ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୂତନାଥ ସାହିତ୍ୟ ଓ ସାଂସ୍କୃତିକ ସଂସଦ ର ୫ମ ସ୍ଵନକ୍ଷତ୍ର ଉତ୍ସବ ପାଳିତ 

ଢେ଼ଙ୍କାନାଳ (ମସୀହା ବ୍ୟୁରୋ) ୭୪ତମ ଜନରାଜ୍ୟ ଦିବସରେ ବାଂକୀ ଏନ.ଏ.ସି ଅନ୍ତର୍ଗତ ଚକାପଦା ଗ୍ରାମର ଅଗ୍ରଣୀ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ଭୂତନାଥ ସାହିତ୍ୟ ଓ ସାଂସ୍କୃତିକ ସଂସଦର ପଂଚମ ସ୍ବନକ୍ଷତ୍ର ଉତ୍ସବ ମହାସମାରୋହରେ ଭୂତନାଥ ମନ୍ଦିର ପରିସରରେ ପାଳିତ ହୋଇଯାଇଛି ।ସ୍ବନକ୍ଷତ୍ର ଉତ୍ସବରେ ରାଜ୍ୟସ୍ତରୀୟ ସାରସ୍ବତ ସମାରୋହ,କବିତା ଆସର ସହିତ ଅନୁଷ୍ଠାନର ବାର୍ଷିକ ମୁଖପତ୍ର “ଗାଁର ମହକ”ଉନ୍ମୋଚିତ ହୋଇଥିଲା । ପ୍ରଥମ ଅଧିବେଶନରେ କବି ବଂଶୀଧର ମହାପାତ୍ର ଏବଂ ଅଧ୍ୟାପିକା ମମତା ଜେନାଂକ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଆଧ୍ୟାତ୍ମିକ ଗୁରୁ କୁମାର ଅମୀୟ (ବୁଲୁବାବା)ଙ୍କ ସଭାପତିତ୍ବରେ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ଗୀତିକବି ବିଦ୍ୟୁତଲତା ଭୂୟାଁ , ପ୍ରତିଷ୍ଠାତା ସଦସ୍ୟ କବି ଲଲାଟେନ୍ଦୁ ପଣ୍ତା ଅତିଥି ଭାବେ ଯୋଗ ଦେଇଥିଲେ ।ଓଡିଶାର ବିଭିନ୍ନ ପ୍ରାନ୍ତରୁ ୧୫୦ ଜଣ କବି କବୟିତ୍ରୀ ଯୋଗଦେଇ ନିଜର ସ୍ବରଚିତ କବିତା ପାଠ କରିଥିଲେ ।କବି ସରୋଜ ରାଉତ , ବସନ୍ତ ସାହୁ , ଶତରୂପା ମିଶ୍ର , ଭଗବାନ ସାମଲ,କବି ବିପ୍ଲବ, ଶକୁନ୍ତଳା ମଲ୍ଲିକ, ଦିବ୍ୟଜୋତି ପ୍ରସାଦ, ରୂପଶ୍ରୀ କର, ସୁକ୍ରିତୀ ମହାପାତ୍ର, ନାରାୟଣ ପାତ୍ର, ମନୋଜ କୁମାର ସାହୁ , ଅଶୋକ କୁମାର ଗିରି, ଜନ୍ମେଜୟ ବେଜ୍, ରମଣୀ ରଞ୍ଜ ମହିନ୍ତି, ଅମୀୟବାଳା ରାଉତ, ଅମୁଲ୍ୟବାଳା ପଟ୍ଟନାୟକ, ଅକ୍ଷୟ କୁମାର ଭଟ୍ଟ,ଜଗମୋହନ ରାଉତ, ବିଶ୍ବନାଥ ସାହୁ, ବ୍ୟଙ୍ଗ କବି ଚିତ୍ତ ରଞ୍ଜନ ବେହେରା, ଚନ୍ଦ୍ରକାନ୍ତି ସିଂହ,ଦୀପକ କୁମାର ସାମନ୍ତରା, ସୁଦର୍ଶନ ସାହୁ, ମୋନାଲିସା ପ୍ରିୟଦର୍ଶିନୀ ନଂଦ, ପୁଷ୍ପଲତା ମହାପାତ୍ର, ସୁରେଶ୍ଵର ବେହେରା, କାହ୍ନୁ ଚରଣ ବେହେରା, ପ୍ରମୂଖ କବିତା ପାଠ କରିଥିଲେ । ପ୍ରାରଂଭରେ ଦୁଇଜଣ କୁନି ତାରକାଂକ ଦ୍ବାରା ଓଡିଶୀ ନୃତ୍ୟ ଓ ଯୋଗ ପ୍ରଦର୍ଶନ କରାଯାଇଥିଲା । ଦ୍ବିତୀୟ ଅଧିବେଶନରେ ଉତ୍କଳ ସାହିତ୍ୟ ସମାଜର ସାଧାରଣ ଉଦଘାଟକ ଭାବେ ସଂପାଦକ ପ୍ରାଧ୍ୟାପକ ଆଦିତ୍ୟ ପ୍ରତାପ ଧଳ, ବର୍ଷୀୟାନ ସାହିତ୍ୟିକ ତଥା ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଔପନ୍ୟାସିକ ଶୈଳୀ ସମ୍ରାଟ ଦେବ୍ରାଜ ଲେଙ୍କା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର ବାର୍ଷିକ ପତ୍ରିକା” ଗାଁର ମହକ” କୁ ଶୁଭଉନ୍ମୋଚନ କରିଥିଲେ । ଉକ୍ତ ସାରସ୍ବତ ଉତ୍ସବରେ ଓଡିଶାର ଜଣାଶୁଣା ବିଶିଷ୍ଟ ସମାଜସେବୀ ଋତୁପର୍ଣ୍ଣା ମହାନ୍ତି ମୂଖ୍ୟବକ୍ତା ଭାବେ ଯୋଗଦେଇ ଯୁବସମାଜକୁ ଗାଁ ମନସ୍କ ହେବାକୁ ଆହ୍ବାନ ଦେଇଥିଲେ । ନେହୁର ଯୁବ କେନ୍ଦ୍ର ସଂଗଠନ, ଯୁବ ଓ କ୍ରୀଡା ମନ୍ତ୍ରାଳୟ, ଭାରତ ସରକାର, କଟକର ଉପ ନିର୍ଦ୍ଦେଶକ ଅଶୋକ କୁମା ଦାଶ, ଜିଲ୍ଲା ପରିଷଦ ସଦସ୍ୟା ମିନତୀ ମହାପାତ୍ର, ଖାଦ୍ୟ ନିଗମର ସହ ମହାପ୍ରବଂଧକ ପ୍ରଦୀପ କୁମାର ରଣା , ବରିଷ୍ଠ ସମାଜସେବୀ କେଶବ ଚନ୍ଦ୍ର ବେହେରା, ଯୁବ ସମାଜସେବୀ ନଳିନୀ ରାୟ, ଡାକ୍ତର ଜଗଦୀଶ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଂଶସା କରିବା ସହିତ ଗ୍ରାମ୍ୟ ସାହିତ୍ୟ ଉପରେ ନିଜର ବକ୍ତବ୍ୟ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥିଭାବେ ଉତ୍କଳ ଗ୍ରାମ୍ୟ ସ୍ବରାଜ , କଟକର ସଭାପତି କଳିଂଗରତ୍ନ ବ୍ରହ୍ନାନଂଦ ମହାନ୍ତିଂକ ସଭାପତିତ୍ବରେ ଆୟୋଜିତ ସାରସ୍ବତ ସଭାରେ ବିଶିଷ୍ଟ ବକ୍ତା ଭାବେ ଯୁବ ସାହିତ୍ୟିକ ସୁଧାକର ମହାନ୍ତି ଗାଁ ର ମହକ ସଂପର୍କିତ ଉପରେ ଭାଷଣ ଦେଇଥିଲେ । ଦୁଇଟି ଯାକ ଅଧିବେଶନରେ ଅନୁଷ୍ଠାନର ଆବାହାକ ତଥା ସାମାଜିକ କର୍ମୀ ଅକ୍ଷୟ କୁମାର ସାମାଲ ଅତିଥି ପରିଚୟ ଏବଂ ସଂପାଦକୀୟ ବିବରିଣୀ ପାଠ କରିଥିଲେ । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ ୧୬ ଜଣ ନବୀନ ଓ ତରୁଣ ପ୍ରତିଭାଂକୁ ସ୍ବନକ୍ଷତ୍ର ଅବସରରେ ମାନପତ୍ର ,ଉତ୍ତରୀୟ ଦେଇ ଅତିଥିମାନଂକ ଦ୍ବାରା ସଂବର୍ଦ୍ଧିତ କରାଯାଇଥିଲା ।”ଗାଁର ମହକ ସମ୍ମାନ ” ବାଂକୀ ,ସାହାଡାପଦାର ବରିଷ୍ଠ ସାହିତ୍ୟିକ ତଥା ବାଂକୀ ମହୋତ୍ସବ ସ୍ମରଣୀକାର ସଂପାଦକ କବି ଶ୍ରୀଯୁକ୍ତ କୌଶିକ ନାୟକଙ୍କୁ ପ୍ରଦାନ କରାଯାଇଥିଲା । ପୂର୍ବରୁ ଆୟୋଜିତ ବାଂକୀ ଉପଖଣ୍ତର ସମସ୍ତ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନଂକ ଭିତରେ କରାଯାଇଥିବା ପ୍ରବଂଧ ପ୍ରତିଯୋଗୀତାର ବିଜେତାମାନଂକୁ ପୁରସ୍କୃତ କରାଯାଇଥିଲା । ଶେଷରେ ସଂପାଦକ ବାବୁଲି ରଣା ଧନ୍ୟବାଦ୍ ପ୍ରଦାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସମାଜସେବୀ ପ୍ରଦୀପ କୁମାର ଜେନା ,ସାଂବାଦିକ ଶୁଭେନ୍ଦୁ କୁମାର ମହାପାତ୍ର ,ସୁବ୍ରତ କୁମାର ନାୟକ , ଗୌରାଙ୍ଗ ଚରଣ ରାଉତ, ସମାଜ ସେବୀ ପ୍ରକାଶ ଚନ୍ଦ୍ର ପ୍ରଧାନ, ସଭାପତି ନିରଞ୍ଜନ ପଣ୍ଡା, ଉପ ସଭାପତି ଅଶୋକ କୁମାର ତ୍ରିପାଠୀ ପ୍ରମୂଖ ସହଯୋଗ କରିଥିଲେ ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

କଳାକାରର ମୃତ୍ୟୁ ନାହିଁ , କଳାକାର ପ୍ରେମଚାନ୍ଦ ପଟ୍ଟନାୟକ ଶ୍ରାଦ୍ଧ ବାର୍ଷିକୀ ପାଳିତ

masiha

ଆଳତୁମା ଗ୍ରାମରେ ରଜମହୋତ୍ସବ ପାଇଁ ଦ୍ଵିତୀୟ ପ୍ରସ୍ତୁତି ବୈଠକ

ଦାମୋଦରଙ୍କ ବିୟୋଗରେ ସଚେତନ ନାଗରିକ ମଞ୍ଚର ଶୋକ

masiha

Leave a Comment

error: Content is protected !!