ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତହସିଲଦାର ଙ୍କୁ କର୍ଲାମୁଣ୍ଡା ରେ ବସଷ୍ଟାଣ୍ଡ ପାଇଁ ବିବେକସେନା ର ଦାବିପତ୍ର ପ୍ରଦାନ

କର୍ଲାମୁଣ୍ଡା ତା: ୩୧/୦୧/୨୦୨୩ ରିଖ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେ ବହୁଦିନ ଧରି ବସଷ୍ଟାଣ୍ଡ ନଥିବା ଯୋଗୁଁ ଜନସାଧାରଣ ନାହିଁ ନଥିବା ସମସ୍ୟା ର ସମ୍ମୁଖୀନ ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲା ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବିବେକସେନା ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ଙ୍କ ନେତୃତ୍ବରେ କର୍ଲାମୁଣ୍ଡା ତହସିଲଦାର ମିଲନ କୁମାର ଝାଙ୍କର ଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ। ବିବେକସେନା ର ଜିଲ୍ଲା ସମ୍ପାଦକ ପ୍ରେମାନନ୍ଦ ପାତ୍ର, ବ୍ଲକ ସଭାପତି ଧରଣୀ ସାହୁ, ବ୍ଲକ ସମ୍ପାଦକ ଦଶରଥ ସାହୁ, ବରିଷ୍ଠ ସଦସ୍ୟ ବାବୃବାହାନ ରଣା, ସୁଶାନ୍ତ ନାଏକ, ପିଣ୍ଟୁ ବଗର୍ତ୍ତି ଓ ସୁମନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହି ଶିଘ୍ର ବସଷ୍ଟାଣ୍ଡ ତିଆରି ପାଇଁ ଅନୁରୋଧ କରିଥିଲେ। ତହସିଲଦାର ଏହି ବିଷୟ କୁ ଗୁରୁତ୍ୱ ନେବା ସହ ବହୁତ ଶିଘ୍ର ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଋଷିକୂଲ୍ୟା ନଦୀର ସୁରକ୍ଷା ପାଇଁ ପିପଳପଙ୍କା ପ୍ରକଳ୍ପ ପ୍ରତ୍ୟାହାର ହେଉ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲା ଋଷିକୂଲ୍ୟା ବଞ୍ଚାଅ କ୍ରିୟାନୁଷ୍ଟାନ କମିଟି

masiha

ସରିସା ଗ୍ରାମରେ ହାତୀ ଆତଙ୍କ

masiha

ଗଣେଷ ପୂଜା ପାଇଁ ବି ସି ରୋଡ ଉତ୍ସବ ମୁଖର, ସେନସର ଦ୍ଵାରା କାନ ହଲୁଥିବା ବିଶେଷ ଆକର୍ଷଣ

masiha

Leave a Comment

error: Content is protected !!