ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ ଚlଉଁରିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଅଭିଭାବକ ଶିକ୍ଷକ ସମ୍ମିଳନୀ

କୋଷାଗୁମୁଡା( ମନିସ) ରାଜ୍ୟ ଗଣଶିକ୍ଷା ବିଭାଗର ନିର୍ଦେଶ କ୍ରମେ ନବରଂଗପୁର ଜିଲ୍ଲା କୋଷlଗୁମୁଡl ବ୍ଲକ ଅନ୍ତର୍ଗତ କୋଡ଼ିଙ୍ଗl ରାଜ ଚାଉଁରିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ ଆୟୋଜିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷl ଅଧିକାରୀ ଶ୍ରୀ ପ୍ରଦୀପ କୁମାର ନାଗ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବାବେଳେ ଜିଲ୍ଲା ଯୋଜନା ସଂଯୋଜୋକ ଡ ପ୍ରଦୀପ୍ତ ଷଡଙ୍ଗୀ ସ୍ଥାନୀୟ ସି ଆର ସି ସି ବାବୁଲାଲ ବାରିକ୍ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ lଅନୁଷ୍ଠାନର ଅଧ୍ୟାପକ ବିବେକ କୁମାର୍ ମହାଳିକ ପଞ୍ଚାନନ ଦୂରିଆ ଦାମୋଦର ସାହୁ ରବି ପାଣିଗ୍ରାହୀ ପ୍ରମୁଖ ମଞ୍ଚଷିନ ଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧକ୍ଷl ଶ୍ରୀମତୀ ଅମିତା ରାୟ ପୌରହିତ୍ୟ କରିଥିବା ବେଳେଏକାଡେମୀ ମୁଖ୍ୟ ଅଧ୍ୟାପକ ଶ୍ରୀ ଅଖିଳ କୁମାର ଭଟ୍ଟ ସମସ୍ତଙ୍କୁ ସ୍ବାଗତ କରିବା ସହ କାର୍ଯ୍ୟକର୍ମ ର ଲକ୍ଷ୍ୟ ଓ ଉଦଶ୍ୟ ସମ୍ପର୍କରେ ବିସ୍ତୃତବିବରଣୀ ପ୍ରଦାନ କରିଥିଲେ l ପ୍ରଥମେ ଉପସ୍ଥିତ ଅଭିଭାବକ ମାନେ ମଞ୍ଚାସିନ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ l ଉପସ୍ଥିତ କାର୍ଯ୍ୟକର୍ମରେ ମଞ୍ଚlସିନ ଅତିଥ ମାନେ ଉଭୟ ଅଭି ଭାବକ ଓ ଶିକ୍ଷକ ଙ୍କ ମିଳିତ ସହଯୋଗ ରେ ଛାତ୍ର ଛାତ୍ରୀ ଙ୍କ ଗୁଣାତ୍ମକ ମାନ ବୃଦ୍ଧି ପାଇବ ବୋଲି ମତ ଦେଇଥିଲେ l ଶେଷରେ ଅଧ୍ୟାପକ ରବି ପାଣିଗ୍ରାହୀ ଧନ୍ୟବାଦ୍ ଅର୍ପଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ କର୍ମଚାରୀ ସହ ଯୋ ଗ କରୁଥିବା ବେଳେ ଓ ବହୁସଂଖ୍ୟକ ଅଭି ଭାବକ ଯୋଗ ଦେଇଥିଲେ l

କୋଷlଗୁମୁଡl ରୁ ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ 

Related posts

ମହାନ ସଂଘ ପକ୍ଷରୁ ଓଡିଶାର ବିନ୍ଧାଣୀ ଗଜପତିଙ୍କ ତିରୋଧାନ ଦିବସ ପାଳିତ 

masiha

ଭାରତ ରତ୍ନ ରାଜୀବ ଗାନ୍ଧୀ ଙ୍କ ଜନ୍ମ ବାର୍ଷିକ ପାଳିତ

masiha

ଚାରବାହାଲକୁ ବ୍ଲକ୍ ମାନ୍ୟତା ଦାବୀ ଆନ୍ଦୋଳନ ପାଇଁ ସଜବାଜ ହେଲେ ପଞ୍ଚାୟତ ବାସି

masiha

Leave a Comment

error: Content is protected !!