ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର, ବୃନ୍ଦାବାହାଲ ଠାରେ ବାର୍ଷିକ ମହୋତ୍ସବ ପାଳିତ

ଗୋଳାମୁଣ୍ଡା/୨/୨/ମସିହା/ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଅନ୍ତର୍ଗତ ବୃନ୍ଦାବାହାଲ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ଠାରେ ଗତକାଲି ବାର୍ଷିକ ମହୋତ୍ସବ ପାଲିତ ହୋଇଯାଇଛି। ଆଦିବାସୀ ଅଧ୍ୟୁଷିତ ବନ ଘେରା ଉପାନ୍ତ ଅଞ୍ଚଳରେ ବିଦ୍ୟାଳୟ ଟି ଅବସ୍ଥିତ, ଅଭିଭାବକ ଙ୍କ ସହଭାଗିତା, ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଙ୍କ ଉଦ୍ୟମ ଆଉ ବୁଦ୍ଧିଜୀବୀ ଙ୍କ ପରାମର୍ଶ ରେ ସୁଚାରୁରୂପେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।। 

ନାରୀ ଶିକ୍ଷା ପାଇଁ ପଥପ୍ରାନ୍ତ ନାଟକ, ନୃତ୍ୟ, ଡ୍ରଇଂ ,ବକୃତା ଭଲି ବିଭିନ୍ନ ପ୍ରତିଯୋଗିତା କରି ପ୍ରତିଭା ସମ୍ପନ୍ନ ଶିଶୁ ଙ୍କୁ ଉତ୍ସାହିତ କରିବା ପାଇଁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା।। ବିଦ୍ୟାଳୟ ର ପ୍ରଧାନ ଗୁରୁଜୀ ରାଜୁ ନାଏକ , ସହ ଗୁରୁଜୀ ସୁଶାନ୍ତ ନାଏକ , ନବ ଗୁରୁଜୀ, ପୂର୍ଣ୍ଣ ଗୁରୁଜୀ, ଗଣପତି ଗୁରୁଜୀ, ଭୂଷଣ୍ଡ ଗୁରୁଜୀ, ଗୁରୁମା ମମତା ମହାପାତ୍ର, ଜୁଲି ବାରିକ ଗୁରୁମା , ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶତୃଘ୍ନ ନାଏକ, ସଂପାଦକ ତ୍ରିଲୋଚନ ନାଏକ, କୋଷାଧ୍ୟକ୍ଷ ରବିନ୍ଦ୍ର ମେହେର ଙ୍କ ଅକ୍ଳାନ୍ତ ଉଦ୍ୟମ, ର ରୂପରେଖ ଏ ଉତ୍ସବ। ମୂଖ୍ୟ ଅତିଥି ଭାବେ ଶିଶୁ ଆଉ ଶିକ୍ଷା କୁ ଭଲପାଉଥିବା ନିଆରା ବ୍ୟକ୍ତିତ୍ୱ ର ଅଧିକାରୀ ସମ୍ମାନସ୍ପଦ ବିଧାୟକ ଜୁନାଗଡ଼ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, , ଗୋଳାମୁଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ,ଭବାନୀ ଶଙ୍କର ନିଆଲ, ବୃନ୍ଦାବାହାଲ ଗ୍ରାମ ପଞ୍ଚାୟତ ସରପଞ୍ଚ ଇଂ ଦିନେଶ କୁ ରାଉତ, ଜିଲ୍ଲା ପରିଷଦ ସଦସ୍ୟା ହେମାଙ୍ଗିନୀ ରାଉତ, ଗଣ୍ଡାମେର ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଦୈତାରୀ ରାଉତ ଉପସ୍ଥିତ ଥିଲେ, ମୂଖ୍ୟ ଅତିଥି ଭାବେ ପୂର୍ବତନ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଉପସ୍ଥିତ ରହି ଶିଶୁ ଙ୍କ ଶିକ୍ଷା ଅଧିକାର ପ୍ରତି ସମସ୍ତେ ସଚେତନ ହୋଇ ନିୟମିତ ବିଦ୍ୟଳୟ ପଠାଇବା ସହ ସମାଜର ବିକାଶ ରେ ସାମିଲ ହେବାପାଇଁ ପ୍ରେରଣା ପୂର୍ଣ୍ଣ ବକ୍ତବ୍ୟ ପ୍ରଦାନ କରିଥିଲେ। ଉପାନ୍ତ ଅଞ୍ଚଳରେ ଏ ଭଲି ଏକ ଭବ୍ୟ ଆୟୋଜନ ଅନ୍ୟ ବିଦ୍ୟାଳୟ ପାଇଁ ଏକ ପ୍ରେରଣା, ଆନ୍ତରିକତା ଥିଲେ ସବୁ ସମ୍ଭବ ବୋଲି ଦର୍ଶାଇଛନ୍ତି।।ମଞ୍ଚ ପରିଚାଳନା ଦାୟିତ୍ବ ଗୁରୁଜୀ ସୁଶାନ୍ତ ନାଏକ, ସ୍ୱାଗତ ଭାଷଣ ପ୍ରଧାନ ଗୁରୁଜୀ ରାଜୁ ନାଏକ, ଧନ୍ୟବାଦ୍ ପର୍ବ ତରଙ୍ଗ ଚଣ୍ଡି ତୁଲାଇଥିବା ବେଲେ ମୂଖ୍ୟ ବକ୍ତା ସର୍ବ ମଙ୍ଗଳା ମହାବିଦ୍ୟାଳୟ ପ୍ରଫେସର ଶାନ୍ତନୁ ପରିଡା ଉପସ୍ଥିତ ରହି ଶିଶୁ ଙ୍କୁ ଉତ୍ସାହିତ କରିଥିଲେ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ଯାଳୟରେ ବିଶ୍ୱ ପ୍ରାଥମିକ ଉପଚାର ଦିବସ ପାଳିତ

Sunil Chandra Nayak

କୋଇଡାରେ ମା’ ଲକ୍ଷ୍ମୀ ପି ଜି ଗ୍ରୁପ ଆନୁକୁଲ୍ୟରେ ମହିଳା ଦିବସ ପାଳନ

masiha

ବିଶ୍ଵ ଏଡସ୍ ଦିବସ ପାଳିତ 

masiha

Leave a Comment

error: Content is protected !!