ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା ନିବନ୍ଧ ପ୍ରତିଯୋଗିତା ଫଳାଫଳ, ପ୍ରଥମ ସ୍ଥାନରେ ସୁନ୍ଦରଗଡ଼

ବାଲେଶ୍ଵର,୩୦/୦୧/୨୩- ମୋ ଅନୁଷ୍ଠାନ ହ୍ବାର୍ଟସପ୍ ଗୃପରେ ଅନଲାଇନ୍ ମାଧ୍ୟମରେ ହୋଇଥିବା ପାକ୍ଷିକ ନିବନ୍ଧ ପ୍ରସଙ୍ଗ – ” ରାଷ୍ଟ୍ରବାଦ ଓ ନେତାଜୀ” ପ୍ରତିଯୋଗିତାର ଫଳାଫଳ ପ୍ରକାଶ ପାଇଛି । ଉକ୍ତ ପ୍ରତିଯୋଗିତାରେ ରାଜ୍ୟ ତଥା ରାଜ୍ୟ ବାହାରେ ବସବାସ କରୁଥିବା ସାହିତ୍ୟ ବନ୍ଧୁମାନେ ଯୋଗ ଦେଇଥିଲେ । ସେଥିମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର ଲେଖିକା ରଞ୍ଜୁଲତା ପାଢ଼ୀ ପ୍ରଥମ ସ୍ଥାନ ଅଧିକାର କରି ନିଜକୁ ତଥା ନିଜ ଅଞ୍ଚଳକୁ ଗର୍ବିତ ମନେକରି ଥିବାବେଳେ ଖୋର୍ଦ୍ଧା ଜିଲ୍ଲା ଭୁବନପୁରର ଲେଖିକା ଅନ୍ନପୂର୍ଣ୍ଣା ସାହୁ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲାର ଲେଖକ ଅରୁଣ କୁମାର ମହାପାତ୍ର, ଯିଏକି ରାଜ୍ୟ ବାହାରେ କାର୍ଯ୍ୟରତ ସେ ବହୁ ପରିଶ୍ରମ କରି ଗଦ୍ଯ ରଚନା କରିଥିଲେ ମଧ୍ୟ ତାଙ୍କୁ ତୃତୀୟ ସ୍ଥାନ ମିଳିଛି । ସୁଷମା ପାଣିଗ୍ରାହୀ, ସମ୍ବଲପୁର କୌଣସି ସ୍ଥାନ ଅଧିକାର କରିବାରେ ସକ୍ଷମ ହୋଇ ପାରି ନାହାନ୍ତି । ଲେଖା ଜାରି ରଖନ୍ତୁ ନିଶ୍ଚୟ ଦିନେ ସ୍ଥାନ ମିଳିବ । ସମସ୍ତ ଲେଖା ଗୁଡିକୁ ବାଲେଶ୍ଵରର ଲେଖିକା ଓ କବୟିତ୍ରୀ ତାନଶ୍ରୀ ପାଣିଗ୍ରାହୀ ଓ କଟକର ଲେଖିକା ଓ କବୟିତ୍ରୀ ସୁଜାତା ଦାସ ମହାନ୍ତି ସମୀକ୍ଷା କରିଥିଲେ । ସମୀକ୍ଷାର ଫଳାଫଳ ଅତି ଉତ୍ତମ ଅଛି । କର୍ତ୍ତବ୍ୟ କରିଚାଲନ୍ତୁ ଭଗବାନ ନିଶ୍ଚୟ ଦିନେ ସ୍ଥାନ ଦେବାରେ ସହାୟକ ହେବେ । ତେଣୁ ସମସ୍ତ ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହିତ ଉତ୍ତରୋତ୍ତର କାମନା କରିଛନ୍ତି ଅନୁଷ୍ଠାନର ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା । ଆଗାମୀ ଦିନରେ ଆହୁରି ସୁନ୍ଦର ଲେଖାଲେଖି ବିଶ୍ବ ସାହିତ୍ୟ ସମାଜରେ ସୁନାମ ଅର୍ଜନ କରନ୍ତୁ ଏହାହିଁ ମୋ ଅନୁଷ୍ଠାନ ପରିବାର ତରଫରୁ ସମସ୍ତ ପ୍ରତିଯୋଗୀଙ୍କୁ ନିବେଦନ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଓଡିଆ ପକ୍ଷ ଅବସର ରେ ଐତିହ୍ୟ ଗଣଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ନିଃଶୁଳ୍କରେ ଶିକ୍ଷା ଦାନ କରି ଆସୁଥିବା ଟ୍ୟୁସନ ଶିକ୍ଷକ ଙ୍କ ପରଲୋକ 

masiha

ୟୁଜିସି ନିୟମ ଲାଗୁ କରିବାକୁ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!