ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୫ ବର୍ଷ ଅପେକ୍ଷା ପରେବି ଆବାସ ଯୋଜନାରୁ ବଞ୍ଚିତ ଧନମତି , ଭାଙ୍ଗି ଯାଇଛି ଘର , ଅନ୍ୟ ଘରେ ଆଶ୍ରୟ ବେସାହାରା ମା ଓ ଝିଅ

ଚିଲିଗୁଡା ( ମ ନି ସ)  କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ଗ୍ରାମର ସ୍ବର୍ଗତ କେଦାର ଛତ୍ରିଆ ଙ୍କ ପତ୍ନୀ ଧନମତି ଛତ୍ରିଆ ୪୫ ଏବେ ଆବାସ ଯୋଜନାରେ ବଞ୍ଚିତ ହୋଇ ଥିବା ଜାଣି ନିରୁପାୟ ଏବଂ ବେସାହାରା ଦୟନୀୟ ଅବସ୍ଥାରେ ରହିଛନ୍ତି । ପ୍ରକାଶ ଥାଉକି ସ୍ବର୍ଗତ କେଦାର ଛତ୍ରିଆ ଏକ ଝାଟି ମାଟି ଚାଲ ଘର କରି ପରିବାର ସହିତ ରହୁଥିଲେ । ଆବାସ ଖଣ୍ଡିଏ ପାଇଁ ସେ ଅନେକ ଥର ପଲ୍ଲୀ ସଭା ଏବଂ ଗ୍ରାମ ସଭାରେ ତାଙ୍କ ନାମ ଗ୍ରାମବାସୀ ମାନେ ସୁପାରିଶ କରିଥିଲେ ।ହେଲେ କିଛି ସୁଫଳ ହେଲା ନାହିଁ । ସେ ରହିଥିବା ଝାଟି ମାଟି ଚାଲ ଘର ଲଗାଣ ବର୍ଷାରେ ତିନିଥର ଭାଙ୍ଗିଲା । ଅନେକ ଥର ଅଭିଯୋଗ ହେଲା ପ୍ରଶାସନ ଅଧିକାରୀ ଏବଂ ଲୋକ ପ୍ରତିନିଧିମାନେ ଆସିଲେ ଦେଖିକି ପ୍ରତିଶୃତି ଦେଲେ ହେଲେ ଘର ଖଣ୍ଡିଏ ଦେଇପାରିଲେ ନାହିଁ । ସ୍ୱାମୀର ମୃତ୍ୟୁ ପରେ ଧନମତି ଦୁଃଖରେ ଭାଙ୍ଗି ପଡ଼ିଲା । ଏପଟେ ଝିଅ ଲିପ୍ସା କୁ କିପରି ଉଚ୍ଚ ଶିକ୍ଷା ରେ ପାଠ ପଢେଇବ ସେହି ଚିନ୍ତା ମାକୁ ଘ।ରି ରହିଥିଲା । ଜଣେ ସ୍ୱେଚ୍ଛାସେବୀ ଙ୍କ ଦ୍ଵାରା ଝିଅର ନାମ ଲେଖା ହୋଇଯାଇଥିଲା ।ହେଲେ ମୁଣ୍ଡ ଗୁଞ୍ଜିବାକୁ ଘର ଟିଏ ନାହିଁ । ଦୀର୍ଘ ୧ ବର୍ଷ ହେବ ଘରଟି ସମ୍ପୂର୍ଣ ଭାଙ୍ଗିକି ନଷ୍ଟ ହୋଇଯାଇଛି । ଚାଲ ଘର ଟିଏ କରିବା ପାଇଁ ମଧ୍ୟ ଧନମତି ଅସମର୍ଥ । ବର୍ତ୍ତମାନ ନିଜ ଘର ନ ଥିବାରୁ ଅନ୍ୟ ଘରେ ଆଶ୍ରୟ ନେଇଛନ୍ତି । କେବେ ଘର ଖଣ୍ଡିଏ ମିଳିଲେ ଦୁଃଖ ଦୂର ହେବ ବୋଲି ଧନମତି ଦୁଃଖର ସହ ପ୍ରକାଶ କରିଛନ୍ତି । ଚଳିତ ବର୍ଷ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ଥିବା ହିତାଧିକାରୀଙ୍କ ନାମ ପ୍ରକାଶ ପାଇଥିଲା । ସେଠାରେ ମଧ୍ୟ ଧନମତି ଛତ୍ରିଆଙ୍କ ନାମ ନ ଥିବାରୁ ସେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି । ଦୀର୍ଘ ୧୫ ବର୍ଷର ଅପେକ୍ଷା ପରେ ମଧ୍ୟ ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ଜାଣି ଧନମତି ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିରରେ ଲିଖିତ ଅଭିଯୋଗ କରିଛନ୍ତି ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ବନ୍ଦାଗାଁ ଠାରେ ଆମ୍ବେଦକର ସଂଗଠନ ପକ୍ଷରୁ ବୁଦ୍ଧ ପୂର୍ଣ୍ଣିମା ଓ ଭୀମ ଭୋଇ ଜୟନ୍ତୀ ପାଳିତ

ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ସ୍ମୁତି ସଭା ଅନୁଷ୍ଠିତ

Sunil Chandra Nayak

କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ୱେବ ପୋର୍ଟାଲ ଲୋକାର୍ପଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ

Leave a Comment

error: Content is protected !!