ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମରଣାନ୍ତକ ଆକ୍ରମଣ ପାଇଁ ଅଭିଯୁକ୍ତକୁ ୭ ବର୍ଷ ଜେଲ ଦଣ୍ଡାଦେଶ

୨୦୧୬ ମସିହାରେ ଜୟପାଟଣା ଥାନା ଅନ୍ତର୍ଗତ ଚୁରାଗାଁ ଗ୍ରାମର ଅକ୍ଷୟ ନିମୁଳିଆ ଦୁଇ ପରିବାରର ଛୋଟ ପିଲାମାନଙ୍କୁ ନେଇ ଉପୁଜିଥିବା ସାମାନ୍ୟ ବଚଷା ର ରାଗରଖି ପରଦିନ ଭିଙ୍ଗୁ ବିଶ୍ୱାଳ ନିକଟସ୍ଥ ଏକ ଦୋକାନରେ ବସିଥିବାବେଳେ ଏକ ଟାଙ୍ଗିଆ ଯୋଗେ ମରଣାନ୍ତକ ଆକ୍ରମଣ କରିଥିବା ତାଙ୍କ ପୁତ୍ର ବିନୟ ବିଶ୍ୱାଳ ଜୟପାଟଣା ଥାନା ଅନ୍ତର୍ଗତ କଲମପୁର ଫାଣ୍ଡିରେ ଲିଖିତ ଏତାଲା ପ୍ରଦାନ କରିଥିଲେ। ଜୟପାଟଣା ପୋଲିସ ଏହାର ତଦନ୍ତ କରି ଥାନା କେଶ ନମ୍ବର ୭୯/ ୦୫.୦୪.୨୦୧୬ ବଳରେ ଅଭିଯୁକ୍ତ ଅକ୍ଷୟ ନିମୁଳିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଦୀର୍ଘ ୬ ବର୍ଷ ଧରି ଏହି ମାମଲା ଧର୍ମଗଡ଼ ଅଦାଲତରେ ସାକ୍ଷ୍ୟ ଗ୍ରହଣ ଓ ବିଚାର ନିମନ୍ତେ ଚାଲିଥିଲା।ତଦନ୍ତକାରୀ ଅଧିକାରୀଙ୍କ ରିପୋର୍ଟ, ସାକ୍ଷୀ ମାନଙ୍କ ବୟାନ ଓ ମାମଲାର ପାରିପାର୍ଶ୍ବିକ ପରିସ୍ଥିତିକୁ ବିଚାରକୁ ନେଇ ଧର୍ମଗଡ଼ ସହାୟକ ଦୌରା ଜଜ୍ ଶ୍ରୀ ବିଶ୍ବବିସୃତ କର ଆଜି ମାମଲା ର ଚୂଡାନ୍ତ ଶୁଣାଣି କରି ଅଭିଯୁକ୍ତ କୁ ଭାରତୀୟ ପିଙ୍ଗଲ କୋଡ଼ ଦଫା ୩୦୭ ବଳରେ ଦୋଷୀ ସାବ୍ୟସ୍ତ କରି ୭ବର୍ଷ ସଶ୍ରମ କାରାଦଣ୍ଡ ସହ କୋଡିଏ ହଜାର ଟଙ୍କା ଜୋରିମାନା ଓ ଅନାଦେୟ ସ୍ଥଳେ ଅତିରିକ୍ତ ଛଅମାସ ଜେଲ ଦଣ୍ଡାଦେଶ ପାଇଁ ରାୟ ପ୍ରଦାନ କରିଛନ୍ତି। ସେହିପରି ଆଇ ପି ସି ଧାରା ୩୨୩ ବଳରେ ସମକାଳୀନ ଛଅ ମାସ ଓ ଧାରା ୩୨୪ ବଳରେ ଏକ ବର୍ଷ ଜେଲ ଦଣ୍ଡାଦେଶ ପାଇଁ ରାୟ ପ୍ରଦାନ କରିଛନ୍ତି। ରାଜ୍ୟ ସରକାର ଙ୍କ ତରଫରୁ ଅତିରିକ୍ତ ସରକାରୀ ଓକିଲ ରାଜେନ୍ଦ୍ର କୁମାର ମୁନି ମାମଲା ପରିଚାଳନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ……

Related posts

କ୍ରିକେଟ୍ ବେଟିଂ ପାଇଁ ୩ କୋଟି ଟଙ୍କା ସରକାରୀ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ଆଉ ଜଣେ ପିଇଓ ଗିରଫ

masiha

ଚିଟ୍ ଫଣ୍ଡ ଠକେଇ ମାମଲାରେ ବନ୍ଧୁଗାଁ ପୋଲିସ ଦ୍ବାରା ପରିବାରର ପାଞ୍ଚ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ 

Sunil Chandra Nayak

ଧରାକୋଟ, ଚୋରୀ ଅଭିଯୋଗରେ ଚାରି ଗିରଫ 

Sunil Chandra Nayak

Leave a Comment

error: Content is protected !!