ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପି ପକ୍ଷରୁ ବିଡ଼ିଓଙ୍କୁ ସ୍ମାରୋକ ପତ୍ର ପ୍ରଦାନ

ବନ୍ଧୁଗାଁ ୨୫/୧/୨୩,ଆଜି ବନ୍ଧୁଗାଁ ବ୍ଲକର ବିଜେପି ପକ୍ଷରୁ ଏକ ସ୍ମାରକପତ୍ର ବିଡ଼ିଓ ଆକାଶ ପଟ୍ଟନାୟକ ଙ୍କୁ ଦେଇଛନ୍ତି। ଗରିବ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ପାଇବାରୁ ବଞ୍ଚିତ ହୋଇଥିଲେ ସେମାନଙ୍କୁ ମଧ୍ୟ ଚଳିତ ତାଲିକାରେ ବାଦ୍‌ ଦିଆଯାଇଥିବା ଦେଖିବାକୁ ମିଳିଛି। ପଞ୍ଚାୟତ ଗୁଡିକରେ ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ ସମାନୁପାତିକ ଭାବେ ପ୍ରସ୍ତୁତ କରାଯାଇନଥିବା ଏବଂ କେତେକ ପଞ୍ଚାୟତରେ ଯୋଗ୍ୟତା ନଥିବା ବହୁ ହିତାଧିକାରୀଙ୍କ ନାମ ତାଲିକାରେ ରହିଛି ବୋଲି ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ୨୦୧୯ ପୂର୍ବରୁ ଯୋଗାଇ ଦିଆଯାଇଥିବାବେଳେ ଏବେ ପୁଣି ୨୦୨୩ ରେ ହିତାଧିକାରୀଙ୍କ ନାମ ତାଲିକାରେ ରହିଥିବା ଏବଂ ସଠିକ ଭାବେ ଚିହ୍ନଟ କରି ଗରିବ, ଖଟିଖିଆ ଓ ଝାଟିମାଟି ଘରେ କାଳାତିପାତ କରୁଥିବା ପରିବାରକୁ ଏହି ତାଲିକାରୁ ବଞ୍ଚିତ କରାନଯାଉ । କୋଠାଘର, ଗାଡି, ଫ୍ରିଜ ଆଦି ମୂଲ୍ୟବାନ ଉପକରଣ ଥିବା ବ୍ୟକ୍ତିଙ୍କୁ, ଏପରିକି ପୂର୍ବରୁ ଆବାସ ଯୋଜନାରେ ଘରପାଇଥିବା କେତେକ ଲୋକଙ୍କୁ ପୁନର୍ବାର ଏହି ନୂତନ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଥିବା ଶ୍ରୀ ତୁରୁକ ଅଭିଯୋଗ କରିଥିଲେ। ହିତାଧିକାରୀଙ୍କର ଆଦୌ ଘର ନିର୍ମାଣ କରାଯାଇନଥିବା ଅଥବା ଅସମ୍ପୂର୍ଣ୍ଣ ନିର୍ମାଣ ହୋଇଥିବା ବେଳେ ହିତାଧିକାରୀଙ୍କ ଅଗୋଚରରେ ଅର୍ଥ ଉଠାଯାଇଥିବା ଜଣାପଡିଛି । ଆବାସ ଯୋଜନାରେ ଏହିପରି ବ୍ୟାପକ ଦୁର୍ନିତୀ ହୋଇଥିବାରୁ ଆଗାମୀ ଦିନରେ ଏହା ପୂନର୍ବାର ଯେମିତି ନ ହୁଏ ଏଥିପାଇଁ ଦୃଷ୍ଟି ଦେବାକୁ ବନ୍ଧୁଗାଁ ଜୋନ୍ ଏକ ର ପ୍ରଭାରୀ ମଗଂଳମଣି ତୁରୁକୁ କହିଥିଲେ । ଏଥିରେ ବନ୍ଧୁଗାଁ ଜୋନ୍ ୨ ର ପ୍ରଭାରୀ ତପି ଟେଣ୍ଟା ବାରିୟା, ଜିଲ୍ଲା କାର୍ଯ୍ୟକାରିଣି ସଭାପତି ଶରତ ପାତ୍ର, ବ୍ଳକ୍ ସଭାପତି ବିଜୟ କୁମାର ରଙ୍କାନା ଉପସ୍ଥିତି ଥିଲେ।ଯଦି ଆଗାମୀ ଦିନରେ ଏପରି ଦୁର୍ନୀତି ହେଲେ ବ୍ୟାପକ ଜନ ଆନ୍ଦୋଳନ କରାଯିବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦେଇଛନ୍ତି ।

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ବିଜେପିର ଶୋକ…..

ଜଣାଶୁଣା ଚେହେରା ତଥା ପୂର୍ବତନ ସରକାରୀ କର୍ମଚାରୀ ଶ୍ରୀ ସୁରେଶ ସାସ୍ତ୍ରୀ ଭାରତୀୟ ଜନତା ପାର୍ଟି ହେଲେ ସାମିଲ 

masiha

ଧର୍ମଗଡ ବିଜେପି ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଇଁ ବ୍ୟାପକ ପ୍ରସ୍ତୁତି

masiha

Leave a Comment

error: Content is protected !!