ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଭାରତୀୟ ଜନତା ପାର୍ଟି, ପାନପୋଷ ସାଂଗଠନିକ ଜିଲ୍ଲା , ରାଉରକେଲା ବିଜେପିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ରଙ୍ଗିଲା ଛକ ଠାରେ ଅନୁଷ୍ଠିତ

ରାଉରକେଲା/ ବିଜେପି ଜିଲ୍ଲା ପାନପୋଷ ସାଂଗଠାନିକ ଜିଲ୍ଲାର କାର୍ଯ୍ୟକାରିଣୀ ବୈଠକ ରାଉରକେଲା, ଫର୍ଟିଲାଇଜର ସ୍ଥିତ ରଙ୍ଗିଲା ଛକ ଶୁଭମ୍ ପ୍ୟାଲେସ ପରିସରରେ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟର ନିର୍ଦ୍ଦେଶ କ୍ରମେ ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗେ ଦେଇ ଦୀପ ପ୍ରଜଳନ ପୂର୍ବକ ଶୁଭାରମ୍ଭ କରିଥିଲେ। ଜିଲ୍ଲା ସଭାନେତ୍ରି ଲତିକା ପଟ୍ଟନାୟକ ତାଙ୍କ ସ୍ବାଗତ ଅଭିଭାଷଣ ରେ କାର୍ଯ୍ୟକାରିଣୀ ବୈଠକର ତାତ୍ପର୍ଯ୍ୟ , ଉଦ୍ଦେଶ୍ୟ ଏବଂ ସଙ୍ଗଠନର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବାସହ ସଂଗଠନକୁ ଶକ୍ତିଶାଳୀ କରିବା ଉପରେ ଗୁରୁତ୍ବ ଆରୋପ କରିଥିଲେ । ଜିଲ୍ଲା ଉପସଭାପତି ସୁବ୍ରତ ପଟ୍ଟନାୟକ ରାଜନୌତିକ ଚିଠା ପ୍ରସ୍ତାବ ଆଗତ କରିଥିବା ବେଳେ ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଚିଠା ପ୍ରସ୍ତାବ ଉପରେ ଚର୍ଚ୍ଚା କରିବା ସହିତ ସର୍ବସମ୍ମତି କ୍ରମେ ପାରିତ କରିବା ପାଇଁ ଉପସ୍ଥାପନା କରିଥିଲେ। ଏହା ସର୍ବସମ୍ମତି ରୂପେ ପାରିତ କରା ଯାଇଥିଲା। ଏହି ଚିଠା ପ୍ରସ୍ତାବରେ ଶାସନ ଅବସ୍ଥାରେ ସ୍ଥାଣୁତା ଆଇନ ଶୃଙ୍ଖଳା ରେ ଅଧୋଗତି, ବେକାରୀ ସମସ୍ୟା, ଚାଷୀ ଓ ଚାଷ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ, ଶିକ୍ଷା ବ୍ୟବସ୍ଥା, ଆଦିବାସୀ- ଦଳିତଙ୍କୁ ଅଣଦେଖା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା, ମହିଳାଙ୍କ ଆର୍ଥିକ ବିକାଶରେ ବାଧକତା, ସ୍ବାସ୍ଥ୍ୟ ସେବା ଓ ପାନୀୟ ଜଳ ଯୋଗାଣର ବିଫଳତା, ଓବିସି ବର୍ଗ ଙ୍କୁ ଅବହେଳିତ, ହକି ବିଶ୍ୱକପ୍ ରେ ନିର୍ମାଣ କାମରେ ନିମ୍ନସ୍ତରତା, ସାଂସଦ ଓ ବିଧାୟକଙ୍କୁ ବିଶ୍ଵକପ ଖେଳରେ ଅଣଦେଖା, ପୌର ନିର୍ବାଚନ, ରାସ୍ତାଘାଟ ଓ ଟ୍ରାଫିକ ସମସ୍ୟା, ପୁରୁଣାପାଣିରେ ସିମେଣ୍ଟ କାରଖାନା ପ୍ରତିଷ୍ଠା, ମେଡ଼ିକାଲ କଲେଜ ସ୍ଥାପନ, କୋଏଲ ବ୍ୟାରେଜ ନିର୍ମାଣ, ରାଉରକେଲାରେ ବସ୍ତି ବାସିନ୍ଦା ଙ୍କୁ ପକ୍କା ଘର ପ୍ରଦାନ, ପନ୍ଦର ହଜାର ଗୃହ ନିର୍ମାଣର ପ୍ରତିଶ୍ରୁତିକୁ ପାଳନ କରିବା, ସହିତ ମୁଖ୍ୟମନ୍ତ୍ରୀ ରାଉରକେଲା ବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବା ଆଦି ଦାବି କରାଯାଇଥିଲା। ଶୋକ ପ୍ରସ୍ତାବ ଆଗତ କରାଯାଇ ଜିଲ୍ଲାରେ ମୃତ୍ୟୁ ବରଣ କରିଥିବା କଳାବତି ସାହୁ, ଦେବିଶ୍ମିତା ବିଲ୍ହାର, ଶିବ ଚରଣ ସାମଲ, ଶିବ ଚରଣ ବୋଇତୀ, ଚିତ୍ତ ଦାସ, ରମେଶ ବଳ, ସୋନୁ ଚୌଧୁରୀ ଆଦିଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନଟ ନରବ ପ୍ରାଥନା କରାଯାଇଥିଲା। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗବନ୍ଧୁ ବେହେରା – ସଂଗଠନାତ୍ମକ , ନିହାର ରାୟ – ଆନ୍ଦୋଳନ।ତ୍ମକ, ପ୍ରମିଳା ଦାସ ସଂଗଠନ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ବର୍ତମାନ ପରିସ୍ଥିତି ରେ ରାଜନୀତି ଉପରେ ଚର୍ଚ୍ଚା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣାରେ ଚାଉଳ ପ୍ରଦାନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବର୍ଦ୍ଧିତ ସହଯୋଗ, ମହିଳା ସଶକ୍ତିକରଣ ପାଇଁ ଇନ୍ଦ୍ରିୟ ଅନୁଦାନ ,୨ୟ ବ୍ରାହ୍ମଣୀ ବ୍ରିଜ ର ନିର୍ମାଣ, ସୁପର ସ୍ପେସିଆଲିଟ ହସ୍ପିଟାଲ୍ ର ନିର୍ମାଣ, ରାଉରକେଲା ଏୟାର ପୋର୍ଟ କାର୍ଯ୍ୟକ୍ଷମ, ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ର ନିର୍ମାଣ ଓ ଖେଳ, ହର ଘର ନଲ ସେ ଜଳ, ଜଳ ଜୀବନ ମିଶନ , କୃଷି କଲ୍ୟାଣ ଆଦି ଯୋଜନା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଜିଲ୍ଲା ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

ରାଜ୍ୟ ମୁଖପାତ୍ର ତାଙ୍କ ଅଭିଭାଷଣରେ ସାଂଗଠାନିକ ଶୃଙ୍ଖଳା, ବୁଥ କମିଟି ସୁଦୃଢତା, କାର୍ଯ୍ୟକର୍ତ୍ତାଙ୍କ ବିକାଶ ଉପରେ ଆଲୋକପାତ ସହିତ , ରାଜ୍ୟସରାରଙ୍କ ଅପାରଗତା , ଭ୍ରଷ୍ଟାଚାର , ଡି. ଏମ୍. ଏଫ୍ ଫଣ୍ଡର ଅପବ୍ୟବହାର, ମା ଓ ଶିଶୁ ଙ୍କର ଅବହେଳା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅନିୟମିତତା ଆଦି ଉପରେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଇଥିଲା। ସାଧାରଣ ସମ୍ପାଦକ ଶଶାଙ୍କ ଶେଖର ଜେନା ମଞ୍ଚ ପରିଚାଳନା କରିଥିବାବେଳେ ଜିଲ୍ଲା ସମ୍ପାଦକ ଅଜୟ କଂସାରି ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆପେକ୍ଷିତ ରାଜ୍ୟ ନେତା, ଜିଲ୍ଲା କାର୍ଯ୍ୟକର୍ତ୍ତା ଓ କାର୍ଯ୍ୟକାରିଣୀ ସଦସ୍ୟ,ମୋର୍ଚ୍ଚା ସଭାପତି, ମଣ୍ଡଳ ସଭାପତି ସାଧାରଣ ସମ୍ପାଦକ ଉପସ୍ଥିତ ଥିଲେ । ପରିଶେଷରେ ଫର୍ଟିଲାଇଜର ମଣ୍ଡଳ ସଭାପତି ସନ୍ତୋଷ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ଓ ଜାତୀୟ ସଙ୍ଗୀତ ଗାନ କରାଯାଇ ସମାପନ କରାଯାଇଥିଲା।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଧର୍ମଗଡ ବିଜେପି ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଇଁ ବ୍ୟାପକ ପ୍ରସ୍ତୁତି

masiha

ଧରାକୋଟ ରେ କଂଗ୍ରେସ ର ସଙ୍ଗଠନ ସୃଜନ ଅଭିଯାନ

Sunil Chandra Nayak

ସମ୍ବିଧାନ ବଞ୍ଚାଅ ନେଇ’ ପ୍ରସ୍ତୁତି ପାଇଁ କଂଗ୍ରେସ ଦଳ ତରଫରୁ ସାମ୍ବାଦିକ ସମ୍ମିଳନୀ 

masiha

Leave a Comment

error: Content is protected !!