ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ 

ରୁପ୍ରା, ୨/୨ (ମନିସ ) : ନର୍ଲାବ୍ଲକ୍ ଅଧିନ ନର୍ଲା ଚାରିଛକ ନିକଟରେ ଅବସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ୨୫ତମ ବାର୍ଷିକ ଉତ୍ସବ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ବୁଧ ନାଏକଙ୍କ ଅଧ୍ୟକ୍ଷତାରେ ଆଜି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବରେ ମୁସ୍କୁଟି ସ୍ଥିତ ମିଳିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ରୁପ୍ରାର ପ୍ରଧାନ ଶିକ୍ଷକ ଅରୁଣ ନାଏକ ଯୋଗଦାନ କରିଥିଲେ। ସମ୍ମାନିତ ଅତିଥିଭାବେ ନର୍ଲା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ପରିଚାଳନା କମିଟିର ସଭାନେତ୍ରୀ ବନୀତା ମିଶ୍ର ଓ ସମ୍ପାଦକ ସୁମନ୍ତ ପୁଝାରୀ ପ୍ରମୁଖ ଯୋଗଦାନ କରି ମଞ୍ଚାସୀନ ହୋଇଥିଲେ। ମଞ୍ଚ ପରିଚାଳନା ବିଦ୍ୟାଳୟର ଗୁରୁମା ପୁଷ୍ପାଞ୍ଜଳି ପାଢୀ କରିଥିଲେ। ଏହି ଅବସରରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ତରଫରୁ ପୁରାତନ ଛାତ୍ରଛାତ୍ରୀ ଓ ଅଞ୍ଚଳର ପ୍ରତିଭାବାନ ବ୍ୟକ୍ତି ମାନଙ୍କୁ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ପୂର୍ବରୁ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ଅତିଥି ଗଣ ପ୍ରଦାନ କରିଥିଲେ। ଏହାପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ବିଦ୍ୟାଳୟର ଗୁରୁଜୀ ଶିବରାମ ସାହୁ ପରିଚାଳନା କରିଥିଲେ। ବିଦ୍ୟାଳୟର ଗୁରୁଜୀ ଗୁରୁମାଁ ଦେବରାଜ, ରଘୁମଣି, ମନୋରମା, ଟୁକୁଲାଲ୍, ଉଦ୍ଧବ, ପଦ୍ମନାଭ, ନିକୁଞ୍ଜ, ସୁଶୀଲ, ଜୟଦେବ, ତୁଳସୀରାମ, ଜିତେନ୍ଦ୍ର, ନମିତା, ମମତା, ପ୍ରଭାତି, ସ୍ୱର୍ଣ୍ଣପ୍ରଭା, ସସ୍ମିତା, ସ୍ମରଣିକା, ସରିତା, ନମିତା ଓ ସରୋଜିନୀଙ୍କ ସମେତ ସେବକ ସେବିକା ଘାସିରାମ, କବିରାଜ ଓ ଲକ୍ଷ୍ମୀଙ୍କ ସମେତ ଛାତ୍ରଛାତ୍ରୀ ସହଯୋଗ କରିଥିଲେ। ଶେଷରେ ଗୁରୁମା ପୁଷ୍ପାଞ୍ଜଳି ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ପ୍ରାକୃତିକ ପାଚନ ରସ ଗ୍ରନ୍ଥିକୁ ସହାୟତା ପାଇଁ ପ୍ରସ୍ତୁତ ହେଉଛି କୃତ୍ରିମ ପାଚନ ରସ ଗ୍ରନ୍ଥି  , ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ଜାତୀୟ ବିଜ୍ଞାନ ଦିବସ ପାଳନ

masiha

ମନ ମୋହିଲା ମଣ୍ଡେଇ ମହୋତ୍ସବ -୨୦୨୪ର ଶୁଭାରମ୍ଭ ସମାରୋହ,ଧଣ୍ଡରା ଠାରେ ବିଶାଳ ଜନ ଗହଳି 

masiha

କୃଷି ଆଜାଦ ବିହନ ସଂଘଠନ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!