ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ପଞ୍ଚାୟତ ସମିତି ସମେତ ବ୍ଲକ୍ ଅଧିନ ବିଭିନ୍ନ  ଅନୁଷ୍ଠାନ ତରଫରୁ ୭୪ତମ ଗଣତନ୍ତ୍ର ଦିବସ ପାଳିତ 

ରୁପ୍ରା, ୨୬/୧ (ମନିସ) : ନର୍ଲା ପଞ୍ଚାୟତ ସମିତି ସମେତ ବ୍ଲକ୍ ଅଧିନ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ୭୪ତମ ଗଣତନ୍ତ୍ର ଦିବସ ହର୍ଷୋହ୍ଲାସ ମଧ୍ୟରେ ଆଜି ପାଳିତ ହୋଇଯାଇଛି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ନର୍ଲା ହାଇସ୍କୁଲ ପଡିଆ ଠାରେ ଗଣ ପତାକା ଉତ୍ତୋଳନ ଅନୁଷ୍ଠିତ ହୋଇଥିଲା । ଏଥିରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ବାସନ୍ତୀ ସେଠୀ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବରେ ନର୍ଲା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମନୋରମା ମହାନ୍ତି, ଉପାଧ୍ୟକ୍ଷ ଶ୍ରୀ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଅର୍ଚ୍ଚନା ଦାସ, ସର୍ଗିଗୁଡା ସମିତି ସଦସ୍ୟ ଶ୍ରୀ ଚିରଞ୍ଜିବୀ ଗୌଡିଆ, ନର୍ଲା ଜିପିଇଓ ଶ୍ରୀ କ୍ଷୀତିଶ ଚନ୍ଦ୍ର ନାଏକ, ଏବିଇଓ ଶ୍ରୀ ଗୋବର୍ଦ୍ଧନ ମାଝୀ ପ୍ରମୁଖ ଯୋଗଦାନ କରି ଆଜିର ଦିବସ ବାବଦରେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ନର୍ଲାରୋଡ଼ ଜୟଦୁର୍ଗା ହାଇସ୍କୁଲର ପିଇଟି ଶ୍ରୀ ନାରାୟଣ ପଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ସେହିପରି ନର୍ଲାବ୍ଲକ୍ ଅଧିନ ରୁପ୍ରା, ମୁସ୍କୁଟି, ଗିଗିନା ଓ କର୍ମେଗାଁ ସମେତ ସମଗ୍ର ପଞ୍ଚାୟତର ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ହର୍ଷୋଲ୍ଲାଷ ମଧ୍ୟରେ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନେ ପରେଡ୍ ପ୍ରଦର୍ଶନ କରିବା ସହିତ ନଗର ପରିକ୍ରମା କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ୟୁଏସ୍ଆଇ ସଂଗଠନର ନିଆରା କାର୍ଯ୍ୟକ୍ରମ , ଜନ୍ମ ଦିବସ ଉପଲକ୍ଷେ ପନିପରିବା ଚାରା ବଣ୍ଟନ ଓ ଚାରାରୋପଣ

Sunil Chandra Nayak

Hindalco’s Baphlimali becomes India’s first bauxite mine to secure ASI certification

Sunil Chandra Nayak

ଶ୍ରେଷ୍ଠ ନାଟ୍ୟକାର ଅଧ୍ୟାପକ ଶ୍ରୀଯୁକ୍ତ ଗୋପାଳ ମହାରଣା

Sunil Chandra Nayak

Leave a Comment

error: Content is protected !!