ପର୍କରେ ଆଲୋକ ପାତ କରିଥିଲେ। ଅନ୍ଯାନ୍ଯ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଆଇସିଡିଏସ ର ପ୍ରୋଗ୍ରାମ ଅଫିସର, ଶିଶୁ ମଙ୍ଗଳ ସମିତି କଳାହାଣ୍ଡି ର ସଦସ୍ୟ ଓ ସଦସ୍ଯା ଏବଂ One stop center ର ମୁଖ୍ୟ ବିନୀତ ଦାସ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ।

        ପରେ ପରେ ବାଳିକା ମାନଙ୍କ ମଧ୍ୟରେ ଝୋଟି,ରଙ୍ଗୋଲି, ବକୃତା ଏକକ ସଙ୍ଗୀତ ଓ ସମବତ ନୃତ୍ୟ ପ୍ରତିଯୋଗିତା ମାନ ଆୟୋଜନ କରାଯାଇଥିଲା। ଶିଶୁ ଯନ୍ନ ଅନୁଷ୍ଠାନର ଅନ୍ତେବାସିନୀ ଏବଂ ଏଏନଏମ୍ ଟ୍ରେନିଂ ସେଣ୍ଟର ର ଶିକ୍ଷାର୍ଥୀ ମାନେ ଏଥିରେ ଅଂଶ ଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ସମସ୍ତଙ୍କୁ ନେଇ ଏକ ସାମୁହିକ ଶପଥ ପାଠ ମଧ୍ୟ କରାଯାଇଥିଲା। ନେହେରୁ ସେବା ସଂଘର ଅନ୍ତେବାସିନୀ ମାନେ ଏକ କ୍ଷୁଦ୍ର ନାଟକ କନ୍ୟା ଭ୍ରୃଣ ହତ୍ୟା ସମ୍ପର୍କରେ ପରିବେଷଣ କରିଥିଲେ।

         ଉଦଯାପନୀ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ କୁମାର ପଟେଲ, ସିଡିଏମଓ ଡ ରଞ୍ଜନ କୁମାର ମିତ୍ର ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଯୋଗଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ଏତତ୍ ବ୍ଯତିତ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହିସଲ କରିଥିବା ସାତ ଜଣ ବାଳିକା ମାନଙ୍କୁ ଏହି ଅବସରରେ ବେଟି ବଞ୍ଚାଅ ବେଟି ପଢାଅ ଯୋଜନା ଅନ୍ତର୍ଗତ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି ସମସ୍ତେ କାର୍ଯ୍ଯକୁ ପରିଚାଳନା କରିଥିଲେ ଜିଲ୍ଲା ଶିଶୁ ସୁରକ୍ଷା ଅଫିସର କର୍ମକର୍ତ୍ତା ଅଂଶୁମାନ ବାବୁ।

    ମସିହା ନିୟୁଜ୍ ସର୍ଭିସ୍ 

Related posts

ଗଠିତ ହେଲା ନବରଙ୍ଗପୁର ଜିଲ୍ଲା ନୋଟାରୀ ସଂଘ :ସଭାପତି ହେଲେ ଦିଲ୍ଲୀପ ବେହେରା ଓ ସମ୍ପାଦକ ରାମ ପ୍ରସାଦ ପାତ୍ର

masiha

ଉଦଘାଟିତ ହେଲା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଖଇରା ମଣ୍ଡଳ କାର୍ଯ୍ୟାଳୟ

masiha

ବଜ୍ରପାତରେ ଶାଶୁ ବୋହୁ ମୃତ ! 

Leave a Comment

error: Content is protected !!