ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଶିକ୍ଷା ,ରୋଜଗାର ଏବଂ ସୁରକ୍ଷା ନେଇ ରାଇରଙ୍ଗପୁରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ବିଶାଳ ସମ୍ମୀଳନୀ

ରାଇରଙ୍ଗପୁର ୩୦/୧/୨୩// ଶିକ୍ଷା ସମାଜର ପ୍ରଗତିର ରଥକୁ ଆଗକୁ ବଢାଏ । ଯେଉଁ ଦେଶ ଯେତେ ଶିକ୍ଷିତ ସେ ଦେଶର ପ୍ରଗତି ସେତେ ଅଧିକ ।ଓଡିଶା ତଥା ମୟୂରଭଞ୍ଜ ଜିଲ୍ଲାର ମହାବିଦ୍ୟାଳୟ ମାନଙ୍କରେ ଶିକ୍ଷା , ସୁରକ୍ଷା ଏବଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବିପର୍ଯ୍ୟସ୍ତ ଓ ଅନ୍ଧାର ନେଇ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସଦର ମହକୁମା ଦୁର୍ଗାମଣ୍ଡପରେ ଏକ ବିଶାଳ ସମ୍ମିଳନୀ ଏବଂ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ମୟୂରଭଞ୍ଜ ଜିଲ୍ଲାର ୨୨ ରୁ ଉର୍ଦ୍ଧ୍ବ ମହାବିଦ୍ୟାଳୟର ୨୦୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସମେବେତ ହୋଇଥିଲେ । ସେଠାରୁ ଏକ ବିଶାଳ ଶୋଭାଯାତ୍ରାରେ ୧୧ ଦଫା ଦାବି ନେଇ ରାଇରଙ୍ଗପୁର ସହର ପରିକ୍ରମା କରି ଦୁର୍ଗାମଣ୍ଡପ ଛକରେ ଏକାଠି ହୋଇ ଏକ ପ୍ରତିବାଦ ସଭା କରିଥିଲେ ।ଦାବି ମଧ୍ୟରେ ରାଇରଙ୍ଗପୁର ମହାବିଦ୍ୟାଳୟକୁ ସ୍ଵୟଂ ଶାସିତ ମହାବିଦ୍ୟାଳୟ ଘୋଷଣା କରିବା, ରାଇରଙ୍ଗପୁରରେ ଜନଜାତି ବିଶ୍ବ ବିଦ୍ୟାଳୟ ପ୍ରତିଷ୍ଠା କରିବା, ପଶ୍ଚିମ ମୟୂରଭଞ୍ଜ ରେ କୃଷି ବିଶ୍ବ ବିଦ୍ୟାଳୟ,କ୍ରୀଡା ବିଶ୍ବ ବିଦ୍ୟାଳୟ, ମହାବିଦ୍ୟାଳୟରେ ଆବଶ୍ଯକୀୟ ଅଧ୍ୟାପକ, କର୍ମଚାରୀ,ନୂତନ ଶ୍ରେଣୀ ଗୃହ ନିର୍ମାଣ,ଶୌଚାଳୟ,ସାଇକେଲ ଷ୍ଟାଣ୍ଡ,ଅଣ ଛାତ୍ରଙ୍କୁ ପ୍ରବେଶ ନିଷେଧ,ମହିଳା ହିଂସା ରୋକାଯିବା,ସମସ୍ତ ବିଦ୍ୟାଳୟକୁ ସ୍ଥାୟୀ ପଟ୍ଟା ପ୍ରଦାନ,୪୫ ଦିନରେ ସେମିଷ୍ଟାର ପରୀକ୍ଷା ଫଳ ପ୍ରକାଶନ କରିବା ଇତ୍ୟାଦି । ବିଭିନ୍ନ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ନେତା ଚିନ୍ମୟ ବାରିକ, ଚନ୍ଦ୍ର ମୋହନ,ଭୌମିକ ମଣ୍ଡଳ,ଦେବାଶିଷ,ବସୁମତୀ, ଖୁସି ପ୍ରଧାନ,ଲିପି,ସାଶ୍ବତୀ ନାଏକ,ନମିତା,ଶ୍ବେତାପ୍ରଜ୍ଞା ଗିରି, ପ୍ରମୁଖ ନିଜର ଅଭିବ୍ୟକ୍ତି ଉପସ୍ଥାପନ କରିଥିଲେ ।ରାଇରଙ୍ଗର ଏବିଭିପି ପ୍ରଭାରୀ ଦିବ୍ଯଜ୍ଯୋତି ନନ୍ଦ, ରାଇରଙ୍ଗପୁର ମହାବିଦ୍ୟାଳୟର ଲିଙ୍ଗରାଜ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ସମ୍ମିଳନୀ ଶାନ୍ତି ଶୃଙ୍ଖଳାର ସହ ସଂପନ୍ନ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ବୁଲୁ ଦିଗାର ,ସାଓ୍ବାନଘା ମୁର୍ମୁ, ଶଶାଙ୍କ କୁମାର, ରାଇରଙ୍ଗପୁର କାଉନସିଲରଆଲୋକ ରଂଜନ ମହାନ୍ତ, କାଉନସିଲର ,ସାରସକଣା ବିଧାୟକ ବୁଢ଼ାନ ମୁର୍ମୁ, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ,ବିଜେପିର ଅନ୍ୟ ନେତୃବୃନ୍ଦ ପରିଚାଳନାରେ ସହଯୋଗ କରିବା ସହ ସୁଦୂରରୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କୁ ଖାଦ୍ୟପେୟ ଏବଂ ଅନ୍ୟାନ୍ୟ ସୁବିଧା, ଅସୁବିଧା ବୁଝାବୁଝି କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ

Related posts

ରାଇରଙ୍ଗପୁରରେ କଂଗ୍ରେସ ଦଳ ତରଫରୁ ଆମ୍ବେଦକରଙ୍କ ୧୩୨ ତମ ଜୟନ୍ତୀ 

Sunil Chandra Nayak

କେନ୍ଦ୍ର ସରକାରଙ୍କ ଗରିବ ମାରଣ ନୀତି ବିରୋଧରେ ଝରିଗାଁ ବିଜେଡ଼ିର ବିକ୍ଷୋଭ

Sunil Chandra Nayak

ଏସଆଇଆର ମାଧ୍ୟମରେ ଓଡ଼ିଶାରେ ଭୋଟରଙ୍କ ନାମ ବାଦ୍ ପଡିବା ନେଇ ସନେ୍ଦହ ପ୍ରକାଶ କଲା ବିଜେଡି

Sunil Chandra Nayak

Leave a Comment

error: Content is protected !!