ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ରାମଚନ୍ଦ୍ରପୁରରେ ୨୪ ତମ ଦୁଇ ଦୀବସୀୟ ବାର୍ଷିକ କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତା

 ମୟୂରଭଞ୍ଜ – ୨୮/୧/୨୩ (ମସିହା)ପବିତ୍ର ସାଧାରଣ ତନ୍ତ୍ର ଦିବସ ଏବଂ ତା ପରଦିନ ୨୬/୨୬ ଦୁଇ ଦିନ ଧରି ଅବସରରେ ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଳକର ଖନ୍ତ ପଞ୍ଚାୟତର ରାମଚନ୍ଦ୍ରପୁର ଗ୍ରାମର ଏସ ଏସ ଏମ ଏସ ଯୂଥ କ୍ଳବ୍ ଆନୁକୁଲ୍ୟରେ ଦୁଇ ଦିବସୀୟ ୨୪ ତମ ତମ ବାର୍ଷିକ କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯକ୍ରମରେ ବହୁ ଅଣ ରାଜନୈତିକ,ବୁଦ୍ଧିଜିବୀ ପ୍ରମୁଖ ଉପସ୍ଥିତ ରହି ଶୁଭ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରରେ ବାଳକ,ବାଳିକା,ଶିଶୁ ବାଳକ,ବୟସ୍କଙ୍କ ଦୌଡ଼, ସ୍ତ୍ରୀ ଲୋକଙ୍କ ଦଉଡ଼ି ଟଣା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।୩ ଦିନ ଧରି ଲାଖବିନ୍ଧା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସଂନ୍ଧ୍ୟାରେ ଆକର୍ଷଣୀୟ ଆଦିବାସୀ ଲୋକନୃତ୍ୟ ଡାଣ୍ଠା ନାଚ,ଡ୍ରାମା,କାଠିନାଚ,ହୋ ନାଚ,ଫିରିକାଳି,ବୁଢ଼ୀ ଗାଳି,କଳଶ ନାଚପ୍ରଦର୍ଶିତ ହୋଇଥିଲା । ଅତିଥିଗଣ ପଡ଼ିଆରେ ଉପସ୍ଥିତ ରହି ଅଂଚଳବାସୀଙ୍କ ନବ ବର୍ଷ ,ମକର ପର୍ବ ଏବଂ ପବିତ୍ର ମାଘ ମାସ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଵା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ସଂସ୍କୃତି ସମସ୍ତଙ୍କୁ ଯୋଡିବା ସହ ଆନନ୍ଦ ଓ ଉଲ୍ଲାସ ଆଣିଥାଏ । କାର୍ଯ୍ୟକ୍ରମ ଆୟୋଜକ ଙ୍କ ପ୍ରଚେଷ୍ଟାକୁ ଅତିଥିଗଣ ଭୂରିୟସୀ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମକୁ ସଭାପତି ସିତାରାମ ସିଂ, ଗୋବିନ୍ଦ କାଲୁଣ୍ଡିଆ, ଜଗନ୍ନାଥ ସୋରେନ,ହରିଶ ପୂର୍ତ୍ତି, ଧନଞ୍ଜୟ ମୁର୍ମୁ ଏବଂ ଅନ୍ୟ ମାନେ ପରିଚାଳନାରେ ସହଯୋଗ କରିଥିଲେ । ହଜାର ହଜାର ଦର୍ଶକ କ୍ରୀଡା ଓ ନୃତ୍ୟ ଉପଭୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଚନ୍ଦନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

Sunil Chandra Nayak

ତାଈକୋଣ୍ଡ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ଛଅ ଗୋଟି ପଦକ ହାସଲ କରି ନବରଙ୍ଗପୁର ଜିଲ୍ଲା ପାଇଁ ଗୈାରବ ଆଣିଲେ ପ୍ରତିଯୋଗୀ

masiha

ଚନ୍ଦୁ ସାହାଣୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ , ଜୁନାଗଡ଼କୁ ହରାଇ ନବରଙ୍ଗପୁର ବିଜୟୀ

masiha

Leave a Comment

error: Content is protected !!