ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ଜୟପୁରର ବିକ୍ରମଦେବ କଲେଜ ପାଇଲା ବିଶ୍ୱବିଦ୍ୟାଳୟ ମାନ୍ୟତା

ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ…..

ଓଡିଶାରେ ବଢିଲା ବିଶ୍ୱବିଦ୍ୟାଳୟ ସଂଖ୍ୟା । ଜୟପୁରର ପ୍ରସିଦ୍ଧ ଉଚ୍ଚ ଶିକ୍ଷାନୁଷ୍ଠାନ ବିକ୍ରମଦେବ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେଇଛନ୍ତି ରାଜ୍ୟ ସରକାର । ଏ ସଂକ୍ରାନ୍ତୀୟ  ପ୍ରସ୍ତାବକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ତେବେ ଅବିଭକ୍ତ କୋରାପୁଟ ଜିଲ୍ଲାର ବୁଦ୍ଧିଜୀବୀ ତଥା  ଛାତ୍ରଛାତ୍ରୀମାନଙ୍କର  ବହୁ  ଦିନର  ଦାବି  ଆଜି  ପୂରଣ  ହୋଇଛି  ବୋଲି  ପ୍ରକାଶ  କରି  ମୁଖ୍ୟମନ୍ତ୍ରୀ  ଖୁସି  ବ୍ୟକ୍ତ  କରିଛନ୍ତି ।

ବିକ୍ରମ ଦେବ ମହାବିଦ୍ୟାଳୟ ଅବିଭକ୍ତ କୋରାପୁଟ ଜିଲ୍ଲାର ଉଚ୍ଚଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଆସିଛି । ଚଳିତ ବର୍ଷ ଏହି ମହାବିଦ୍ୟାଳୟ ତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି । ବିକ୍ରମଦେବ ମହାବିଦ୍ୟାଳୟ ୧୯୪୭ ମସିହାରେ ସ୍ଥାପିତ ହୋଇଥିଲା। ଏହି ମହାବିଦ୍ୟାଳୟରେ ଏବେ ୧୬ଟି ପିଜି, ୧୭ଟି ଅଣ୍ଡର ଗ୍ରାଜୁଏଟ୍ ପୋଗ୍ରାମ  ସହିତ ବିବିଏ, ବିସିଏ, ଓ  ବି.ଇଡି  ପାଠ୍ୟକ୍ରମ ଜାରି ରହିଛି ।

ବର୍ତ୍ତମାନ ଚାରି ହଜାର ଛାତ୍ରଛାତ୍ରୀ ଏଠାରେ  ଅଧ୍ୟୟନ  କରୁଛନ୍ତି । ଅବିଭକ୍ତ  କୋରାପୁଟ  ଜିଲ୍ଲାର  ସମସ୍ତ  କଲେଜ  ବ୍ରହ୍ମପୁର  ବିଶ୍ୱବିଦ୍ୟାଳୟ  ସହ  ଅନୁବନ୍ଧିତ  ହୋଇଛି । ବର୍ତ୍ତମାନ  ଏହି  ନୂଆ  ବିଶ୍ୱବିଦ୍ୟାଳୟ  ହେବା  ଦ୍ଵାରା କୋରାପୁଟ, ରାୟଗଡା, ନବରଙ୍ଗପୁର  ଓ  ମାଲକାନଗିରି  ଜିଲ୍ଲାର ହଜାର ହଜାର   ଛାତ୍ରଛାତ୍ରୀ   ଉପକୃତ  ହେବେ ।  ଦକ୍ଷିଣ ଓଡିଶାର ଉଚ୍ଚ ଶିକ୍ଷାକ୍ଷେତ୍ରରେ ଏହା ଏକ ମାଇଲଷ୍ଟୋନ୍ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

ବର୍ତ୍ତମାନ ଚାରି ହଜାର ଛାତ୍ରଛାତ୍ରୀ ଏଠାରେ ଅଧ୍ୟୟନ କରୁଛନ୍ତି. ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ କଲେଜ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ହୋଇଛି . ବର୍ତ୍ତମାନ ଏହି ନୂଆ ବିଶ୍ୱବିଦ୍ୟାଳୟ ହେବା ଦ୍ଵାରା କୋରାପୁଟ ,ରାୟଗଡା ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ହାଜର ହଜାର ଛାତ୍ରଛାତ୍ରୀ ଉପକୃତ ହେବେ. ଦକ୍ଷିଣ ଓଡିଶା ରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏହା ଏକ ମାଇଲ ଷ୍ଟୋନ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସରକାରୀ ସ୍କୁଲ ପିଲାଙ୍କୁ ଦିଆଯିବ ନୋଟ୍ ବୁକ୍, ବଜେଟ୍ ପରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ରଖିଲେ ଜବାବ୍

Sunil Chandra Nayak

ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୭ ପ୍ରସ୍ତାବକୁ ମୋହର: ଗ୍ରାଣ୍ଟ୍-ଇନ୍-ଏଡ୍ ସ୍କୁଲ୍‌ ପାଇଁ ଲାଗୁ ହେଲା ସପ୍ତମ ବେତନ କମିସନ

Sunil Chandra Nayak

ଆଜିଠୁ ଚେକିଂ ହେବ ହାଇ ସିକ୍ୟୁରିଟି ନମ୍ବର , HSRP ନଥିଲେ ଗଣିବେ ୫ରୁ ୧୦ ହଜାର ଫାଇନ୍‌

Sunil Chandra Nayak

Leave a Comment

error: Content is protected !!