ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଜୁନାଗଡ଼,୨୭/୧(ମ ନି ସ) ଜୁନାଗଡ଼ ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ୭୪ ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ପାଳିତ ହୋଇ ଯାଇଛି।ଏହି ଅବସରରେ ପ୍ର ତୁସରୁ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପ୍ରଭାତ ଫେରି ଓ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।ନଗର ପରିକ୍ରମା ପରେ ସ୍ଥାନୀୟ ହାଇସ୍କୁଲ ପଡିଆ ଠାରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ନଗରପାଳ ମୁକେଶ ଅଗ୍ରୱାଲ ଙ୍କ ସଭାପତିତ୍ୱରେ ଅନୁଷ୍ଠିତଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିସମ୍ବିଳିତ ପ୍ୟାରେଡ଼ କୁ ଅଭିବାଦନ ଗ୍ରହଣ କରିଥିଲେ ।ଜୁନାଗଡ଼ ଏନଏସି ଉପାଧକ୍ଷ୍ୟାହିମାଦ୍ରୀ ନାଏକ,ତହସିଲଦାର ବେଦବ୍ୟାସ ଭୋଇକାର୍ଯ୍ୟନିର୍ବାହୀ ଅଧିକାରୀ ବିଶମ୍ବର ମିଶ୍ର ଏବଂ ପାରିଷଦ ବୃନ୍ଦ ପ୍ରମୁଖ ଯୋଗଦେଇଥିଲେ। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ କ୍ରୀଡା କୌଶଳ ପ୍ରଦର୍ଶନ ହୋଇଥିଲା।ପ୍ୟାରେଡ଼ ପ୍ରତିଯୋଗିତାରେ ୨୧ ଗୋଟି ଦଳ ଭାଗ ନେଇଥିଲେ। କୃତି ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ସେହିପରି ଏନଏସି କାର୍ଯ୍ୟାଳୟ, କୋର୍ଟ ତହସିଲ, ବ୍ୟାଙ୍କ ,ବ୍ଲକ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେମଧ୍ୟ ପବିତ୍ର ସାଧାରଣତନ୍ତ୍ର ଦିବସ ସମାରୋହରେ ପାଳନ କରାଯାଇଥିଲା।

ଜୁନାଗଡ଼ ରୁ ନରେନ୍ଦ୍ର ଖିତୀ ଙ୍କ ରିପୋର୍ଟ 

Related posts

ଆନ୍ଧ୍ର ଗୁଣ୍ଟୁର ରୁ ୮ ଦିନ ହେଲା ଚାଲି ଆସୁ ଥିଲା ଦାଦନ ଶ୍ରମିକ, ରାସ୍ତା ରେ ଦେଖି ସହାୟତl ର ହାତ ବଢ଼ାଇଲେ ଦୁଇ ପଞ୍ଚାୟତ ଅଧିକାରୀ

masiha

ଖଡିଆଳ ନିବାସୀ ଚିତ୍ରଲେଖା ଖମାରୀ ଙ୍କ ପରଲୋକ

masiha

ଜଳେଶ୍ୱର ଓ ରୁପ୍ସା ଅଂଚଳରୁ ନିଖୋଜ ୪ଜଣ ନାବାଳିକା କନ୍ୟା ଜଳେଶ୍ୱର ପୋଲିସ ଦ୍ୱାରା ପଶ୍ଚିମବଙ୍ଗ ରାଜ୍ୟରୁ ଉଦ୍ଧାର -ସାମ୍ବାଦିକ ସମ୍ମିଳନୀରେ ଏସଡିପିଓଙ୍କ ସୂଚନା

Leave a Comment

error: Content is protected !!