ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଧୁନିକ ନାଟକର ବାର୍ତ୍ତାବହ କାଳୀଚରଣ ପଟ୍ଟନାୟକ ଓ ରକ୍ତମାଟି ସଂପର୍କରେ ଆଲୋଚନାଚକ୍ର

ରାଉରକେଲା/ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ୧୨୫ତମ ଜନ୍ମ ବାର୍ଷିକୀ ଅବସରରେ ଆୟୋଜିତ ଆଲୋଚନାଚକ୍ର ‘ ଆଧୁନିକ ନାଟକର ବାର୍ତ୍ତାବହ କାଳୀଚରଣ ପଟ୍ଟନାୟକ ଓ ନାଟକ ରକ୍ତମାଟି ‘ ସେକ୍ଟର ୭ ସ୍ଥିତ ଇସ୍ପାତ ସାହିତ୍ୟ ସଂସଦ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ପ୍ରୟାସ ର ମୁଖ୍ୟ ନିବେଦିତା ଜେନାଙ୍କ ଆବାହକତ୍ବ ଓ ସଂଯୋଜନା ତଥା ଡଃ ସମର ମୁଦାଲି ଙ୍କ ସଭାପତିତ୍ବରେ ଆୟୋଜିତ ଏହି ଆଲୋଚନାଚକ୍ରରେ ଆଲୋଚକ ଭାବେ ଡଃ ପ୍ରଭାତ କୁମାର ମଲ୍ଲିକ, ପ୍ରଫେସର ପାରେଶ୍ବର ବିଶ୍ବାଳ, ନାଟ୍ଯକାର ଭାସ୍କର ଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ।

ଆଲୋଚକମାନେ ସେମାନଙ୍କ ବକ୍ତବ୍ଯ ରେ କହିଲେ ଯେ ନାଟକର କୌଣସି ଭାଷା ନଥାଏ। କବିଚନ୍ଦ୍ର କାଳୀଚରଣ ଗୁଣାତ୍ମକ ନାଟକ ରଚନା କରିଥିବା ବେଳେ ଓଡିଶା ଥିଏଟର ସ୍ଥାପନ କରି ମଞ୍ଚ ନାଟକ କ୍ଷେତ୍ରରେ ବିପ୍ଳବ ସୃଷ୍ଟି କରିଥିଲେ । ତାଙ୍କର ମୁଖ୍ୟ ବୈଶିଷ୍ଟ୍ୟ ଥିଲା ପାତ୍ରୋଚିତ ସଂଳାପ, ଯୁଗ ରୂଚି ଅନୁଯାୟୀ ଚରିତ୍ର ଚିତ୍ରଣ,ଚଳନ୍ତି ସମାଜର ସମସ୍ୟାକୁ ନେଇ ନାଟକ ରଚନା, ସଫଳ ସଂଗୀତ ସଂଯୋଜନା, ମଂଚରେ ନାରୀ ଭୂମିକାରେ ନାରୀଙ୍କୁ ଅବତୀର୍ଣ୍ଣ, ମଂଚର ପରିବର୍ତ୍ତନ ଓ ଅନ୍ତଦୃଶ୍ୟ ତଥା ବହିଃଦୃଶ୍ୟ ପ୍ରଚଳନ। ସେ ଥିଲେ ନାଟକରେ ଆଗାମୀ ଯୁବପିଢି ପାଇଁ ବାର୍ତ୍ତାବହ ଓ ଅନୁଭୂତି ସଂପନ୍ନ ବ୍ୟକ୍ତିତ୍ବ। ପ୍ରାରମ୍ଭରେ ଆବାହକ ଶ୍ରୀମତୀ ଜେନା ଆଲୋଚନାଚକ୍ର ର ଆଭିମୁଖ୍ଯ ସହ ଅତିଥି ଙ୍କ ପରିଚୟ ପ୍ରଦାନ ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ସହ ନାଟକ ସହ ସଂପୃକ୍ତ ଥିବା ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ରାୟଗଡରେ ଇ -ଅଫିସ ଶୁଭାରମ୍ଭ କଲେ ମାନ୍ୟବର ସୂଚନା ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ 

masiha

ଵୟାଳିଶମୌଜାରେ ଲାଗିଲା ଟଙ୍କା ଡିପୋଜିଟ୍ ମେସିନ

Sunil Chandra Nayak

ସରସ୍ୱତୀ ଶିଶୁ ମନ୍ଦିର, ଡାବୁଗାଁ ର ସପ୍ତମ ଶ୍ରେଣୀରେ ପ୍ରାଦେଶିକ ଶ୍ରୀ ଭାରତୀକୃଷ୍ଣ ଗଣିତ ପରୀକ୍ଷାରେ ରାଜ୍ୟସ୍ତରରେ ୬ଷ୍ଠ ସ୍ଥାନ ଅଧିକାର :ଏ କୃତିତ୍ଵ ନେଇ ଡାବୁଗାଁ ଗର୍ବିତ 

Sunil Chandra Nayak

Leave a Comment

error: Content is protected !!