ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନନ୍ଦାହାଣ୍ଡି ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର

ନବରଙ୍ଗପୁର ତା ୩୦/୦୧(ମସିହା) ନନ୍ଦାହାଣ୍ଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭା ଗୃହରେ ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୩୬ ଜଣଙ୍କର ଆପତ୍ତି, ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଥିଲା, ସେଥି ମଧ୍ୟରୁ ୪ଗୋଟି ଗୋଷ୍ଠୀ ଗତ ହୋଇଥିବା ବେଳେ ୩୨ ଗୋଟି ବ୍ୟକ୍ତିଗତ ଆପତ୍ତି, ଅଭିଯୋଗ ରହିଥିଲା। ଏଥିରେ ଅନାଥ ଙ୍କ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା, ଲିଜ ଜମି, ପ୍ରଧାମନ୍ତ୍ରୀ ଆବାସ ଗୃହ, ଆବଶ୍ୟକ ପାନୀୟ ଜଳ ଯୋଗାଣ, ବିଦୁତ୍ ସଂଯୋଗୀକରଣ,ଜଙ୍ଗଲ ଜମି, କର୍ମଚାରୀ ବଦଳି ସଂକ୍ରାନ୍ତୀୟ ଇତ୍ୟାଦି ର ଆପତ୍ତି, ଅଭିଯୋଗ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଶୁଣାଣୀ କରି ଏହାର ତୁରନ୍ତ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ଡକ୍ଟର ମିଶ୍ର ନିର୍ଦ୍ଦେଶ ଦେଇଥିଲେ। ଜନଶୁଣାଣୀ ଶିବିରରେ ନଅ ଗୋଟି ଆପତ୍ତି ଅଭିଯୋଗ ର ତୁରନ୍ତ ସମାଧାନ କରାଯାଇଥିଲା । ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ୧୪ଜଣଙ୍କୁସାମାଜିକ ସୁରକ୍ଷା ସହାୟତା ଭତ୍ତା, ୦୨ ଜଣଙ୍କୁ ୟୁ ଡି ଆଇ ଡି ସ୍ମାର୍ଟ୍ କାର୍ଡ, ଜଣଙ୍କୁ ହୁଇଲ୍ ଚେୟାର, ଜଣଙ୍କୁ କୁତ୍ରୀମ ଅଙ୍ଗ, ଦୁଇ ଜଣ ଦିବ୍ୟାଙ୍ଗ ଙ୍କୁ ବସ ପାସ ଜିଲ୍ଲାପାଳ ଡକ୍ଟର ମିଶ୍ର ଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ଏହି ଯୁଗ୍ମ ଜନ ଶୁଣାଣୀ ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ, ଉପ ଜିଲ୍ଲାପାଳ ନବରଙ୍ଗପୁର ପ୍ରଶାନ୍ତ କୁମାର ରାଉତ,ଅଧିକ୍ଷଣ ଯନ୍ତ୍ରୀ ପୂର୍ତ୍ତ ବିଭାଗ ପ୍ରଫୁଲ୍ଲ କୁମାର ମିଶ୍ର,ଅଧିକ୍ଷଣ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ବିଭାଗ ରାଜେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ, ଜିଲ୍ଲା ଯୋଗାଣ ଅଧିକାରୀ ସଞ୍ଜୀବ କୁମାର ସାହୁ, ଜିଲ୍ଲା ମୁଖ୍ୟ କୃଷୀ ଅଧିକାରୀ ଜି, ଭେଙ୍କଟ ରେଡ୍ଡୀ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ଵର୍ଣ୍ଣ ଲତା ବିଶ୍ୱାସ,ଜିଲ୍ଲା ମତ୍ସ ଅଧିକାରୀ ଜଗଦୀଶ ରାଓ, ଜିଲ୍ଲା ମଙ୍ଗଳ ଅଧିକାରୀ, ପାଳକା ରବୀନ୍ଦ୍ର, ଶିଶୁ ସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ ଙ୍କ ସମେତ ଜିଲ୍ଲାପରିଷଦ ସଭ୍ୟ, ଗୋଷ୍ଟି ଉନ୍ନୟନ ଅଧିକାରୀ, ବ୍ଲକ୍ ଅଧ୍ୟକ୍ଷ, ତହସିଲଦାର,ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ, ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ 

Related posts

ଇମ୍ଫାରେ ୫୧ ତମ ବିଶ୍ଵ ପରିବେଶ ଦିବସ ପାଳିତ

+୨ ବିଜ୍ଞାନ,କଳା ଓ ବାଣିଜ୍ୟ ବିଭାଗରେ ସର୍ବୋଚ୍ଚ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କୁ ଜିଲ୍ଲାପାଳଙ୍କ ଦ୍ଵାରା ସମ୍ବର୍ଦ୍ଧନା

ଶ୍ରୀ ଯୋଗଵେଦାନ୍ତ ସମିତି ,ଭୂବନେଶ୍ବର ଆନୁକୁଲ୍ୟରେ ମହାମହିମ ରାଷ୍ଟ୍ରପତିଙ୍କ ପାହାଡପୁର ଗ୍ରାମ ଏବଂ ପୈତୃକ ଗ୍ରାମ ଉପରବେଡାରେ ତୁଳସୀ ପୂଜନ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!