ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ଆଲୁମିନା ସହ ଟିକିରି ଓ ଦୋରାଗୁଡା ପୋଲିସ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଟିକିରି  // ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ସ୍ଥିତ ଜଗନ୍ନାଥ ମନ୍ଦିର ଠାରୁ ଗୋକୁଳମୁଣ୍ଡା ହାଟ ପଦା ଯାଇ ଏକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।  ସଭା ଯାତ୍ରା ଉତ୍କଳ ଆଲୁମିନା କମ୍ପାନୀ ଅଧିକାରୀ ସହ ଟିକିରି ଓ ଦୋରାଗୁଡା ପୋଲିସ ପକ୍ଷରୁ ଏହି ସଭା ଯାତ୍ରା ବାହାରିଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ସବୁ ସମୟରେ କାଶିପୁର ବ୍ଲକ ରେ ଦୁର୍ଘଟଣା ଘଟୁଥିବା ବେଳେ କିଛି ଲୋକ ଙ୍କ ଜୀବନ ମଧ୍ୟ ଚାଲିଯାଉଛି । ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣା ହୋଇଛି। ଏହାକୁ ନେଇ ଉତ୍କଳ ଆଲୁମିନା କମ୍ପାନୀ ସହ ଟିକିରି ,ଦୋରାଗୁଡା ପୋଲିସ ପକ୍ଷରୁ ରାସ୍ତାରେ ହେଲମେଟ ପିନ୍ଧିଥିବା ଲୋକଙ୍କୁ ଧନ୍ୟବାଦ ଜଣାଇବା ସହ ହେଲମେଟ ପିନ୍ଧିନଥିବା ଲୋକଙ୍କୁ ପିନ୍ଧିବା ପାଇଁ କହିବା ସହ ଲିପ୍ଲେଟ ଦେଇ ସଚେତନ କରୁଥିଲେ ଉତ୍କଳ ଆଲୁମିନାର CSR ବିଭାଗର ଜିଏମ ଡ଼. ଲୋପାମୁଦ୍ରା ପ୍ରିୟଦର୍ଶିନୀ ସହ ଟିକିରି ଥାନା ଅଧିକାରିଣୀ ବିଜୟଲସମି ହିକକା ଏବଂ ଦୋରାଗୁଡା ଥାନା ଅଧିକାରୀ ଦେବଦୁତ ମଲ୍ଲିକ ସମେତ ଏହି ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ରେ ଉତ୍କଳ ଆଲୁମିନାର CSR ବିଭାଗ ର ତନ୍ମୟ ମହାନ୍ତି, ମୋନଜ ଦାସ, ସୁଶାନ୍ତ ଧଳ, ମହୁସୁମୀ ଦାସ ସହ ଟିକିରି ମାର୍କେଟ ର ସଭାପତି ମୋନଜ ବେହେରା, ସମାଜ ସେବୀ ହରପ୍ରସାଦ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ନବରଙ୍ଗପୁର ରେ ଅନ୍ତର୍ଜାତୟ କିନ୍ନର ଦିବସ ପାଳିତ

masiha

ସାମ୍ବାଦିକ ଙ୍କ ମାତୃ ବିୟୋଗ

masiha

ଶ୍ରୀ ଶ୍ରୀ କୁଞ୍ଜବିହାରୀ ପାଠାଗାରର ମାସିକ ଆଲୋଚନା ଚକ୍ର  ଆଧ୍ୟାତ୍ମିକ ଆଚରଣ ଜଳବାୟୁ ପରିବର୍ତ୍ତନ ର ସମାଧାନ 

Leave a Comment

error: Content is protected !!