ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଂଗପୁର ମହାବିଦ୍ୟାଳୟ ରେ ପିଜି ଶ୍ରେଣୀ ଖୋଲିବା ସମ୍ଭାବନା ଉଜ୍ବଳ

ବହୁ ପ୍ରତିକ୍ଷିତ ପିଜି ଶ୍ରେଣୀ ଖୋଲିବା ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ଯୁଗ୍ମ କମିଟି ର ଅନୁଧ୍ୟାନ

 ନବରଙ୍ଗପୁର—(ମସିହା) ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର କୁଳପତିଙ୍କ ପ୍ରତିନିଧିତ୍ଵ କରି ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ପ୍ରଫେସର ଶ୍ରୀ ଗଣେଶ ସେଠୀ ଏବଂ ଉଚ୍ଚ ଶିକ୍ଷା ବିଭାଗ ର ଜୟପୁର ଜୋନ ର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର୍ ଶ୍ରୀ ତ୍ରିନାଥ ରଥ ଙ୍କୁ ନେଇ ଗଠିତ ଏକ ଯୁଗ୍ମ କମିଟି ନବରଙ୍ଗପୁର ମହାବିଦ୍ୟାଳୟ ପରିଦର୍ଶନ । ଆଗାମୀ ଦିନରେ ପିଜି ବା ସ୍ନାତକତ୍ତୋର ପାଠ୍ୟକ୍ରମ ଖୋଲିବା ପାଇଁ ଆବଶ୍ୟକ ଆନୁଷଙ୍ଗିକ ବିଧି ବ୍ୟବସ୍ଥା ଉପରେ ଆଲୋଚନା କରିବା ସହ ମହାବିଦ୍ୟାଳୟ ର ଭିତ୍ତିଭୂମି, ପାଠାଗାର, ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀଙ୍କ ଅତିରିକ୍ତ ଯୋଗ୍ୟତା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ସବୁ ବିଷୟରେ ପୁଖାନୁପୁଙ୍ଖ ଆଲୋଚନା କରିଛନ୍ତି । ମୁଖ୍ୟତଃ ମହାବିଦ୍ୟାଳୟ ର ଅଧୀନରେ ରହିଥିବା ସମଗ୍ର ଅଞ୍ଚଳ,ସରକାରଙ୍କ ଅନୁଦାନରୁ ତିଆରି ହୋଇଥିବା ଶ୍ରେଣୀ ଗୃହ, ପ୍ରେକ୍ଷାଳୟ, ବିଜ୍ଞାନ ପରୀକ୍ଷା ଗାର ତଥା ବିଶ୍ଵ ବ୍ୟାଙ୍କ ଅନୁଦାନ ରେ ନିର୍ମାଣାଧୀନ ବଡ଼ ବଡ଼ ଶ୍ରେଣୀଗୃହ, ପରୀକ୍ଷାଗାର ଓ ମହିଳା ହଷ୍ଟେଲ ଦେଖି ସନ୍ତୋଷ ପ୍ରକାଶ କରିଥିଲେ। ଏତତ ସହିତ ମାନ୍ୟବର ବିଧାୟକଙ୍କ ପାଣ୍ଠିରୁ ନିର୍ମିତ ସୀମା ପ୍ରାଚେରୀ, ଖେଳ ପଡିଆ ଗାଲେରୀ ଓ ମାନ୍ୟବର ରାଜ୍ୟସଭା ସାଂସଦ ଙ୍କ ପାଣ୍ଠିରୁ ସଦ୍ୟ ନିର୍ମିତ ସ୍ଵର୍ଣ୍ଣ ମଞ୍ଚ ତଥା ଜିଲ୍ଲା ଓ ବ୍ଲକ ପ୍ରଶାସନ ଙ୍କ ତତ୍ବାବଧାନ ରେ ଚାଲିଥିବା ଉନ୍ନତି ମୂଳକ କାର୍ଯ୍ୟ ସବୁ ଦେଖି ଅଭିଭୂତ ହୋଇଥିଲେ। ପରିଦର୍ଶନ ର ଦ୍ଵିତୀୟ ପର୍ଯ୍ୟାୟରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀଙ୍କ ସହ ଏକ ବୈଠକ ରେ ବାର୍ତ୍ତା ବିନିମୟ କରିଥିଲେ। ମେଧାବୀ ଛାତ୍ର ସମାଜ ପାଈଁ ଉଚ୍ଚ ମେଧା ସମ୍ପନ୍ନ ଗୁରୁ ସମାଜ ର ଆବଶ୍ୟକତା ଉପରେ ଜୋର ଦେଇ ଯୁବ ଅଧ୍ୟାପକ ଅଧ୍ୟାପିକା ଙ୍କୁ ଅଧିକ ସଂଖ୍ୟାରେ ପି ଏଚ ଡି କରିବା ସହ ଆଗାମୀ ଦିନରେ ଅଧ୍ୟାପକ ଓ ଅଧ୍ୟାପିକା ଙ୍କର ଦକ୍ଷତା ବିକାଶ ନିମନ୍ତେ ବିଶ୍ଵବିଦ୍ୟାଳୟ ତରଫରୁ ସମସ୍ତ ପ୍ରକାର ସହଯୋଗ ଦିଆଯିବ ବୋଲି ପ୍ରଫେସର୍ ଗଣେଶ ସେଠୀ ପ୍ରତିଶ୍ରୁତି ଦେଇଥିଲେ । ଠିକ୍ ସେହିପରି ଉଚ୍ଚ ଶିକ୍ଷା ତରଫରୁ ଆନୁଷଙ୍ଗିକ ପ୍ରଶାସନିକ ସହଯୋଗ ପାଇଁ ଆଞ୍ଚଳିକ ନିର୍ଦ୍ଦେଶକ ଙ୍କ କାର୍ଯ୍ୟାଳୟ ସର୍ବଦା ପ୍ରସ୍ତୁତ ବୋଲି ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ତ୍ରିନାଥ ରଥ ପ୍ରକାଶ କରିଥିଲେ । ଦିନତମାମ ର କାର୍ଯ୍ୟକ୍ରମ ସବୁରୁ ପରିଦର୍ଶକ ମାନଙ୍କର ସକାରାତ୍ମକ ଭାବନା ସ୍ପଷ୍ଟ ଅନୁମିତ ହୋଇଥିଲା। । ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ ଭାସ୍କର ନାଥ ବିଶ୍ଵାଳ ମହାବିଦ୍ୟାଳୟ ର ପାର୍ଥିବ ଓ ଗୁଣାତ୍ମକ ସମସ୍ତ ବିଷୟରେ ଆବଶ୍ୟକୀୟ ତଥ୍ୟ ପ୍ରଦାନ ସହ ପ୍ରତିନିଧି ଦଳ ସଦସ୍ୟଙ୍କୁ ସମସ୍ତ କଥା ବୁଝାଇଥିଲେ।ଏଠାରେ ପ୍ରକାଶ ଉପଯୋଗୀ ଯେ ସଦ୍ୟ ପାଳିତ ହୋଇଥିବା ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଅବସରରେ ପୂର୍ବତନ ଛାତ୍ର ଛାତ୍ରୀ, ଅଭିଭାବକ, ବୁଦ୍ଧିଜିବୀଙ୍କ ପାଖରୁ ମହାବିଦ୍ୟାଳୟ କୁ ସରକାର ହାତକୁ ନେବା, ସ୍ଵୟଂଶାସିତ ମହାବିଦ୍ୟାକୟ ମାନ୍ୟତା, ପିଜି ଶ୍ରେଣୀ ଖୋଲିବା, ଭାଷା, ସାହିତ୍ୟ, କଳା, ସଂସ୍କୃତିର ଉଚ୍ଚତର ଗବେଷଣା ପାଇଁ ଆନୁସଙ୍ଗିକ ଭିତ୍ତିଭୂମି ଓ ସୁବିଧା ସୁଯୋଗ ଯୋଗେଇଦେବା ପାଇଁ ଦାବି ହୋଇଥିଲା । ଯାହାବି ହେଉ ନବରଙ୍ଗପୁର ଭଳି ଗୋଟାଏ ଉପାନ୍ତ ଅଞ୍ଚଳ ରେ ଦୀର୍ଘ 52 ବର୍ଷ ର ପ୍ରତିଷ୍ଠିତ ସର୍ବ ପୁରାତନ ମହାବିଦ୍ୟାଳୟ ଉଚ୍ଚଶିକ୍ଷାର ବତିଖୁଣ୍ଟ ସ୍ୱରୂପ ସମାଜରେ ଅନେକ ଉଚ୍ଚ ଡିଗ୍ରୀଧାରୀ ବ୍ୟକ୍ତି ବିଶେଷଙ୍କୁ ସୃଷ୍ଟି କରିଛି ଓ ଏହି ସମୟରେ କିଛି ବିଷୟ ଉପରେ ସ୍ନାତକୋତ୍ତର ଶ୍ରେଣୀ ଖୋଲିବା ପାଇଁ ପ୍ରୟାସ ହେଉଛି, ତାହା ନିଷ୍ଟିତ ଭାବେ ଆଗ୍ରହୀ ଛାତ୍ର ଛାତ୍ରୀ ଙ୍କ ଉଚ୍ଚ ଶିକ୍ଷା ପାଇଁ ଶୁଭଙ୍କର ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍

Related posts

ଜଳଙ୍ଗ ଚଣ୍ଡୀ ପୀଠରେ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

masiha

ଖାତିଗୁଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ୨୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର 

masiha

Leave a Comment

error: Content is protected !!