ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଆପୋଲୋରେ ଆଖିବୁଲିଲେ ନବଦାସ , ଗୁଳିମାଡ ପରେ ଜୀବନ ସହ କରୁଥିଲେ ସଙ୍ଘର୍ଷ….

ଚାଲିଗଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ: ପୋଲିସ ଏଏସଆଇ ଗୋପାଳ ଦାସ ତାଙ୍କ ଛାତିରେ ଗୁଳି ମାରିଥିଲେ

ଦୀର୍ଘ ଘଣ୍ଟାର ସଂଘର୍ଷ ପରେ ଶେଷରେ ହାରିଯାଇଯାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଆଜି ବ୍ରଜରାଜନଗରରେ ଏକ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଯାଉଥିବା ବେଳେ ବାଟରେ କର୍ମୀମାନ ତାଙ୍କୁ ସ୍ୱାଗତ କରିଥିଲେ । ଆଉ ଭିଡର ସୁଯୋଗ ନେଇ ପୋଲିସ ଏଏସଆଇ ଗୋପାଳ ମନ୍ତ୍ରୀଙ୍କୁ ଗୁଳିମାଡ କରିଥିଲା । ଗୁଳିମାଡ କରି ଫେରାର ହୋଇଯାଇଥିଲା ବେଳେ ପୋଲିସ ତାକୁ କାବୁ କରିନେଇଥିଲା ।

ପରେ ଗୁରୁତର ଆହତ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗ ହସପିଟାଲକୁ ନିଆଯାଇଥିଲା । କିନ୍ତୁ ଅବସ୍ଥା ଏତେ ସଂକଟାପନ୍ନ ଥିଲା ଯେ ତାଙ୍କୁ ତୁରନ୍ତ ଏୟାର ଲିପ୍ଟ କରାଯାଇ ଭୁବନେଶ୍ୱର ଆପୋଲୋ ହସପିଟାଲକୁ ଅଣାଯାଇଥିଲା । ଭୁବନେଶ୍ୱର ବିମାନବନ୍ଦରରୁ ଆପୋଲୋ ପର୍ଯ୍ୟନ୍ତ ଗ୍ରୀନ କରିଡର କରାଯାଇଥିଲା । ଖୁବ କମ ସମୟ ଭିତରେ ଅପୋଲୋ ପହଁଚାଯାଇଥିଲା । ଆପୋଲୋର ବିଶେଷଜ୍ଞ ଡାକ୍ତରୀ ଟିମ୍ ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ । କଟକ ଏସସିବି ମେଡିକାଲ ଓ କ୍ୟାପିଟାଲ୍ ହସପିଟାଲର ଡାକ୍ତରୀ ଟିମ୍ ଆପୋଲୋରେ ପହଁଚିଥିଲେ । ହେଲେ ଦୀର୍ଘ ଘଣ୍ଟାର ଚିକିତ୍ସା ପରେ ଶେଷରେ ବିଫଳ ହୋଇଥିଲେ ଡାକ୍ତରୀ ଟିମ ଆଉ ଆଖି ବୁଜିଥିଲେ ମନ୍ତ୍ରୀ ନବ ଦାସ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଶିବ ମନ୍ଦିରରୁ ଚୋରି

masiha

ଘର ଭିତରେ ଧାରୁଆ ବ୍ଲେଡ ରେ କାଟି ହୋଇ ଆତ୍ମ ହତ୍ୟା

masiha

ବୃଦ୍ଧଙ୍କ ନିଖୋଜ ଘଟଣାରେ ନୂଆମୋଡ଼ କାଣ୍ଡାମାରେ ପହଞ୍ଚିଲା ସନ୍ଧାନୀ କୁକୁର, ସାଇଣ୍ଟିଫିକ ଟିମ ଗୁଣି ସନ୍ଦେହରେ ହତ୍ୟା : ୩୦ କିମି ଦୂର ରେଳଧାରଣାରେ ଫିଙ୍ଗିଦେଲେ ଶବ ୪ ସନ୍ଦିଗ୍ଧ ଅଟକ, ତଦନ୍ତ ଜାରି

Sunil Chandra Nayak

Leave a Comment

error: Content is protected !!