ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସାମ୍ଭାବ୍ୟ ତାଲିକାକୁ ନେଇ ବିଜେପିର ବିକ୍ଷୋଭ

ଜୟପାଟଣା:୨୫/୦୧(ମ ନି ସ) ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସାମ୍ଭାବ୍ୟ ତାଲିକାରେ ଅନିୟମିତତାକୁ ନେଇ ସାରା ରାଜ୍ୟରେ ଗରିବ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ଶ୍ରୁଷ୍ଟି ହୋଇଥିବା ଦେଖିବାକୁ ମିଳୁଛି । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକରେ ମଧ୍ୟ ଏହି ସ୍ଥିତି । ବିଭିନ୍ନ ପଞ୍ଚାୟତରେ ସାମ୍ଭାବ୍ୟ ତାଲିକା ପ୍ରକାଶ ପାଇବା ପରେ ଅନେକ ଗରିବ ହିତାଧିକାରୀଙ୍କର ଏଥିରେ ନାମ ନଥିବା ଯୋଗୁଁ ଅସନ୍ତୋଷର ବାତାବରଣ ଦେଖିବାକୁ ମିଳିଛି । ସ୍ଥାନୀୟ ବିଜେପି ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏନେଇ ସ୍ଥାନୀୟ ବିଡ଼ିଓଙ୍କ ଜରିଆରେ ଦାବିପତ୍ର ଦିଆଯାଇଛି । ସେମାନଙ୍କର ଦାବି ଅନୁଯାୟୀ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ୨୭ଲକ୍ଷ ଘର ମାଗିଥିବା ସ୍ଥଳେ କେନ୍ଦ୍ର ସରକାର ପର୍ଯ୍ୟାୟକ୍ରମେ ପ୍ରଥମେ ୧୮ଲକ୍ଷ ଏବଂ ବର୍ତ୍ତମାନ ୯ଲକ୍ଷ ୫୮ହଜାର ଏପରି ସମୁଦାୟ ୨୭ ଲକ୍ଷ ୫୮ ହଜାର ଘର ମଞ୍ଜୁର କରିଛନ୍ତି । କିନ୍ତୁ ଯେଉଁ ଅଧିକାରୀ ମାନେ ଏହି ସର୍ଭେ କରିଥିଲେ ଏବଂ ବ୍ଲକରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର ମାନଙ୍କର ପ୍ରିୟାପ୍ରୀତି ନୀତି ଯୋଗୁଁ ଅନେକ ନିସିହାୟ ଗରିବ ଲୋକଙ୍କର ନାମ ପଞ୍ଜିକରଣରୁ ବାଦ ଦିଆ ଯାଇଥିବା କୁହାଯାଉଛି । ଏବେ ତାଲିକା ପ୍ରକାଶନ ପରେ ନିଜ ଅଠାକୁ ଛଡେଇବା ପାଇଁ ଜନସାଧାରଣଙ୍କୁ ଅଯୋଗ୍ୟ ହିତାଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ପାଇଁ ସୂଚନା ଦେବା ନିଷ୍ପତ୍ତି କେତେଦୂର ସମୁଚିତ । ଜଣେ ନିଷିହାୟ ଗରୀବ ଶ୍ରେଣୀୟ ଲୋକ କିପରି ଅଭିଯୋଗ ପାଇଁ ସାହାସ କରିବ । ବିଭାଗୀୟ ଅଧିକାରୀ କାହିଁକି ଦୋମୁହାଁ ନୀତି ଅବଲମ୍ବନ କରି ସାଧାରଣ ଜନତାଙ୍କ ଅଧିକାର ସହିତ ଖେଳୁଛନ୍ତି । ଏହାର ବିଧିବଦ୍ଧ ତଦନ୍ତ କରାଯାଇ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରାଯାଇଛି ।ନିୟମାନୁଯାୟୀ ସରକାରୀ ଗାଇଡଲାଇନ ଅନୁସାରେ, ବାଇକ, ସ୍କୁଟି, ଫ୍ରିଜ୍‌‌, ମାସିକ୧୦ହଜାରରୁ ଅଧିକ ରୋଜଗାର, ସରକାରୀ ଚାକିରିଆ, ଲ୍ୟାଣ୍ଡଲାଇନ ଫୋନ, ଦୁଇ ଋତୁରେ ଚାଷ ହେଉଥିବା ୫ଏକରରୁ ଅଧିକ ଜଳସେଚନ ଜମି ଭଳି ୧୩ଟି ସର୍ତାବଳୀରେ ଅର୍ନ୍ତଭୂକ୍ତଥିବା ହିତାଧିକାରୀଙ୍କୁ ତାଲିକାରୁ ବାଦଦେବାକୁ ସରକାରୀ ନିର୍ଦ୍ଦେଶନାମା ଜାରି ହୋଇଛି । ଏହି ନିର୍ଦ୍ଦେଶନାମା ଅନୁସାରେ ତାଲିକା ପ୍ରସ୍ତୁତହେଲେ ପ୍ରାୟ ୩ଲକ୍ଷ ହିତାଧିକାରୀ ଏଥିରୁ ବାଦ ପଡ଼ିବେ ବୋଲି ଆକଳନ କରାଯାଇଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ କିଭଳି ନିଜ ଲୋକ ସ୍ଥାନ ପାଇବେ ତାକୁ ନେଇ ରାଜନୈତିକ ଛକାପଞ୍ଝା ଆରମ୍ଭ ହୋଇଯାଇଛି । ଏଭଳି ପରିସ୍ଥିତିରେ ସରକାରୀ ସ୍ତରରେ କିଭଳି ଆବାସ ଯୋଜନାର ହିତାଧିକାରୀ ଚୟନ କରାଯାଉଛି ତାହା କେବଳ ଦେଖିବା ବାକିଅଛି । ଅନ୍ତତଃ ବିଭାଗୀୟ କତ୍ତୃପକ୍ଷ ତଥା ନିର୍ବାଚିତ ପ୍ରତିନିଧି ମାନେ ଏଥିପ୍ରତି ଯତ୍ନବାନ ହୋଇ ନିରୀହ ଗରୀବ ଲୋକଟେ ଯେପରି ଏଥିରୁ ବାଦ ନପଡ଼େ ଦୃଷ୍ଟି ଦେବାକୁ ଦଳ ପକ୍ଷରୁ ଦାବି କରାଯାଇଛି । ବଜେପିରୁ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ହିମାଂଶୁ ଶେଖର ମେହେରଙ୍କର ଆହ୍ବାନକ୍ରମେ ଜୟପାଟଣା ବ୍ଲକର ୩ଟି ମଣ୍ଡଳର ବରିଷ୍ଠ କାର୍ଯ୍ୟକାର୍ତ୍ତା ଏହି ବିକ୍ଷୋଭ ଶୋଭାଯାତ୍ରାରେ ଯୋଗ ଦେଇଥିଲେ ।

ଜଗମୋହନ ପଟ୍ଟନାୟକ (ବରିଷ୍ଠ ସାମ୍ବାଦିକ)

Related posts

ଜନ ବିରୋଧୀ ବିଜେପି ସରକାର ହଟାଅ – ଦେଶ ବଞ୍ଚାଅ , ଶ୍ରମିକ କୃଷକ ର ଅଧିକାର ପାଇଁଁ ରାଜଭବନ ଆଗରେ ୭୨ ଘଣ୍ଟିଆ ଅହୋରାତ୍ର ମହା ଗଣଧାରଣା କୁ ସଫଳ କର – ବିଷ୍ଣୁ ମହାନ୍ତି, ରାଷ୍ଟ୍ରୀୟ ଉପାଧ୍ୟକ୍ଷ,ସି ଆଇ ଟି ୟୁ 

masiha

ରାଜ୍ୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କ ବାଲିଗୁଡା ଗସ୍ତ : ତୃଣମୂଳ ସ୍ତରରେ କଂଗ୍ରେସକୁ ମଜଭୂତ କରିବାକୁ ଆହ୍ୱାନ

Sunil Chandra Nayak

ପ୍ରଧାନ ମନ୍ତ୍ରୀ ଆବାସ ତାଲିକା ରେ ଅନିୟମିତତା ନେଇ ଭାରତୀୟ ଜନତା ପାର୍ଟି ର ବ୍ଲକ ଘେରାଉ

Sunil Chandra Nayak

Leave a Comment

error: Content is protected !!