ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ଆଲୁମିନା ସହ ଟିକିରି ଓ ଦୋରାଗୁଡା ପୋଲିସ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଟିକିରି  // ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ସ୍ଥିତ ଜଗନ୍ନାଥ ମନ୍ଦିର ଠାରୁ ଗୋକୁଳମୁଣ୍ଡା ହାଟ ପଦା ଯାଇ ଏକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।  ସଭା ଯାତ୍ରା ଉତ୍କଳ ଆଲୁମିନା କମ୍ପାନୀ ଅଧିକାରୀ ସହ ଟିକିରି ଓ ଦୋରାଗୁଡା ପୋଲିସ ପକ୍ଷରୁ ଏହି ସଭା ଯାତ୍ରା ବାହାରିଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ସବୁ ସମୟରେ କାଶିପୁର ବ୍ଲକ ରେ ଦୁର୍ଘଟଣା ଘଟୁଥିବା ବେଳେ କିଛି ଲୋକ ଙ୍କ ଜୀବନ ମଧ୍ୟ ଚାଲିଯାଉଛି । ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣା ହୋଇଛି। ଏହାକୁ ନେଇ ଉତ୍କଳ ଆଲୁମିନା କମ୍ପାନୀ ସହ ଟିକିରି ,ଦୋରାଗୁଡା ପୋଲିସ ପକ୍ଷରୁ ରାସ୍ତାରେ ହେଲମେଟ ପିନ୍ଧିଥିବା ଲୋକଙ୍କୁ ଧନ୍ୟବାଦ ଜଣାଇବା ସହ ହେଲମେଟ ପିନ୍ଧିନଥିବା ଲୋକଙ୍କୁ ପିନ୍ଧିବା ପାଇଁ କହିବା ସହ ଲିପ୍ଲେଟ ଦେଇ ସଚେତନ କରୁଥିଲେ ଉତ୍କଳ ଆଲୁମିନାର CSR ବିଭାଗର ଜିଏମ ଡ଼. ଲୋପାମୁଦ୍ରା ପ୍ରିୟଦର୍ଶିନୀ ସହ ଟିକିରି ଥାନା ଅଧିକାରିଣୀ ବିଜୟଲସମି ହିକକା ଏବଂ ଦୋରାଗୁଡା ଥାନା ଅଧିକାରୀ ଦେବଦୁତ ମଲ୍ଲିକ ସମେତ ଏହି ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ରେ ଉତ୍କଳ ଆଲୁମିନାର CSR ବିଭାଗ ର ତନ୍ମୟ ମହାନ୍ତି, ମୋନଜ ଦାସ, ସୁଶାନ୍ତ ଧଳ, ମହୁସୁମୀ ଦାସ ସହ ଟିକିରି ମାର୍କେଟ ର ସଭାପତି ମୋନଜ ବେହେରା, ସମାଜ ସେବୀ ହରପ୍ରସାଦ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ପୁଣି ଭାରରେ ବୁହାହେଲେ ରୋଗୀ ୩ କିମି 

Sunil Chandra Nayak

ଭାରତ ବନ୍ଦକୁ ସମର୍ଥନ, ଏସଟି ଏସସି ମିଳିତ ମଞ୍ଚ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

masiha

ଯାହାଡା ରେ ଦଣ୍ଡକାଳି ମନ୍ଦିର ପ୍ରତିଷ୍ଠା 

Leave a Comment

error: Content is protected !!