ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସର୍ଗିଗୁଡା ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ଶୋଚନୀୟ

ଥୁଆମୁଳ ରାମପୁର:୨୮/୦୧ – (ମ.ନି.ସ) ସରକାରଙ୍କ ପକ୍ଷରୁ ଶିକ୍ଷା ବ୍ଯବସ୍ତାରେ ସୁଧାର ଆଣିବା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରି କୋଟିକୋଟି ଟଙ୍କା ବ୍ଯୟ କରାଯାଉଛି। ହେଲେ ଅଧିକାଂଶ ସ୍ଥାନରେ ବିଦ୍ୟାଳୟର ଅବସ୍ଥାରେ ସୁଧାର ଆଣିପାରିଲେ ନାହିଁ। ଗରିବ ଆଦିବାସୀ ପିଲାଙ୍କ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଅଛି। ଅନେକ ସ୍ଥାନରେ ବିଦ୍ୟାଳୟ ଗୁଡିକର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି। ଏଥିରେ ବିଭାଗୀୟ ଅଧିକାରୀ କିମ୍ବା ଉର୍ଚ୍ଚ ପଦବୀ ଅଧିକାରୀ ଦୃଷ୍ଟି ଦେଉନଥିବା ଜଣାପଡ଼ିଛି। ଏଭଳି ଏକ ବିଦ୍ୟାଳୟ ରହିଛି ଯାହାକି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ସର୍ଗିଗୁଡ଼ ଗ୍ରାମର ବିଦ୍ୟାଳୟ ଶ୍ରେଣୀ ଗୃହ ନିର୍ମାଣ ହୋଇ ଆଜକୁ ପ୍ରାୟ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ ହେବ। ଏହି ବିଦ୍ୟାଳୟ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଆଜକୁ ପ୍ରାୟ ଦୁଇବର୍ଷ ହେବ ଛାତରୁ ବର୍ଷାଦିନେ ପାଣି ଝରୁଛି ଯଦ୍ବାରା ଛାତ୍ରଛାତ୍ରୀଙ୍କୁ ବର୍ଷାଦିନେ ପାଠ ପଢ଼ିବାରେ ବ୍ୟାଘାତ ସୃଷ୍ଟି ହେଉଛି। ଏହି ସଂକ୍ରାନ୍ତରେ ଶିକ୍ଷା କମିଟି ଓ ଅଭିଭାବକ ବିଡିଓଙ୍କୁ ମଧ୍ୟ ଅବଗତ କରି ଥିବା ସତ୍ବେ କୌଣସି ପ୍ରକାର ଆଖି ଦୃଶିଆ ପଦକ୍ଷେପ ନେଇ ନାହାଁନ୍ତି। ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀ ମାନେ ପାଠ ପଢିବାରେ ସୁରକ୍ଷିତ ମନେକରୁ ନାହାଁନ୍ତି। ତେଣୁ ସ୍କୁଲ କମିଟି ଓ ଅବିଭାବକ ଅନୁରୋଧ କ୍ରମେ ଆମ ଗାଁ ଆମ ବିକାଶ ଗୃହରେ ଆଜକୁ ୫/୬ ମାସ ହେବ ଅସ୍ଥାୟୀ ଭାବେ ଶ୍ରେଣୀଗୃହ ଭବରେ ଚାଲିଛି। କିନ୍ତୁ ଆମଗାଁ ଆମବିକାଶ ଗୃହ ଅତି ଛୋଟ ହୋଇ ଥିବାରୁ ତାହା ଯଥେଷ୍ଟ ହେଉନାହିଁ। ଏଭଳି ପରିସ୍ଥିତିରେ ପ୍ରଥମ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ହେତୁ ପିଲା ସଂଖ୍ୟା ମଧ୍ୟ ରହିଛି ଏହାଫଳରେ ପିଲାଙ୍କୁ ପାଠ ପଢ଼ାଇବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ପ୍ରଶାସନ ପକ୍ଷରୁ ତୁରନ୍ତ ବିଦ୍ୟାଳୟ ଗୃହ ମରାମତି କାର୍ଯ୍ଯ କରାଇବା ନିହାତି ଭାବରେ ଜରୁରୀ ରହିଛି।ବର୍ଷା ଦିନ ଆଗତ ପୂର୍ବରୁ ହିଁ ବିଦ୍ୟାଳୟ ସ୍ଥାୟୀ ଗୃହରେ ସେମିତି ଛାତ୍ରଛାତ୍ରୀ ଅଧ୍ୟୟନ କରି ପାରିବେ ବୋଲି ଅଭିଭାବକ ମହଲରେ ଦାବି କରିଥିବା ଜଣାପଡ଼ିଛି।

ଥୁଆମୁଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଗ୍ଲୋବାଲ ଆଇକୋନିକ ଆୱ।ଡ଼

Sunil Chandra Nayak

ରାୟଗଡ ଜିଲ୍ଲାର 4ଟି ନୂତନ ବସଷ୍ଟାଣ୍ଡ ନିର୍ମାଣ ନିମନ୍ତେ ଶିଳାନ୍ୟାସ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ

masiha

ପିକଅପ ଭ୍ୟାନ ଓଲଟିଲା… ତିନି ଶ୍ରମିକ ମୃତ ସୂଚନା,୨୫ ଶ୍ରମିକ ଗୁରୁତର

masiha

Leave a Comment

error: Content is protected !!