ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୨୮ତମ ପୁସ୍ତକ ମେଳା ଆସନ୍ତା ଫେବୃଆରୀ ୧ ରେ…

ରାଉରକେଲା/ ଆଦର୍ଶ ପାଠାଗାର ଆୟୋଜିତ ୨୮ତମ ପୁସ୍ତକ ମେଳା ଆସନ୍ତା ଫେବୃଆରୀ ୧ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଭଞ୍ଜଭବନ ପଡିଆ ଠାରେ ଅନୁଷ୍ଠିତ ହେବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ପାଠାଗାରର ଉପଦେଷ୍ଟା ଅଭୟ କୁମାର ଦାସଙ୍କ ସଭାପତିତ୍ବ ଓ ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆଙ୍କ ଆବାହକତ୍ବରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ ୧୯୫୮ରୁ ପ୍ରତିଷ୍ଠିତ ଏହି ପାଠାଗାର ଭାଷା ସାହିତ୍ୟ, ସଂସ୍କୃତି ପ୍ରତି ପ୍ରତିବଦ୍ଧତା ରଖିବା ସହ ବିଭିନ୍ନ କାର୍ଯ୍ୟକ୍ରମ କରିଆସୁଛି । ଏହି କ୍ରମରେ ଆସନ୍ତା ୧ତାରିଖ ଦିନ ପାଠାଗାର ତା’ର ୨୮ ତମ ପୁସ୍ତକ ମେଳା ଆୟୋଜନ କରିଛି। ଆରଏସପିର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ଉଦଘାଟନ ଦିନ ମୁଖ୍ୟଅତିଥି ଭାବେ ଯୋଗଦେଉଥିବା ବେଳେ ଉଦଯାପନୀ ଉତ୍ସବ ୧୦ତାରିଖରେ ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ ଯୋଗଦେବେ। ସେହିପରି ୨ତାରିଖ ରେ ଉତ୍କଳ ଗୀତିକବି ସମାଜ,୩ତାରିଖ ରେ କଲଚରାଲ ଏକାଡ଼େମୀ, ୪ ତାରିଖରେ ସଂଗୀତ ପ୍ରତିଯୋଗିତା, ୫ ତାରିଖରେ ଚିତ୍ରାଙ୍କନ ଓ ଏକକ ନୃତ୍ୟ ପ୍ରତିଯୋଗିତା ,୬ତାରିଖ ରେ ଓଡିଆ ଭାଷା ବିକାଶ ମଞ୍ଚ,୭ତାରିଖରେ ଇସ୍ପାତ ସାହିତ୍ୟ ସଂସଦ,୮ତାରିଖ ରେ ବସୁଧୈବ କୁଟୁମ୍ବକମ ସହ ଗୋପବନ୍ଧୁ ପାଠାଗାର,୯ ତାରିଖରେ ସମ୍ବାଦ ସାହିତ୍ୟ ଘର ପ୍ରମୁଖ ସାହିତ୍ୟ ସଂଧ୍ୟା ଓ ଶେଷଦିନ କୌତୁକିଆ ପୋଷାକ ପ୍ରତିଯୋଗିତା କାର୍ଯ୍ୟକ୍ରମମାନ କରାଯିବ। ସେହିପରି ଚଳିତ ବର୍ଷ ବରିଷ୍ଠ ସାହିତ୍ୟିକ ନିତ୍ୟାନନ୍ଦ ନାୟକଙ୍କୁ ଲକ୍ଷ୍ମୀଧର ନାୟକ ସାରସ୍ବତ ସମ୍ମାନ ରେ ସମ୍ବର୍ଦ୍ଧିତ କରାଯିବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ଦିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଡା. ବସନ୍ତ କୁମାର ଦାସ, ବାଉରୀବଂଧୁ ସାହୁ, ଡଃ ସନାତନ ପ୍ରଧାନ ଓ ଲୋକ ସଂପର୍କ ଅଧିକାରୀ କୁଞ୍ଜବିହାରୀ ରାଉତ ପ୍ରମୁଖ ମଂଚାସୀନ ଥିବାବେଳେ ସର୍ବଶ୍ରୀ ଅଶୋକ କୁମାର ବଳ, ବିଜୟ କୁମାର ପାତ୍ର, ଜ୍ୟୋତି ରଂଜନ ମହାପାତ୍ର,ପ୍ରେମାନନ୍ଦ ସାମଲ,ମନୋଜ କୁମାର ପଣ୍ଡା,ଦୀନବନ୍ଧୁ ରଥ, ଟୁକୁଲା ପାଢୀ, ପ୍ରଦୀପ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଶେଷରେ ଡଃ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଧର୍ମଗଡ଼ ରେ କୌଶଳ ରଥକୁ ଭବ୍ୟ ସ୍ୱାଗତ

masiha

ଫସିଗଲା ସ୍କୁଲ ଗାଡ଼ି,ଠେଲିଲେ କୁନିକୁନି ଛାତ୍ରଛାତ୍ରୀ

masiha

ଛଅ ମାସପୂର୍ବରୁ ପାଣିଟାଙ୍କି ଉଦ୍ଘାଟନ , କାର୍ଯ୍ୟକ୍ଷମ ଶୂନ୍ୟ

Sunil Chandra Nayak

Leave a Comment

error: Content is protected !!