ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲଙ୍କେଶ୍ୱରୀ କ୍ଳବରେ ସାଧାରଣତନ୍ତ୍ର ଦିବସ ପାଳିତ

ଜୁନାଗଡ଼,୨୭/୧(ମ ନି ସ) ଜୁନାଗଡ଼ ଲଙ୍କେଶ୍ୱରୀ କ୍ଳବଠାରେ ପବିତ୍ର ସାଧାରଣତନ୍ତ୍ର ଦିବସ ସମାରୋହରେ ପାଳିତ ହୋଇଯାଇଛି।ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ନଗର ପରିକ୍ରମା କରାଯାଇଥିଲା।କ୍ଳବ ପରିସର ମଧ୍ୟରେ ଜୁନାଗଡ଼ ବିଜ୍ଞାପିତ ଅଂଚଳ ପରିଷଦ ଉପାଧକ୍ଷ୍ୟା ହୀମାଦ୍ରୀ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସ୍ୱାଧୀନତାରେ ବଳିଦାନ ଦେଇଥିବା ବରପୁତ୍ର ମାନଙ୍କ ଶୃତି ଚାରଣ କରି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଛାତ୍ର ଛାତ୍ରୀ ମାନଙ୍କୁ ଦିଗଦର୍ଶନ ଦେଇଥିଲେ।କାର୍ଯ୍ୟକ୍ରମକୁ କ୍ଳବ ମୁଖ୍ୟ ଉପଦେଷ୍ଟା ଦୁର୍ଗାପ୍ରସାଦ ନାଏକ ପରିଚାଳନା କରିଥିଲେ।କ୍ଳବର ସଭାପତି ସୁରେନ୍ଦ୍ର ସାହୁ, ପାରିଷଦ ଭୁପେନ୍ଦ୍ର ଦଣ୍ଡସେନା, ରାଜା ମହାଳିକ,ଶଙ୍ଖ ମହାଳିକ,ସଂଜୀବ ମହାଳିକ, ଏବଂ କ୍ଳବର ଅନେକ ସଦସ୍ୟ ଉପସ୍ଥିତ ରହିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତୀ ଙ୍କ ରିପୋର୍ଟ 

Related posts

ସର୍ପାଘାତରେ ଜଣେ ମୃତ

Sunil Chandra Nayak

ଜୁନାଗଡ଼ ରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ

Sunil Chandra Nayak

ପ୍ରବଳ ବର୍ଷା ଓ ବଜ୍ରପାତ ସମ୍ଭାବନା: ଆସନ୍ତାକାଲି ନବରଙ୍ଗପୁର ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ

Sunil Chandra Nayak

Leave a Comment

error: Content is protected !!