ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଳ୍ପୀ ସମାଜର ବାର୍ଷିକ ଉତ୍ସବ ପାଳିତ

ରାଉରକେଲା/ ସଂଗୀତ ଶିଳ୍ପୀ ସମାଜର ବାର୍ଷିକ ଉତ୍ସବ ମହା ସମାରୋହରେ ସେକ୍ଟର ୫ ସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ପାଳିତ ହୋଇଯାଇଛି। ସକାଳ ଅଧିବେଶନରେ ମା ସରସ୍ବତୀଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ହେବା ସହିତ ଏକ ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଉତ୍ସବର ସାଂଧ୍ୟ୍ୟ ଅଧିବେଶନରେ ଆମନ୍ତ୍ରିତ ଅତିଥି ଭାବେ ଚଳଚ୍ଚିତ୍ର ଓ ମଞ୍ଚ ଶିଳ୍ପୀ ତଥା କ୍ଷୀର ଗଙ୍ଗା ଡାଏରୀ (ପ୍ରା) ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ମାନସ ରଞ୍ଜନ ଉପାଧ୍ୟାୟ ଓ ମାଡ୍ରାସ ଇନଷ୍ଟିଚୁଟ ଅଫ ଡେଭେଲପମେଣ୍ଟ ଷ୍ଟଡିଜର ପ୍ରାଧ୍ୟାପକ ତଥା ଦାର୍ଶନିକ ପ୍ରଫେସର ଅନନ୍ତ କୁମାର ଗିରି ଯୋଗ ଦେଇଥିଲେ। ସଭାପତି ଶରତ ଧଳ ସ୍ଵାଗତ ଭାଷଣ ପ୍ରଦାନ କରିବା ସହିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ପ୍ରଦୀପ ପ୍ରଜ୍ଜ୍ୱଳନ ତଥା ଉପସଭାପତି ପଣ୍ଡିତ ଅଜୟ ପାଣିଙ୍କ ବେଦପାଠ ସହିତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି ଅବସରରେ ଜୀବନ ବ୍ୟାପି ସଂଗୀତ କ୍ଷେତ୍ରରେ ଅବଦାନ ନିମନ୍ତେ ଭୂବନେଶ୍ଵରର ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ନିରଞ୍ଜନ ରାଉତ ଓ ବିଶିଷ୍ଟ କଣ୍ଠଶିଳ୍ପୀ ଗୁରୁ ଭାସ୍କର ପୁହାଣଙ୍କୁ ବାଗଦେବୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୁରୁ ନିରଞ୍ଜନ ରାଉତ ଓଡ଼ିଶୀ ନୃତ୍ୟ, ଗୁରୁ ଭାସ୍କର ପୁହାଣ ଭଜନ, ଗୁରୁ ପି ସୋଜନ୍ୟାଙ୍କ ନିର୍ଦ୍ଦେଶନାରେ କଥକ ନୃତ୍ୟ,ଗୁରୁ ବୀଣା ରଥଙ୍କ ନିର୍ଦ୍ଦେଶନାରେ ହିନ୍ଦୁସ୍ଥାନୀ ବୃନ୍ଦ ଗାୟନ , ଗୁରୁ ପ୍ରଫୁଲ୍ଲ ମଙ୍ଗଳଙ୍କ ନିର୍ଦ୍ଦେଶନାରେ ବୃନ୍ଦ ଓଡ଼ିଶୀ ସଙ୍ଗୀତ, ଗୁରୁ ନରସିଂହ ପାଣିଗ୍ରାହୀଙ୍କ ନିର୍ଦ୍ଦେଶନାରେ ବୃନ୍ଦ ଚମ୍ପୂ ଗାୟନ ଓ ଗୁରୁ ସୁଶାନ୍ତ ସାହୁଙ୍କ ନିର୍ଦ୍ଦେଶନାରେ ବୃନ୍ଦ ଛାନ୍ଦ ଗାୟନ ପରିବେଷିତ ହୋଇଥିଲା। ବାଦ୍ୟଯନ୍ତ୍ରରେ ଗୁରୁ ଜଗନ୍ନାଥ ଦାସ, ଗୁରୁ ରମାକାନ୍ତ ବେହେରା, ଗୁରୁ ଗୈାରାଙ୍ଗ ମଲ୍ଲିକ, ଦୁଃଶାସନ ସାହୁ, ବିବେକାନନ୍ଦ ପଣ୍ଡା, ରଜତ ପଣ୍ଡା, ହୃଷିକେଶ ପତ୍ରୀ, ଗଜରାଜ ମୋହିନୀ , ତପ୍ଦୀପ ପାତ୍ର,ଦିବ୍ୟାଂଶୁ ମଙ୍ଗଳ ପ୍ରମୁଖ ସହଯୋଗ କରିଥିଲେ। ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ମଙ୍ଗଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସଭାପତି ଶ୍ରୀ ଧଳ ମଞ୍ଚ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ଅଶ୍ଵିନୀ ସିଂ, ଅମର ନାୟକ , ବସନ୍ତ ସାହୁ, ପ୍ରଦୀପ ପଣ୍ଡା,ଶୁଭେନ୍ଦୁ ପଟ୍ଟନାୟକ,ଦିଲ୍ଲୀପ ମଙ୍ଗଳ, ଯନ୍ମେଞ୍ଜୟ ପାଣି ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ମୁଖ୍ୟ ରାସ୍ତା ବିପଦ ଅବସ୍ଥାରେ, ରାସ୍ତାକୁ ସଂଯୋଗ କରୁଥିବା ଦୁଇଟି ପଞ୍ଚାୟତର ୨୬ ଟି ଗାଁ ର ଲୋକେ ଜାତାୟତରେ ଜୀବନ ପ୍ରତି ବିପଦ

Sunil Chandra Nayak

ମାହେଶ୍ୱରୀ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

ଆଦିବାସୀ ଅନୁସୂଚିତ ଜନଜାତି ମୋର୍ଚ୍ଚା ସମ୍ମିଳନୀ ଅନୁଷ୍ଠିତ

masiha

Leave a Comment

error: Content is protected !!