ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁମ୍ଭାରିଠାରେ ମତ୍ସ୍ୟ ପାଳନ ତାଲିମ ଶିବିର

ଟେମରୀ(ମ ନି ସ)୨୫/୦୧:- ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ କୁମ୍ଭାରିଠାରେ ଆଇଟିସି ମିଶନ ସୁନେହରାକଲ ପ୍ରକଳ୍ପ ଜରିଆରେ ସ୍ଵେଚ୍ଛାସବୀ ସଙ୍ଗଠନ ମାନବ ଅଧିକାର ସେବା ସମିତି ମାସପକ୍ଷରୁ ଏକ ମତ୍ସ୍ୟ ପାଳନ ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ କୁମ୍ଭାରି ଓ ଟେମରୀ ଗ୍ରାମ ର ୫୦ ରୁ ଉର୍ଦ୍ଧ ମତ୍ସ୍ୟ ଚାଷୀ ମତ୍ସ୍ୟ ଚାଷ ବିଷୟରେ ତାଲିମ ଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ଏଏଫ୍ଓ ମନୋରଞ୍ଜନ ମାଝୀ ବୈଜ୍ଞାନିକ ପଦ୍ଧତିରେ କିଭଳି କମ ଖର୍ଚ୍ଚରେ ଅଧିକ ମତ୍ସ୍ୟ ଉତ୍ପାଦନ ଓ ରୋଗ ନିରାକରଣ କରାଯାଇ ପାରିବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇଥିଲେ ଓ ମତ୍ସ୍ୟ ଚାଷର ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଟେମରୀ ସରପଞ୍ଚଙ୍କ ପ୍ରତିନିଧି ବେଭାରି ସା ମୂଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ମାସ ଅନୁଷ୍ଠାନର ଭୋଲାମଣୀ ବାଗ କାର୍ଯ୍ଯ ପରିଚାଳନା କରିଥିଲେ । ଗୋଷ୍ଠୀ ସଂଯୋଜକ ଉମା କାନ୍ତ କଟା, କିଶନ ମିତ୍ର ଲବଣୀ ଗୋପାଳ, ଗ୍ରାମ ୱାର୍ଡ ମେମ୍ବର ଲିପିକା ଗୋପାଳ, ନାଏବ ସରପଞ୍ଚ ଦୁଃଖୀରାମ ସା ପ୍ରମୁଖ ସହଯୋଗ କରିଥିଲେ ।

ଜଗଜ୍ଜୀବନ ସା ଙ୍କ ରିପୋର୍ଟ

Related posts

ଏକ୍ ପେଡ୍ ମା କେ ନାମ୍ ୨.୦ ଆୟୋଜିତ

Sunil Chandra Nayak

ରାତି ଅଧରେ ବିଧାନସଭା ଅଧିବେଶନ ବାତିଲ ନିଷ୍ପତ୍ତିର ପ୍ରତିବାଦ ବିଜୁ ବାବୁଙ୍କୁ ଅପମାନସୂଚକ ମନ୍ତବ୍ୟର ନିନ୍ଦା ପ୍ରସ୍ତାବ ଉପରେ ଆଲୋଚନା କରିବାକୁ ଚାହୁଁ ନାହାନ୍ତି ରାଜ୍ୟ ସରକାର: ବିଜେଡି

Sunil Chandra Nayak

ଓଡିଶା ରାଜସ୍ଵ ଅମଲା ସଂଘର ରାଜ୍ଯ ସଭାପତି ଙ୍କୁ ନବରଙ୍ଗପୁର ଜିଲ୍ଲାରେ ବିପୁଳ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!