ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୀବଜନ୍ତୁ କଲ୍ୟାଣ ଦିବସ ଏବଂ ଜୀବଜନ୍ତୁ ମଙ୍ଗଳ ପକ୍ଷ ଅବସରରେ ରାଇରଙ୍ଗପୁର ଗୋଶାଳାରେ ମାଗଣା ପ୍ରାଣୀ ଚିକିତ୍ସା ଶିବିର

ମୟୂରଭଞ୍ଜ -୨୫/୧/୨୩ (ମସିହା) ସାରା ଭାରତରେ ଜାନୁଆରୀ ୧୪ ରୁ ଜାନୁଆରୀ ୩୦ ତାରିଖ ଯାଏଁ ଯାହାକି ଜୀବଜନ୍ତୁ କଲ୍ୟାଣ ପକ୍ଷ ଭାବେ ପାଳନ କରାଯାଉଛି ।ଆମ ଓଡ଼ିଶାରେ ଜାନୁଆରୀ ୨୫ ତାରିଖ ଦିନ ଜୀବଜନ୍ତୁ କଲ୍ୟାଣ ଦିବସ ଭାବେ ପାଳନ କରାଯାଉଛି ।ଆଜି ବୁଧବାର ଦିନ ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ୧୯୫୮ ମସିହାରେ ପ୍ରତିଷ୍ଠା ହୋଇଥିବା ଗୋଶାଳା ପରିସରରେ ରାଜ୍ୟ ପ୍ରାଣୀ କଲ୍ୟାଣ ପରିଷଦ ନିର୍ଦ୍ଦେଶକ୍ରମେ ମୟୂରଭଞ୍ଜ ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ ଏବଂ ରାଇରଙ୍ଗପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟ ମିଳିତ ଆନୁକୂଲ୍ୟରେ ନିଃଶୁଳ୍କ ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ରାଇରଙ୍ଗପୁର ଗୋଶାଳାରେ ୩୫୦ ରୁ ଉର୍ଦ୍ଧ୍ବ ଗାଈ,ଗୋରୁ ବାଛୁରୀ ରହୁଛନ୍ତି । ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା,ଗର୍ଭ ପରୀକ୍ଷା,କୁର୍ମି ପରୀକ୍ଷା,ଝାଡ଼ା ପରୀକ୍ଷା,ବନ୍ଧାତ୍ବ ଦୂରୀକରଣ ପ୍ରଭୃତି ପଶୁ ବିଶେଷଜ୍ଞ ଓ କର୍ମଚାରୀଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା । ସେମାନଙ୍କ ପାଇଁ ମାଗଣାରେ ଔଷଧ ଦିଆଯାଇଥିଲା ।ଏହି ଦିବସର ଉଦେଶ୍ୟ ଜୀବଜନ୍ତୁ ସମେତ ସମସ୍ତଙ୍କର ସୁସ୍ଥ ଶରୀର ନେଇ ଵଂଚିବାର ଅଧିକାର ଅଛି । ତେଣୁ ସୃଷ୍ଟିର ଉନ୍ନତ ଜୀବନ ମଣିଷ ଜୀବଜନ୍ତୁ ପ୍ରତି ସମ୍ବେଦନଶୀଳ ହେବା,ଭଲ ପାଇବା, ସେମାନଙ୍କ ଯତ୍ନ ନେବା, ଖାଇବାକୁ ଦେବା,ପାଳିବା,ଘାସ ଚାଷ କରିବା ଉଚିତ । ସେମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବା,ଅନ୍ୟାୟ ଅକଥନୀୟ ଭାବେ ଜୀବଜନ୍ତୁଙ୍କୁ ପରିବହନ ଉପରେ ସ୍ଵର ଉତ୍ତୋଳନ କରିବା ଉଚିତ ବୋଲି ଏହି ଦିବସର ଉଦେଶ୍ୟ ବୋଲି ଆସିଥିବା ପଶୁ ବିଶେଷଜ୍ଞ ମାନେ କହିଥିଲେ । ସମସ୍ତେ ଜୀବଜନ୍ତୁଙ୍କୁ ଦୟା କରିବା ଉଚିତ ।କାର୍ଯ୍ୟକ୍ରମରେ ଜିଲ୍ଲା ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ ଦେବବ୍ରତ ଦାସ, ଡଃ ଅର୍କେନ୍ଦୁ ପାତ୍ର, ରାଇରଙ୍ଗପୁର ଉପଖଣ୍ଡ ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ ରାମ ମୋହନ ରାୟ,ଜାମଦା ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ଚକ୍ରଧର ଦାସ,ଏସପିସିଏ ଜଗନ୍ନାଥ ମିଶ୍ର, ଡଃ ଦେବବ୍ରତ ଜେନା,ଭେଟେନାରୀ ଟେକ୍ନିସିଆନ କାର୍ତ୍ତିକ ସିଂ,ବଳରାମ କଣ୍ଢେଇ, ଦେବାଶିଷ ମହାନ୍ତ, ରବୀନ୍ଦ୍ର ପାତ୍ର,ବିଷ୍ଣୁ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ପ୍ରାଣୀମାନଙ୍କ ଚିକିତ୍ସା କରାଇଥିଲେ । ରାଇରଙ୍ଗପୁର ଗୋଶାଳାର ଅଧ୍ୟକ୍ଷ ଅନୁପ ଚାନ୍ଦଗୋଟିଆ,ସଭାପତି ରବି ଅଗ୍ରୱାଲ, ଉପସଭାପତି ରମେଶ ଅଗ୍ରୱାଲ,ସଂପାଦକ ଗୌରୀ ଶଙ୍କର ସାରିବା,ସୁନିଲ ଚୋବେ, ସାମ୍ବାଦିକ ଅନଶନ ମହାନ୍ତ, ଅକ୍ଷୟ ବିଶ୍ବାଳ, ଅନିଶା ସରେଇବାଲା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ରାଇରଙ୍ଗପୁର ଗୋଶାଳା ପରିଚାଳନା ଦେଖି ବିଭାଗୀୟ ଅଧିକାରୀ ଖୁବ୍ ପ୍ରଶଂସା କରିବା ସହ ଏହାର ଉନ୍ନତିକରଣ ପାଇଁ ଆବଶ୍ୟକୀୟ ସାହାଯ୍ୟ ଓ ସହାୟତା କରାଯିବ ବୋଲି କହିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ମୃତକ ଉଜ୍ଜଳ ବରିହା ପରିବାରକୁ ଭେଟିଲା ଆଦିବାସୀ ସଂଘ-ଥାନାଧିକାରୀଙ୍କୁ ଭେଟି ଅପରାଧୀ ମାନଙ୍କୁ ଶୀଘ୍ର ଗିରଫ କରିବା ପାଇଁ ଦାବୀ ଜଣେଇଲା 

masiha

Guru Pankaj Utsav and Mahari Samman Inaugural Evening Dance Artist Adyasha Mishra captivated the audience through Odissi dance.

masiha

୯୭ତମ ଶ୍ରାଦ୍ଧ ଉପଲକ୍ଷେ ବକ୍ତୃତା ପ୍ରତିଯୋଗିତା ଉତ୍କଳମଣି ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଲେ ସାଂସଦ ନବଚରଣ 

masiha

Leave a Comment

error: Content is protected !!