ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ନୂଆପଡା ପ୍ରିମିୟର ଲିଗ୍ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ୍, ସନ୍ଧିମୁଣ୍ଡା(ବସନ୍ତ-୧୧) ଚାମ୍ପିଅନ୍

ଚନ୍ଦାହାଣ୍ଡି ତା,୨୮/୦୧(ମ ନି ସ ):ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ନୂଆପଡା ମା ପେଣ୍ଡ୍ରାଣୀ କ୍ରିକେଟ କ୍ଲବ ଆନୁକୂଲ୍ୟରେ ମା ପେଣ୍ଡ୍ରାଣୀ ଷ୍ଟାଡିୟମ ଠାରେ ଆୟୋଜିତ ନୂଆପଡା ପ୍ରିମିୟର ଲିଗ୍ କ୍ରିକେଟ ପ୍ରତିଯୋଗିତା ରେ ସନ୍ଧିମୁଣ୍ଡା(ବସନ୍ତ୍-୧୧) ଚମ୍ପିୟାନ ହୋଇଛି | ଶୁକ୍ରବାର ଦିନ ଫାଇନାଲ ମ୍ୟାଚ ସନ୍ଧିମୁଣ୍ଡା(ବସନ୍ତ୍-୧୧) ବନାମ ଅନକାବେଡା(ମହାକାଲ୍-୧୧) ମଧ୍ୟରେ ଖେଳାଯାଇଥିଲା।ଏଥିରେ ସନ୍ଧିମୁଣ୍ଡା(ବସନ୍ତ୍-୧୧) ଦଳ ପ୍ରଥମେ ବ୍ୟାଟିଙ୍ଗ କରି ଅମିତଙ୍କ ୪୦ ଓ ରୁଦ୍ରଙ୍କ ୩୯ ରନ ସହାୟତାରେ ନିର୍ଦ୍ଧାରିତ ୧୨ ଓଭରରେ ୧୫୫ ରନ ସଂଗ୍ରହ କରିଥିଲା | ୧୫୬ ରନର ବିଜୟ ଲକ୍ଷ୍ୟକୁ ନେଇ ପଡିଆକୁ ଓହ୍ଲାଇଥିବା ଅନକାବେଡା (ମହାକାଲ୍-୧୧) ଦଳ ମଣ୍ଟୁଙ୍କ ଲଢୁଆ ୪୨ ରନ ସତ୍ତ୍ୱେ ମାତ୍ର ୧୧୬ ରନ କରି ୧୧.୪ ଓଭରରେ ଅଲ ଆଉଟ ହୋଇଯାଇଥିଲେ।ଏହି ପ୍ରତିଯୋଗିତାରେ ଛତିଶଗଡ ଏବଂ ଓଡିଶାର ୧୬ଟି ଦଳ ଭାଗ ନେଇଥିଲେ | ଉଦଯାପନୀ ମ୍ୟାଚରେ ଗ୍ରାମର ସମାଜସେବୀ ବଳରାମ ନାଗ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଝରିଗାଁ ବିଧାୟକ ଇଂ.ପ୍ରକାଶ ଚନ୍ଦ୍ର ମାଝୀ ଯୋଗଦେଇଥିଲେ। ସମ୍ମାନିତ ଅତିଥିଭାବେ ଅନକାବେଡା ସରପଞ୍ଚ ପ୍ରତିନିଧି ଦୀନବନ୍ଧୁ ମାଝୀ,ସମିତି ସଭ୍ୟା ଗୌରୀ ନାଗ,ନାଏବ ସରପଞ୍ଚ ଯଶୋବନ୍ତ ନାଗେଶ,ସମାଜ ସେବୀ ବଦନରାମ ପାଣ୍ଡେ ,ଘନ ରାଉତ,ଯୁଗେଶ୍ୱର ନାଗ,ନିମାଇଁ ଚରଣ ପାଣ୍ଡେ,ବଂଶୀଧର ଧୋବା, ପ୍ରେମଲାଲ୍ ପାଣ୍ଡେ,ଜୟଦେବ ପାଣ୍ଡେ,ବିସିକେଶନ ଦାସ,ପଦୁ ମରେଇ,ଖମେଶ୍ୱର ମାଝୀଙ୍କ୍ ସମେତ ଗ୍ରାମବାସୀ ଯୋଗଦେଇଥିଲେ | ବିଜେତା ଦଳକୁ ୧୦୦୦୦/- ଟଙ୍କା ସହ ଟ୍ରଫି ଓ ଉପବିଜେତା ଦଳକୁ ୭୭୭୭/- ଟଙ୍କା ସହ ଟ୍ରଫି ଦିଆଯାଇଛି। ସେହିପରି ଫାଇନାଲ ମ୍ୟାଚରେ ସର୍ବଶେଷ୍ଠ ପ୍ରଦର୍ଶନ ପାଇଁ ସନ୍ଧିମୁଣ୍ଡା(ବସ୍ତନ୍ତ୍-୧୧) ଦଳର ରୁଦ୍ରଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଏବଂ ପ୍ରତିଯୋଗିତରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଅନକାବେଡା(ମହାକାଲ୍-୧୧) ଦଳର ଗଜେନ୍ଦ୍ର ୟାଦବ ଙ୍କୁ ମ୍ୟାନ ଅଫ ଦି ସିରିଜ ଅତିଥିମାନେ ପ୍ରଦାନ କରିଥିଲେ । ଫାଇନାଲ ମ୍ୟାଚରେ ରିଖିରାମ ପାଣ୍ଡେ ଓ ଭିବିସିଙ୍ଗ ନାଗ ଅମ୍ପୟାର ଭାବେ ଦାୟିତ୍ଵ ତୁଲାଇଥିବା ବେଳେ କାମିନୀ ରଞ୍ଜନ ପାଣ୍ଡେ ସ୍କୋରର ଭାବେ ଦାୟିତ୍ବ ନେଇଥିଲେ।ହେମନ୍ତ ସିହ୍ନା ଓ ରାଜେନ୍ଦ୍ର ଦେବନାଥ ଭାଷ୍ୟକାର ଭାବେ ଦାୟିତ୍ଵ ତୁଲାଇଥିଲେ | ମା ପେଣ୍ଡ୍ରାଣୀ କ୍ରିକେଟ କ୍ଳବର ସଭାପତି ରଜତ ପାଣ୍ଡେ,ବବଲୁ ଧୋବା,ରିଖିରାମ ଲୋହରା,ନେପାଳ ଖର୍ସେଲ,ସରୋଜ ପାଣ୍ଡେ,ବଳିରାମ ନାଗ,ଚନ୍ଦ୍ରକାନ୍ତ ପାଣ୍ଡେ,ବିରେନ ଖର୍ସେଲ,ଡମ୍ବରୁ ଧୋବା,ଜିତେନ୍ଦ୍ର ପାଣ୍ଡେ, ହେମନ୍ତ ପାଣ୍ଡେଙ୍କ ସମେତ ସମସ୍ତ କମିଟି ସଦସ୍ୟ ଓ ଗ୍ରାମବାସୀ ପ୍ରମୁଖ ସହଯୋଗ କରିଥିବା ବେଳେ ଛତିଶଗଡ ଅଞ୍ଚଳ ବ୍ୟତିତ ଚନ୍ଦାହାଣ୍ଡି ଅଞ୍ଚଳରୁ ବହୁ ଦର୍ଶକଙ୍କ ସମାଗମ ହୋଇଥିଲା 

ଚନ୍ଦାହାଣ୍ଡି  ରୁ ଦିଲୀପ ଦାସ ଙ୍କ ରିପୋର୍ଟ୍ 

Related posts

ପାଇକ ପୁରୁଣାକୋଟ ଠାରେ ଜିଲ୍ଲା ସ୍ତରୀୟ ଭଲିବଲ୍ ଟୁର୍ଣ୍ଣlମେଣ୍ଟ ଅନୁଷ୍ଠିତ

Sunil Chandra Nayak

୧୪ ତମ ରାଜା ଅନୁପ ସିଂ ଦେଓ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ

Sunil Chandra Nayak

ଜାତୀୟ ସ୍ତରରେ ପ୍ରତିଭା ଦେଖାଇଲେ କାମାକ୍ଷାନଗର ଝିଅ ବନ୍ଦନା , ହାସଲ କରିଲେ ରୌପ୍ୟ ପଦକ

Sunil Chandra Nayak

Leave a Comment

error: Content is protected !!